Advertisment

ବିଶ୍ୱର ୧୦୦ ଶ୍ରେଷ୍ଠ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୪ ଭାରତୀୟ

ରୋଶନୀ ନାଡର ମଲହୋତ୍ରା ଓ ସୋମା ମଣ୍ଡଳ ପ୍ରମୁଖ ଏହି ତାଲିକାରେ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Roshni Nadar Malhotra

Roshni Nadar Malhotra

ବିଜ୍‌ନେସ୍ ମ୍ୟାଗାଜିନ ଫୋର୍ବସ ପକ୍ଷରୁ ୨୦୨୩ ବର୍ଷ ପାଇଁ ବିଶ୍ୱର ୧୦୦ ଶ୍ରେଷ୍ଠ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଚାରି ଜଣ ଭାରତୀୟ ରହିଛନ୍ତି। ସେମାନେ ହେଉଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ରୋଶନୀ ନାଡର ମଲହୋତ୍ରା, ସୋମା ମଣ୍ଡଳ ଓ କିରଣ ମଜୁମଦାର-ଶ’।

Advertisment
Nirmalal Sitharamanକେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଏହି ତାଲିକାର ୩୨ ନମ୍ବରରେ ରହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (୬୪) । ୨୦୧୯ରୁ ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସେ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ଓ ଅର୍ଥ ମନ୍ତ୍ରୀ। ୨୦୨୨ରେ ଫୋର୍ବସର ବିଶ୍ୱର ୧୦୦ ଶ୍ରେଷ୍ଠ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୩୬ ନମ୍ବରରେ ଥିବା ସୀତାରମଣ ଚଳିତ ବର୍ଷ ୩୨ତମ ସ୍ଥାନରେ ଅଛନ୍ତି।

Roshni Nadar Malhotraରୋଶନୀ ନାଡର ମଲହୋତ୍ରା

ରୋଶନୀ ନାଡର ମଲହୋତ୍ରା (୪୨) ଏହି ତାଲିକାର ୬୦ ନମ୍ବର ସ୍ଥାନରେ ରହିଛନ୍ତି। ସେ HCL Technologiesର ଅଧ୍ୟକ୍ଷ ଅଛନ୍ତି। ଭାରତରେ ଏକ ଲିଷ୍ଟେଡ୍ ଆଇଟି କମ୍ପାନୀର ଅଧ୍ୟକ୍ଷ ହେବାରେ ରୋଶନୀ ହେଉଛନ୍ତି ପ୍ରଥମ ମହିଳା। ସେ ହେଉଛନ୍ତି HCLର ପ୍ରତିଷ୍ଠାତା ଶିବ ନାଡରଙ୍କ ଏକମାତ୍ର ସନ୍ତାନ। ତାଙ୍କୁ ଭାରତର ସବୁଠୁ ଧନୀ ମହିଳା ବୋଲି କୁହାଯାଏ। ଫୋର୍ବସ ପକ୍ଷରୁ ପ୍ରକାଶ କରାଯାଉଥିବା ବିଶ୍ୱର ୧୦୦ ଶ୍ରେଷ୍ଠ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସେ କ୍ରମାଗତ ଭାବେ ସ୍ଥାନ ପାଇ ଆସୁଛନ୍ତି। ୨୦୧୯ରେ ସେ ଏହି ତାଲିକାର ୫୪ତମ ସ୍ଥାନରେ ଥିବା ବେଳେ ୨୦୨୦ରେ ୫୫ତମ ସ୍ଥାନରେ ରହିଥିଲେ।

Advertisment
Soma Mondalସୋମା ମଣ୍ଡଲ

ସୋମା ମଣ୍ଡଳ (୬୦) ଏବେ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (SAIL)ର ଅଧ୍ୟକ୍ଷ ଅଛନ୍ତି। ଏହି ପଦରେ ବସିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ୨୦୨୧ ଜାନୁଆରୀ ମାସରୁ ସେ ଏହି ପଦରେ ଅଛନ୍ତି। ଫୋର୍ବସ ପକ୍ଷରୁ ଚଳିତ ବର୍ଷ ପ୍ରକାଶ କରାଯାଇଥିବା ବିଶ୍ୱର ୧୦୦ ଶ୍ରେଷ୍ଠ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୭୦ ନମ୍ବର ସ୍ଥାନରେ ଅଛନ୍ତି ସୋମା ମଣ୍ଡଳ। ସେ ଭୁବନେଶ୍ୱରରେ ଜନ୍ମ ହୋଇଥିଲେ। ୧୯୮୪ରେ ସେ ଇଲେକ୍ଟ୍ରିକାଲ ଇଞ୍ଚିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ମେଟାଲ ଇଣ୍ଡଷ୍ଟ୍ରୀରେ ତାଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି। ସେ ନାଲକୋରୁ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୭ରେ ସେ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (SAIL)ରେ ଯୋଗ ଦେବା ପୂର୍ବରୁ ନାଲକୋରେ ନିର୍ଦ୍ଦେଶକ (କମର୍ସିଆଲ) ଭାବେ କାର୍ଯ୍ୟ କରୁଥିଲେ।

Kiran Mazumdar-Shawକିରଣ ମଜୁମଦାର-ଶ’

କିରଣ ମଜୁମଦାର-ଶ’ (୭୦) ବିଲିଓନାରୀ ଶିଳ୍ପଦ୍ୟୋଗୀ। ସେ ହେଉଛନ୍ତି Biocon Limited ଓ Biocon Biologics Limited ର ପ୍ରତିଷ୍ଠାତା, ଯାହା ବେଙ୍ଗାଲୁରୁରେ ରହିଛି। ସେ ହେଉଛନ୍ତି IIM ବେଙ୍ଗାଲୁରୁର ପୂର୍ବତନ ଅଧ୍ୟକ୍ଷ। ପୂର୍ବରୁ ମଧ୍ୟ ଫୋର୍ବସ ମ୍ୟାଗାଜିନର ବିଶ୍ୱର ଶ୍ରେଷ୍ଠ ମହିଳା ତାଲିକାରେ ସେ ସ୍ଥାନ ପାଇ ସାରିଛନ୍ତି। ୨୦୧୯ରେ ସେ ୬୮ ନମ୍ବର ସ୍ଥାନରେ ରହିଥିଲେ। ଚଳିତ ବର୍ଷ ସେ ଏହି ତାଲିକାର ୭୬ତମ ସ୍ଥାନରେ ରହିଛନ୍ତି।

Nirmala Sitharaman Forbes Roshni Nadar Malhotra