/odisha-reporter/media/post_attachments/uploads/2018/09/internet-1.jpg)
hero
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଅଗ୍ରଣୀ ମୋଟର୍ ସାଇକେଲ୍ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ଆସନ୍ତା ବର୍ଷ ୪ ଟି ନୂଆ ବାଇକ୍ ବଜାରକୁ ଛାଡ଼ିବ। ଏଥିପାଇଁ କମ୍ପାନୀ ଗ୍ରାହକଙ୍କ ଡିମାଣ୍ଡ୍କୁ ଦେଖି ୨୦୦ରୁ ୩୦୦ ସିସି ଇଞ୍ଜିନ ବିଶିଷ୍ଟ ବାଇକ୍ ନିର୍ମାଣ କରୁଛି।
[caption id="attachment_275829" align="aligncenter" width="762"]
photo-scroll.in[/caption]
କମ୍ପାନୀ ନୂଆ ପ୍ରିମିୟମ୍ ସେଲ୍ସ ବିଶିଷ୍ଟ ଆଉଟ୍ଲେଟ୍ ମାଧ୍ୟମରେ ଏହି ବାଇକ୍ଗୁଡ଼ିକୁ ବିକ୍ରି କରିବ। ଆସନ୍ତା ବର୍ଷ ଲଞ୍ଚ୍ ହେବାକୁ ଥିବା ୪ଟି ବାଇକ୍ ମଧ୍ୟରୁ କମ୍ପାନୀ ଦୁଇଟିର ନାମ ଘୋଷଣା କରିସାରିଛି। ଗୋଟିଏ ହେଲା- Xtreme 200R ଅ ଅନ୍ୟଟି XPulse 200
/odisha-reporter/media/post_attachments/wp-content/uploads/2018/09/internet-1.jpg)
ଲଞ୍ଚ୍ ହେବାକୁ ଥିବା ବାଇକ୍ ମଧ୍ୟରୁ XPulse 200 ଘରୋଇ ବଜାରରେ ପ୍ରଥମ ଆଫର୍ଡେବଲ୍ ଆଡ୍ଭେଞ୍ଚର୍ ବାଇକ୍ ହେବ। ଏହାର ଏକ୍ସ ଶୋ' ରୁମ ମୂଲ୍ୟ ଏକ ଲକ୍ଷ ଟଙ୍କା ପାଖାପାଖି ରହିବ।
ବର୍ତ୍ତମାନ ଦେଶରେ ୨୦୦ ସିସିରୁ ଅଧିକା ପାୱାର୍ଫୁଲ୍ ବାଇକ୍ର ବିକ୍ରି ବଢ଼ିଛି। ତେଣୁ ହିରୋ କମ୍ପାନୀ ମଧ୍ୟ ଅଧିକ ସିସି ଯୁକ୍ତ ବାଇକ୍ ବିକ୍ରି ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ କମ୍ପାନୀ ପ୍ରିମିୟମ୍ ଏଣ୍ଟ୍ରି ଲେଭେଲ ମୋଟର୍ସାଇକେଲ୍ ପାଇଁ ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ୍ କୋହଲିଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସଡର୍ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
