Advertisment

କାଲିଠୁ ଧମାକେଦାର୍‌ ସେଲ୍‌; ଜାଣନ୍ତୁ କେଉଁ ସ୍ମାର୍ଟଫୋନ୍‌ରେ ମିଳିବ ବିଶେଷ ରିହାତି

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେବାକୁ ଯାଉଛି ଧମାକେଦାର୍‌ ସେଲ୍‌। ଆସନ୍ତା କାଲି ଅର୍ଥାତ୍‌ ଡିସେମ୍ବର ୧ରୁ ଫ୍ଲିପ୍‌କାର୍ଟରେ ଆରମ୍ଭ ହେବାକୁ ଯାଉଛି ‘ବିଗ୍‌ ଶପିଂ ଡେଜ୍‌ ସେଲ୍’। ଏହା ଡିସେମ୍ବର ୧ ରୁ ୫ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଫ୍ଲିପ୍‌କାର୍ଟ ପ୍ଲସ୍‌ ୟୁଜର୍‌ଙ୍କ ପାଇଁ ଏହି ସେଲ୍‌ ଆଜି ସନ୍ଧ୍ୟା ୮ଟାରୁ ଖୋଲିଯିବ। ଏହି ୫ ଦିନିଆ ସେଲ୍‌ରେ ଆପଣଙ୍କୁ ଫ୍ୟାଶନ୍‌, ହୋମ୍‌ ଫର୍ଣ୍ଣିଚର୍‌, ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍‌ ପରି ଅନେକ ଜିନିଷ ଉପରେ ବିଶେଷ ରିହାତି […]

କାଲିଠୁ ଧମାକେଦାର୍‌ ସେଲ୍‌; ଜାଣନ୍ତୁ କେଉଁ ସ୍ମାର୍ଟଫୋନ୍‌ରେ ମିଳିବ ବିଶେଷ ରିହାତି

phone

Advertisment

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେବାକୁ ଯାଉଛି ଧମାକେଦାର୍‌ ସେଲ୍‌। ଆସନ୍ତା କାଲି ଅର୍ଥାତ୍‌ ଡିସେମ୍ବର ୧ରୁ ଫ୍ଲିପ୍‌କାର୍ଟରେ ଆରମ୍ଭ ହେବାକୁ ଯାଉଛି ‘ବିଗ୍‌ ଶପିଂ ଡେଜ୍‌ ସେଲ୍’। ଏହା ଡିସେମ୍ବର ୧ ରୁ ୫ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ଫ୍ଲିପ୍‌କାର୍ଟ ପ୍ଲସ୍‌ ୟୁଜର୍‌ଙ୍କ ପାଇଁ ଏହି ସେଲ୍‌ ଆଜି ସନ୍ଧ୍ୟା ୮ଟାରୁ ଖୋଲିଯିବ। ଏହି ୫ ଦିନିଆ ସେଲ୍‌ରେ ଆପଣଙ୍କୁ ଫ୍ୟାଶନ୍‌, ହୋମ୍‌ ଫର୍ଣ୍ଣିଚର୍‌, ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍‌ ପରି ଅନେକ ଜିନିଷ ଉପରେ ବିଶେଷ ରିହାତି ମିଳିବ।

Advertisment

ଏହି ସେଲ୍‌ରେ ସ୍ମାର୍ଟଫୋନ୍‌ Realme 5 Proକୁ ଆପଣ ୧୨ ହଜାର ୯୯୯ ଟଙ୍କା, Realme C2କୁ ୫ ହଜାର ୯୯୯ ଟଙ୍କା, Samsung Galaxy S9କୁ ୨୭ ହଜାର ୯୯୯ ଟଙ୍କା ଓ  Apple iPhone 7କୁ ୨୪ ହଜାର ୯୯୯ ଟଙ୍କାରେ କିଣିପାରିବ।

publive-imageଏହାବ୍ୟତୀତ ଏହି ସେଲ୍‌ରେ Realme XT, Samsung Galaxy A30s, Samsung Galaxy S9 Plus, Google Pixel 3a ଓ Google Pixel 3a XL ପରି ସ୍ମାର୍ଟଫୋନ୍‌ରେ ମଧ୍ୟ ଆକର୍ଷଣୀୟ ଅଫର୍‌ ସବୁ ମିଳିବ। ସେଲ୍‌ରେ Oppo, Nokia, Honor ଓ Asus ପରି କମ୍ପାନୀର ସ୍ମାର୍ଟଫୋନ୍‌ରେ ମଧ୍ୟ ଭଳ ଅଫର୍‌ ମିଳିବ।

Advertisment

ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ଗ୍ରାହକ ହେଡ୍‌ଫୋନ୍‌ ଓ JBL T160BT, Jabra Elite 65T ଓ Skullcandy Ink’d BT ସ୍ପିକର୍ସରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ।  ଏହାସହ ପାୱାର୍‌ ବ୍ୟାଙ୍କ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେବ। ସେହିପରି  Sony Bravia W672G, Kodak 900S, LG 32 ଇଞ୍ଚ୍ HD ରେଡି ସ୍ମାର୍ଟ TV, CooCaa 32-ଇଞ୍ଚ୍ TV ଓ Samsung Series 4 ପରି ଟପ୍‌ ଟିଭି ମଡେଲ୍‌ରେ ମଧ୍ୟ ଗ୍ରାହକମାନେ ବିଶେଷ ଅଫର୍‌ର ଲାଭ ଉଠାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe