Advertisment

ଅନନ୍ତ-ରାଧିକା ୱେଡିଂ: ନିମନ୍ତ୍ରଣପତ୍ର ଦେଖିଲେ ଲାଖି ଯିବ ଆଖି, କାର୍ଡରେ ଖଞ୍ଜା ହୋଇଛି ସୁନା-ରୁପା

ଗୁଜରାଟର ଜାମନଗରରେ ତିନି ଦିନର ପ୍ରିୱେଡିଂ ପରେ ଲଣ୍ଡନରେ କ୍ରୁଜ୍ ପାର୍ଟି ଆଉ ଏବେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ହେବାକୁ ଯାଉଛି।

Anant-Radhika

Anant-Radhika

Advertisment

ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗୁଜରାଟର ଜାମନଗରରେ ତିନି ଦିନର ପ୍ରିୱେଡିଂ ପରେ ଲଣ୍ଡନରେ କ୍ରୁଜ୍ ପାର୍ଟି ଆଉ ଏବେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ପାଇଁ ଚାଲିଛି ପ୍ରସ୍ତୁତି। ଜୁଲାଇ ୧୨ରେ ଏହି ଦାମୀ ବାହାଘର ଅନୁଷ୍ଠିତ ହେବ।

Advertisment

ଏହା ପୂର୍ବରୁ କାଶି ବିଶ୍ୱନାଥ ମନ୍ଦିର ଯାଇ ଅମ୍ବାନୀ ପରିବାର ପ୍ରଥମ ନିମନ୍ତ୍ରଣପତ୍ର ଦେବା ପରେ ପ୍ରିୟ ପରିଜନଙ୍କୁ ଦିଆଯାଉଛି ନିମନ୍ତ୍ରଣ। ଏହାରି ମଧ୍ୟରେ ରାଧିକା ଓ ଅନନ୍ତଙ୍କ ନିମନ୍ତ୍ରଣପତ୍ରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କାର୍ଡକୁ ଦେଖିଲେ ଆଖି ଲାଖିଯିବ, ଏଥିରେ ହୋଇଥିବା କାରୁକାର୍ଯ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି।

ନିମନ୍ତ୍ରଣପତ୍ରରେ ଏକ ସୁନ୍ଦର ମନ୍ଦିର ରହିଛି, ଯାହା ରୁପାରେ ନିର୍ମିତ। ଏହାକୁ ଖୋଲିବା ମାତ୍ରେ ଭଜନ ବାଜୁଛି। ମନ୍ଦିରରେ ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ସହ ଏଥିରେ ପ୍ରଭୁ ଗଣେଶ, ରାଧାକୃଷ୍ଣ ଏବଂ ମା ଦୁର୍ଗାଙ୍କ ସୁନାରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। କେବଳ ଏତିକି ନୁହେଁ, ନିମନ୍ତ୍ରଣ ବାକ୍ସରେ ଅନ୍ୟ ଦେବା ଦେବୀଙ୍କ ଫଟୋଚିତ୍ର, ବିବାହର ତାରିଖ ଏବଂ ଉତ୍ତରୀୟ ରହିଛି, ଯାହା ଖୁବ୍ ଚିତ୍ତାକର୍ଷକ ହୋଇଛି। 

Advertisment

ପ୍ରକାଶ ଥାଉକି, ନିକଟରେ ଅନନ୍ତ ଅମ୍ବାନୀ ତାଙ୍କ ବିଳାସପୂର୍ଣ୍ଣ ୧୦ କୋଟି ଟଙ୍କାର Rolls Royce Cullinan କାରରେ ବିବାହ ନିମନ୍ତ୍ରଣପତ୍ର ଦେବା ସମୟରେ ନଜର ଆସିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ବହୁ ବଲିଉଡ ତାରକାଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଜୁଲାଇ ୧୨ରେ ମୁମ୍ବାଇରେ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବି.କେ.ସି)ର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏକ ପାରମ୍ପାରିକ ହିନ୍ଦୁ ବୈଦିକ ସମାରୋହରେ ଏହି ବିବାହ ଅନୁଷ୍ଠିତ ହେବ।

ଅନନ୍ତ-ରାଧିକାଙ୍କ ବାହାଘରର ପ୍ରଥମ ନିମନ୍ତ୍ରଣପତ୍ର କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇଥିଲା। ନୀତା ଅମ୍ବାନୀ ନିଜେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଯାଇ ପୁଅ ବାହାଘରର ପ୍ରଥମ ନିମନ୍ତ୍ରଣପତ୍ର ଦେଇଥିଲେ। ଏଥିସହ ମା ଅନ୍ନପୂର୍ଣ୍ଣା ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ। ଏହି ସମୟରେ ଅମ୍ବାନୀ ପରିବାର ପକ୍ଷରୁ କାଶୀ ବିଶ୍ୱନାଥ ମନ୍ଦିରକୁ ଦେଢ କୋଟି ଟଙ୍କା ଓ ମା ଅନ୍ନପୂର୍ଣ୍ଣା ମନ୍ଦିରକୁ ୧ କୋଟି ଟଙ୍କା ଦାନ କରାଯାଇଛି। 

Anant Ambani Radhika Merchant Anant Radhika Wedding Invitation Card
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe