Advertisment

ଅମ୍ବାନୀଙ୍କ ବଡ଼ ଘୋଷଣା: ବଜାରକୁ ଆସିବ ‘ଜିଓଫୋନ ନେକ୍ସଟ’

ନୂଆଦିଲ୍ଲୀ: ଭାରତକୁ ୨ଜି ମୁକ୍ତ ଓ ୫ଜି ଯୁକ୍ତ କରିବାକୁ ସଂକଳ୍ପ ନେଇଥିବା ରିଲାଏନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ବଡ଼ ଘୋଷଣା କରିଛନ୍ତି। ଆଜି କମ୍ପାନୀର ୪୪ତମ ବାର୍ଷିକ ସମ୍ମିଳନୀରେ ସେ ଜିଓର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ବଜାରକୁ ଜିଓଫୋନ ନେକ୍ସଟ ନାଁରେ ଗୋଟିଏ ସ୍ମାର୍ଟଫୋନ ଆସିବ। ସେପ୍ଟେମ୍ବର ୧୦ରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନକୁ ଜିଓ ଓ ଗୁଗଲ ମିଳିତ […]

author-image
Hemant Lenka
ଅଦ୍ୟତନ ହୋଇଛି
ଅମ୍ବାନୀଙ୍କ ବଡ଼ ଘୋଷଣା: ବଜାରକୁ ଆସିବ ‘ଜିଓଫୋନ ନେକ୍ସଟ’

India

ନୂଆଦିଲ୍ଲୀ: ଭାରତକୁ ୨ଜି ମୁକ୍ତ ଓ ୫ଜି ଯୁକ୍ତ କରିବାକୁ ସଂକଳ୍ପ ନେଇଥିବା ରିଲାଏନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ବଡ଼ ଘୋଷଣା କରିଛନ୍ତି। ଆଜି କମ୍ପାନୀର ୪୪ତମ ବାର୍ଷିକ ସମ୍ମିଳନୀରେ ସେ ଜିଓର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ବଜାରକୁ ଜିଓଫୋନ ନେକ୍ସଟ ନାଁରେ ଗୋଟିଏ ସ୍ମାର୍ଟଫୋନ ଆସିବ।

Advertisment

ସେପ୍ଟେମ୍ବର ୧୦ରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନକୁ ଜିଓ ଓ ଗୁଗଲ ମିଳିତ ଭାବେ ତିଆରି କରିଛନ୍ତି। ଏହାର ଦାମ ଖୁବ କମ ରହିବ। ସେହିପରି ସ୍ମାର୍ଟଫୋନରେ ଗୁଗଲ ଓ ଜିଓର ସମସ୍ତ ଫିଚର ଏଥିରେ ରହିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସମସ୍ତେ ସ୍ମାର୍ଟ ଧରିବା ଭଳି ବ୍ୟବସ୍ଥା ଜିଓ ସବୁବେଳେ କରି ଆସିଛି। ଆଣ୍ଡରଏଡ ଭର୍ସନର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଜିଓଫୋନ ନେକ୍ସଟ ଗଣେଷ ପୂଜା ଅର୍ଥାତ ସେପ୍ଟେମ୍ବର ୧୦ରେ ବଜାରକୁ ଆସିବ। ଏହାର ଦାମ ସମସ୍ତଙ୍କୁ ସୁହାଇବ।

Advertisment

୩ ବର୍ଷ ମଧ୍ୟରେ ଗ୍ରୀନ ଏନର୍ଜି ଅଭିଯାନରେ କମ୍ପାନୀ ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି। ୨୦୧୬ରେ ଆମେ ଜିଓ ଲଞ୍ଚ କରିଥିଲୁ। ୨୦୨୧ରେ ଏହାକୁ ଅଧିକ ସଶକ୍ତ କରିବାକୁ ପଦକ୍ଷେପ ନିଆଯିଆଇଛି। ନୂଆ ବ୍ୟବସାୟ ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ଆବଶ୍ୟକ।

ଏଥିପାଇଁ ଆମେ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଭାରତକୁ ଆଣିବା ପାଇଁ ଉଦ୍ୟମ କରୁଛୁ। ବିଶ୍ୱର କିଛି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଆମେ ରିଲାଏନ୍ସ ନ୍ୟୁ ଏନରର୍ଜି କାଉନସିଲ ପ୍ରତିଷ୍ଠା କରିଛୁ ବୋଲି ସେ କହିଛନ୍ତି।

Jio