Advertisment

ନବୀନଙ୍କୁ ଭେଟିଲେ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଅର୍ଥନୈତିକ ବିକାଶ ନେଇ ଆଲୋଚନା

ଗତ ୨୧ ତାରିଖରେ ଟୋନି ବ୍ଲେୟାରଙ୍କ ‘ଟୋନି ବ୍ଲେୟାର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ ଚେଂଜ’ ନାମକ ସଂସ୍ଥା ସହ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Former UK Prime Minister Tony Blair met Naveen

Former UK Prime Minister Tony Blair met Naveen

ନବୀନ ନିବାସରେ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟର ଅର୍ଥନୈତିକ ବିକାଶ ଓ ଭବିଷ୍ୟତ ସମ୍ଭାବନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment

ଗତ ୨୧ ତାରିଖରେ ଟୋନି ବ୍ଲେୟାରଙ୍କ ‘ଟୋନି ବ୍ଲେୟାର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ ଚେଂଜ’ ନାମକ ସଂସ୍ଥା ସହ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ସଂସ୍ଥା ବିଭିନ୍ନ ଦେଶରେ ନିବେଶକଙ୍କୁ ଆକୃଷ୍ଟ କରିବା ନେଇ କାର୍ଯ୍ୟ କରୁଛି। ‘ଟୋନି ବ୍ଲେୟାର୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ ଚେଂଜ’ ବିଭିନ୍ନ ଦେଶ ତଥା ରାଜ୍ୟମାନେ କିଭଳି ଅଧିକରୁ ଅଧିକ ଅର୍ଥନୈତିକ ଦିଗରେ ସଫଳ ହେବେ, ସେଥିପାଇଁ ସଂସ୍ଥା ପରାମର୍ଶ ଦେଇଥାଏ।

ଦୁଇ ନେତାଙ୍କ ମଧ୍ୟରେ ଆଜିର ଆଲୋଚନା ବେଳେ ଟୋନି ବ୍ଲେୟର ରାଜ୍ୟର ଅର୍ଥନୈତିକ ବିକାଶ ନେଇ ଦେଇଥିବା ପ୍ରାଥମିକ ପରାମର୍ଶକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସହଯୋଗ ଫଳରେ ରାଜ୍ୟକୁ ଶିଳ୍ପ ବିକାଶ କ୍ଷେତ୍ରରେ ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

Advertisment

Naveen Patnaik Business Updates