Advertisment

ଫ୍ରି ଆଧାର ଅପଡେଟ୍, ବଢ଼ିଲା ସମୟ ସୀମା

ଆଧାରକାର୍ଡ ଅପଡେଟ୍ କରିବା ସମୟସୀମାକୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Adhar Card

Adhar Card

Advertisment

ଆଜିଠୁ ବଦଳିଲା ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ। ଆଧାର କାର୍ଡ, କ୍ରେଡିଟ୍ କାର୍ଡ, ଏଲପିଜି ସିଲିଣ୍ଡର ଏବଂ ଏଫଡି ସହ ଯୋଡି ହୋଇଥିବା ନିୟମ ପରିବର୍ତ୍ତନ ହେଉଛି। ଫଳରେ ଏହା ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବ।

Advertisment

ଆଧାରକାର୍ଡ ଅପଡେଟ୍ କରିବାର ସମୟସୀମାକୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ଅବଧି ମଧ୍ୟରେ ବିନା କୌଣସି ମୂଲ୍ୟରେ ନିଜର ଆଧାରକାର୍ଡ ଅପଡେଟ୍ କରିପାରିବେ। ହେଲେ ସେପ୍ଟେମ୍ବର ୧୪ ତାରିଖ ପରେ ଅପଡେଟ୍ କରିବାକୁ ହେଲେ ଏଥିପାଇଁ ଧାର୍ଯ୍ୟ ପରିମାଣର ଟଙ୍କା ଦେବାକୁ ପଡ଼ିବ।

ଆଜିଠାରୁ ଲାଗୁ ହେଉଛି ନୂଆ ଟେଲିକମ ଗାଇଡଲାଇନ। ଯାହାକି ଫେକ୍ କଲ ଓ ମେସେଜରୁ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବ। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ (TRAI) ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।

Advertisment

ଆଜିଠୁ କ୍ରେଡିଟ୍ କାର୍ଡ ନିୟମାବଳୀରେ ପରିବର୍ତ୍ତନ ହେଉଛି। ୟୁଟିଲିଟି ଟ୍ରାଞ୍ଜାକସନ୍ ଉପରେ HDFC ବ୍ୟାଙ୍କ ରିୱାର୍ଡ ପଏଣ୍ଟ ହ୍ରାସ କରିବ। ଥାର୍ଡ ପାର୍ଟି ଆପରେ ଏଜୁକେସନାଲ ପେମେଣ୍ଟ କଲେ HDFC ବ୍ୟାଙ୍କ କୌଣସି ରିୱାର୍ଡ ପଏଣ୍ଟ ଦେବନାହିଁ । ସେହିପରି IDFC ବ୍ୟାଙ୍କ ମଧ୍ୟ ସର୍ବନିମ୍ନ ଦେୟ ରାଶି ପରିବର୍ତ୍ତନ କରିବ। ଯାହାର ଧାର୍ଯ୍ୟ ସମୟ ପୂର୍ବରୁ ୧୮ରୁ କମାଇ ୧୫ ଦିନ କରାଯିବ।

କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ରହିଛି। ୩% ପର୍ଯ୍ୟନ୍ତ DA ବଢାଇପାରନ୍ତି ସରକାର। ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦% ଥିବାବେଳେ ଏହା ବୃଦ୍ଧି ପାଇ ୫୩%ରେ ପହଞ୍ଚିପାରେ।

DA Hike Adhar Card TRAI Adhar Card Update HDFC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe