Advertisment

ଅର୍ଥନୈତିକ ସର୍ଭେ ରିପୋର୍ଟ; ଆସନ୍ତା ବର୍ଷ ୬.୫-୭% ରହିପାରେ GDP

ବଜେଟ ଅଧିବେଶନ ପୂର୍ବରୁ ଅର୍ଥନୈତିକ ସର୍ବେକ୍ଷଣ ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

author-image
Debibandita Barick
ଅଦ୍ୟତନ ହୋଇଛି
Finance Minister

Finance Minister

ପୂର୍ଣ୍ଣ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଲୋକସଭାରେ ଅର୍ଥ ମନ୍ତ୍ରୀ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରି କହିଛନ୍ତି, ବର୍ତ୍ତମାନ ଦେଶର ଅର୍ଥନୀତି ଦୃଢ ସ୍ଥିତିରେ ଅଛି, ୨୦୨୫ ଆର୍ଥିକ ବର୍ଷରେ GDP ୬.୫ରୁ ୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

Advertisment

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ ଘରୋଇ ନିବେଶକମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିକୁ ସହଯୋଗ କରିଛନ୍ତି। ୨୦୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୪ରେ ଅର୍ଥନୀତି ବୃଦ୍ଧି ପାଇଛି ଏବଂ ୨୦୨୫ ଆର୍ଥିକ ବର୍ଷରେ GDP ୬.୫ରୁ ୭ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି।

ପ୍ରକାଶ ଥାଉକି, ଆସନ୍ତାକାଲି ବସିବ ପୂର୍ଣ୍ଣ କେନ୍ଦ୍ର ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୧ରେ ବଜେଟ ଉପସ୍ଥାପନ କରା ଯାଇଥିଲା। କିନ୍ତୁ ଏହା ମଧ୍ୟବର୍ତ୍ତୀକାଳୀନ ବଜେଟ ଥିବାରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇ ପାରିନଥିଲା। ତେଣୁ ପୂର୍ଣ୍ଣ ବଜେଟ ଆସିବାର ଗୋଟିଏ ଦିନ ପୂର୍ବରୁ ଆଜି ଏହି ରିପୋର୍ଟ ଉପସ୍ଥାପନ କରାଯାଇଛି।

Advertisment

ଅର୍ଥନୈତିକ ସର୍ଭେ ରିପୋର୍ଟ କ'ଣ?
ପ୍ରତିବର୍ଷ କେନ୍ଦ୍ର ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରନ୍ତି। ଏହା ଅର୍ଥ ମନ୍ତ୍ରଣାଳୟ ଅଧୀନରେ ପ୍ରସ୍ତୁତ ହୋଇଥାଏ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥାଏ ଅର୍ଥନୈତିକ ସର୍ଭେ ରିପୋର୍ଟ। ସର୍ଭେ ରିପୋର୍ଟ ପ୍ରସ୍ତୁତ ହେବା ପରେ ଅର୍ଥ ସଚିବ ଏହାକୁ ଯାଞ୍ଚ କରନ୍ତି ଏବଂ ଅର୍ଥମନ୍ତ୍ରୀଙ୍କଠାରୁ ଚୂଡ଼ାନ୍ତ ଅନୁମୋଦନ ନିଆଯାଏ।

ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ହେଉଥିବା ଅର୍ଥନୈତିକ ସର୍ଭେ ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଗତ ଆର୍ଥିକ ବର୍ଷରେ ଅର୍ଥନୀତିର ସ୍ଥିତି ଏବଂ ଅର୍ଥନୈତିକ ସୂଚକାଙ୍କ ବିଷୟରେ ଡେଟା ଉପସ୍ଥାପନ କରିବା।

Economic Survey Nirmala Sitharaman Finance Minister Union Budget Budget Session