Advertisment

ଫେସବୁକ-ଗୁଗୁଲ ଦେବେ ୧୫% କର୍ପୋରେଟ୍ ଟ୍ୟାକ୍ସ, ଜି୭ ବୈଠକରେ ନିଷ୍ପତ୍ତି

ଲଣ୍ଡନ: ଆମେରିକା, ବ୍ରିଟେନ ସମେତ ଜି୭ ଦେଶ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଗୁଗୁଲ, ଫେସବୁକ, ଆପଲ୍ ଭଳି ମଲ୍ଟି ନେଶନାଲ କମ୍ପାନୀ ବାବଦରେ ରହିଛି। ଏଣିକି ଏହି ଅନ୍ତର୍ଜାତୀୟ ସଂସ୍ଥା ୧୫ ପ୍ରତିଶତ କର୍ପୋରେଟ ଟ୍ୟାକ୍ସ ଦେବେ ବୋଲି ଜଣାପଡ଼ିଛି। ଜୁନ୍ ୧୧ରୁ ୧୩ ମଧ୍ୟରେ ଜି୭ରେ ସାମିଲ ଥିବା ଦେଶ ଏ ନେଇ ହସ୍ତାକ୍ଷର କରିବେ ବୋଲି ଜଣାପଡ଼ିଛି। ଗେଜେଟ୍ 360ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲଣ୍ଡନରେ ଅନୁଷ୍ଠିତ ଏହି […]

ଅଦ୍ୟତନ ହୋଇଛି
ଫେସବୁକ-ଗୁଗୁଲ ଦେବେ ୧୫% କର୍ପୋରେଟ୍ ଟ୍ୟାକ୍ସ, ଜି୭ ବୈଠକରେ ନିଷ୍ପତ୍ତି

google-facebook

Advertisment

ଲଣ୍ଡନ: ଆମେରିକା, ବ୍ରିଟେନ ସମେତ ଜି୭ ଦେଶ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଗୁଗୁଲ, ଫେସବୁକ, ଆପଲ୍ ଭଳି ମଲ୍ଟି ନେଶନାଲ କମ୍ପାନୀ ବାବଦରେ ରହିଛି। ଏଣିକି ଏହି ଅନ୍ତର୍ଜାତୀୟ ସଂସ୍ଥା ୧୫ ପ୍ରତିଶତ କର୍ପୋରେଟ ଟ୍ୟାକ୍ସ ଦେବେ ବୋଲି ଜଣାପଡ଼ିଛି। ଜୁନ୍ ୧୧ରୁ ୧୩ ମଧ୍ୟରେ ଜି୭ରେ ସାମିଲ ଥିବା ଦେଶ ଏ ନେଇ ହସ୍ତାକ୍ଷର କରିବେ ବୋଲି ଜଣାପଡ଼ିଛି।

Advertisment

ଗେଜେଟ୍ 360ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲଣ୍ଡନରେ ଅନୁଷ୍ଠିତ ଏହି ବୈଠକରେ ବ୍ରିଟେନର ଅର୍ଥମନ୍ତ୍ରୀ ରୁଷି ସୁନାକ ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି, 'ଜି୭ ଗୋଷ୍ଠୀ ଦେଶର ଅର୍ଥମନ୍ତ୍ରୀମାନେ ଗ୍ଲୋବାଲ ଟିକସ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ଏହା ଏକ ଐତିହାସିକ ନିଷ୍ପତ୍ତି। ଦୀର୍ଘ ଦିନ ଧରି ବ୍ରିଟେନ ଏହି ଦାବି କରି ଆସୁଥିଲା। ଏହା ବ୍ରିଟେନର ଟିକସ ଦାତାମାନଙ୍କୁ ଏକ ବଡ଼ ପୁରସ୍କାର ହେବ। ଏହି ସମସ୍ତ କମ୍ପାନୀ ଆଗାମୀ ଦିନରେ କିଭଳି ସଠିକ୍ ସ୍ଥାନରେ ସଠିକ୍ ଟିକସ ଦେବେ ସେ ନେଇ ସୁନିଶ୍ଚିତ କରିବାକୁ ହେବ। ଜି୭ ଗୋଷ୍ଠୀରେ ବ୍ରିଟେନ, ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ଜାପାନ ରହିଛି।

ଆଗାମୀ ଦିନରେ ଏହି ଅନ୍ତର୍ଜାତୀୟ କମ୍ପାନୀମାନେ ନିବେଶକଙ୍କ ପାଇଁ ନିବେଶ କରିବା ବାବଦରେ ଆଗୁଆ ସୂଚନା ଦେବା ଦରକାର ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜି୭ ନେତାଙ୍କ ମଧ୍ୟରେ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ ହେବା ପୂର୍ବରୁ ଅର୍ଥମନ୍ତ୍ରୀ ମାନଙ୍କୁ ନେଇ ଏହି ବୈଠକ ଆୟୋଜିତ ହୋଇଯାଇଛି। ଜୁନ୍ ୧୧-୧୩ରେ ହେବାକୁ ଥିବା ବୈଠକରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଅଧ୍ୟକ୍ଷତା କରିବେ। କର୍ଣ୍ଣୱାଲରେ ଆୟୋଜିତ ହେବାକୁ ଥିବା ଏହି ବାର୍ଷିକ ସମ୍ମିଳନୀରେ ଗ୍ଲୋବାଲ ଟ୍ୟାକ୍ସ ନେଇ ଏହି ୭ ଦେଶ ହସ୍ତାକ୍ଷର କରିବେ ବୋଲି ଜଣାପଡ଼ିଛି।

Advertisment
Facebook Google
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe