Advertisment

ଆପଲ୍ ପଛରେ ଫେସବୁକ୍!

ନୂଆଦିଲ୍ଲୀ: ଡାଟା ସିକ୍ୟୁରିଟିକୁ ନେଇ ଆମେରିକାର ଦୁଇ ପ୍ରମୁଖ କମ୍ପାନୀ ଏବେ ମୁହାଁମୁହିଁ ହୋଇଛନ୍ତି। ବ୍ୟବସାୟ କ୍ଷେତ୍ରରେ ଆପଲ୍ ଓ ଫେସ୍ ବୁକ୍ ପରସ୍ପରକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଆପଲର ଗତିରୋଧ ପାଇଁ ଫେସ୍ ବୁକ୍ ଖୁବଶୀଘ୍ର ସ୍ମାର୍ଟ ୱାଚ୍ ବଜାରକୁ ଛାଡ଼ିବ। ତେବେ ଦୁଇ ଆମେରିକୀୟ କମ୍ପାନୀଙ୍କ ମଧ୍ୟରେ ଏହି ସମ୍ଭାବ୍ୟ ଲଢ଼େଇ ବିଶ୍ୱ ବାଣିଜ୍ୟ ବଜାରକୁ ହୁଲସ୍ତୁଲ କରିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ଫେସବୁକ ଏବେ ସ୍ମାର୍ଚ ଓ୍ୱାଚ୍ ବା ହାତ […]

ଆପଲ୍ ପଛରେ ଫେସବୁକ୍!

aple

Advertisment

ନୂଆଦିଲ୍ଲୀ: ଡାଟା ସିକ୍ୟୁରିଟିକୁ ନେଇ ଆମେରିକାର ଦୁଇ ପ୍ରମୁଖ କମ୍ପାନୀ ଏବେ ମୁହାଁମୁହିଁ ହୋଇଛନ୍ତି। ବ୍ୟବସାୟ କ୍ଷେତ୍ରରେ ଆପଲ୍ ଓ ଫେସ୍ ବୁକ୍ ପରସ୍ପରକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଆପଲର ଗତିରୋଧ ପାଇଁ ଫେସ୍ ବୁକ୍ ଖୁବଶୀଘ୍ର ସ୍ମାର୍ଟ ୱାଚ୍ ବଜାରକୁ ଛାଡ଼ିବ। ତେବେ ଦୁଇ ଆମେରିକୀୟ କମ୍ପାନୀଙ୍କ ମଧ୍ୟରେ ଏହି ସମ୍ଭାବ୍ୟ ଲଢ଼େଇ ବିଶ୍ୱ ବାଣିଜ୍ୟ ବଜାରକୁ ହୁଲସ୍ତୁଲ କରିବାର ସମ୍ଭାବନା ରହିଛି।

Advertisment

ସୂଚନା ଅନୁସାରେ, ଫେସବୁକ ଏବେ ସ୍ମାର୍ଚ ଓ୍ୱାଚ୍ ବା ହାତ ଘଣ୍ଟା ନିର୍ମାଣ କରିବାର ଯୋଜନାରେ ଅଛି। ଆସନ୍ତାବର୍ଷ ଫେସବୁକର ଏହି ସ୍ମାର୍ଟ ଓ୍ୱାଚ ବଜାରକୁ ଆସିପାରେ। ତେବେ ଫେସବୁକର ଏହି ପ୍ରସ୍ତାବିତ ସ୍ମାର୍ଟ ଓ୍ୱାଚ ଆପଲ ଏବଂ ହୁୱାଇ କମ୍ପାନୀର ସ୍ମାର୍ଟ ଓ୍ୱାଚକୁ ଟକ୍କର ଦେବା ନିଶ୍ଚିତ। ଏହି ସ୍ମାର୍ଟ ୱାଚ୍ ବ୍ୟବହାରକାରୀ ସ୍ୱାସ୍ଥ୍ୟ ସଂପର୍କରେ ସୂଚନା ଦେବ ବୋଲି କୁହାଯାଉଛି।

ସେହିପରି ଏଥିରେ ଚାଟିଂ ଭଳି ଫିଚର ରହିପାରେ। ଆଣ୍ଡ୍ରଏଡ ମୋବାଇଲରେ ଏହି ସ୍ମାର୍ଟ ଓ୍ୱାଚ କାମ କରିବ। ଏବେ ଆପଲର ସ୍ମାର୍ଟ ଓ୍ୱାଚ ବିଶ୍ୱ ବଜାରରେ ବହୁତ ଲୋକପ୍ରିୟ। ଆପଲର ଏହି ସ୍ମାର୍ଟ ୱାଚ୍ ବଜାର ଉପରେ ଫେସବୁକ ନଜର ପକାଇଥିବା ଚର୍ଚ୍ଚା ହେଉଛି। ନିକଟରେ ଫେସବୁକ ବିରୋଧରେ ୟୁଜରଙ୍କ ପ୍ରାଇଭେସିକୁ ଚୋରି କରୁଥିବା ଅଭିଯୋଗ ଉଠିଥିଲା। ଏହାକୁ କାଉଣ୍ଟର କରିବା ପାଇଁ ଏବଂ ଡାଟା ଚୋରିକୁ ରୋକିବା ପାଇଁ ଆପଲ ନିଜ ଫୋନରେ ଏକ ଫିଚର ଅପଡେଟ କରିବାକୁ ଘୋଷଣା କରିଛି।

Advertisment

ଏହି ଫିଚର ଅନୁସାରେ ଆପଲ ଫୋନରେ ଇନଷ୍ଟଲ ଥିବା ଆପ୍ ଡାଟା ଚୋରି କଲେ ଏହା ୟୁଜରଙ୍କୁ ଜଣାଇଦେବ। ଆପଲର ଏଭଳି ପଦକ୍ଷେପକୁ ନେଇ ଫେସବୁକ ବିରୋଧ କରିଛି। ଏମିତିକି ମାମଲା କୋର୍ଟରେ ପହଞ୍ଚିଥିବା ସୂଚନା ରହିଛି। ତେଣୁ ଏବେ ଆପଲର ସ୍ମାର୍ଟ ଓ୍ୱାଚ ବଜାରକୁ କାଉଣ୍ଟର କରିବା ପାଇଁ ଫେସବୁକ ନିଜର ସ୍ମାର୍ଟ ଓ୍ୱାଚ ଆଣୁଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe