ଜିଓ ଦେଉଛି ୧୦ ଜିବି ମାଗଣା ଡାଟା, ଜାଣନ୍ତୁ କ’ଣ ଏହି ଅଫର୍‌

ନୂଆଦିଲ୍ଲୀ: ରିଲାଏନ୍ସ ‘ଜିଓ’କୁ ଦୁଇ ବର୍ଷ ପୂରିଛି। ଏହି ଉପଲକ୍ଷେ କମ୍ପାନୀ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି 10 GB ମାଗଣା ୪ଜି ଡାଟା ଅଫର୍‌ ଦେଉଛି। ଗତ ୨୪ମାସ ଧରି ଟେଲିକମ୍‌ ନେଟ୍‌ୱାର୍କର ନକ୍‌ସାକୁ ବଦଳାଇ ଦେଇଥିବା ‘ଜିଓ’ ଲୋଭନୀୟ ଅଫର ଦେଉଛି। ଏହି କାରଣରୁ ଭାରତରେ ‘ଜିଓ’ର 4 G ଡାଟା ବ୍ୟବହାର କରୁଥିବା ଗ୍ରାହକମାନେ ବର୍ତ୍ତମାନ ୨୪୦ କୋଟି ଜିବିର 4 G ଡାଟା ପ୍ରତି ମାସରେ ବ୍ୟବହାର କରୁଛନ୍ତି। […]

jio

jio

Mihir Pattnayak
  • Published: Saturday, 08 September 2018
  • Updated: 08 September 2018, 07:32 AM IST

ନୂଆଦିଲ୍ଲୀ: ରିଲାଏନ୍ସ 'ଜିଓ'କୁ ଦୁଇ ବର୍ଷ ପୂରିଛି। ଏହି ଉପଲକ୍ଷେ କମ୍ପାନୀ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି 10 GB ମାଗଣା ୪ଜି ଡାଟା ଅଫର୍‌ ଦେଉଛି।
ଗତ ୨୪ମାସ ଧରି ଟେଲିକମ୍‌ ନେଟ୍‌ୱାର୍କର ନକ୍‌ସାକୁ ବଦଳାଇ ଦେଇଥିବା 'ଜିଓ' ଲୋଭନୀୟ ଅଫର ଦେଉଛି। ଏହି କାରଣରୁ ଭାରତରେ 'ଜିଓ'ର 4 G ଡାଟା ବ୍ୟବହାର କରୁଥିବା ଗ୍ରାହକମାନେ ବର୍ତ୍ତମାନ ୨୪୦ କୋଟି ଜିବିର 4 G ଡାଟା ପ୍ରତି ମାସରେ ବ୍ୟବହାର କରୁଛନ୍ତି।
କମ୍ପାନୀର ତଥ୍ୟ ଅନୁସାରେ, ଜୁନ୍‌ ୩୦ ସୁଦ୍ଧା ୨୧୫ ମିଲିୟନ୍‌ ଗ୍ରାହକ 'ଜିଓ' ସହିତ ଯୋଡ଼ି ହୋଇଛନ୍ତି।
ଏଥିପାଇଁ କମ୍ପାନୀ ନିଜର ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗ୍ରାହକମାନଙ୍କୁ ଅଧିକ ଡାଟା ପ୍ରଦାନ କରୁଛି। କମ୍ପାନୀ Jio Celebrations pack ମାଧ୍ୟମରେ ଦିନକୁ 2 GB 4G ଡାଟା ଅଧିକ ଦେଉଛି।
ଏହି ନୂଆ ଅଫର୍‌ କ’ଣ?

Jio Celebrations pack ସହିତ 'ଜିଓ'ର ସମସ୍ତ ପ୍ରିପେଡ୍‌ ଗ୍ରାହକଙ୍କୁ ପ୍ରତିଦିନ 2 GB ଡାଟା ଦିଆଯିବ । ବ୍ୟବହାରକାରୀଙ୍କ ଫୋନ୍‌ରେ ଉପଲବ୍ଧ ଅଫର୍‌ ବ୍ୟତୀତ ଗ୍ରାହକଙ୍କ ଆକାଉଣ୍ଟ୍‌ରେ ଏହା ସିଧାସଳଖ ଭାବେ ଯୋଡ଼ିହେବ। 'ଜିଓ'ର ସମସ୍ତ ସକ୍ରିୟ ୟୁଜର୍‌ଙ୍କୁ ୧୧ ସେପ୍ଟେମ୍ୱରଠାରୁ ଏହି ନୂଆ Jio Celebrations pack ଜରିଆରେ 2GB ଡାଟା ମାଗଣାରେ ଦିଆଯିବ। କିନ୍ତୁ ପ୍ରିପେଡ୍‌ ଗ୍ରାହକଙ୍କୁ ଏହି ଅଫର୍‌ ୭ ସେପ୍ଟେମ୍ୱରରୁ ଦିଆଯିବ। ପୁରୁଣା ଡାଟା ସରିଯିବା ପରେ ଅଫର୍‌ ଡାଟାକୁ ପ୍ରତିଦିନ ରାତି ୧୨ଟା ପରେ ଉପଭୋଗ କରିପାରିବେ।

ୟୁଜର୍‌ମାନେ ଏହି ନୂଆ ଅଫର୍‌ ସମ୍ପର୍କରେ ଜାଣିବାକୁ ହେଲେ MyJio appକୁ ଲଗ୍‌ ଇନ୍‌ କରି My Plans sectionକୁ ଯାଇ ଜାଣିପାରିବେ।

ଟେଲିକମ୍‌ର ରିପୋର୍ଟ ଅନୁସାରେ 'ଜିଓ' ଦ୍ୱିତୀୟ ବର୍ଷ ପୂରଣ କରିବା ପରେ ଏହି ନୂଆ ପ୍ୟାକ୍‌କୁ ସେପ୍ଟେମ୍ୱର୍‌ ଏବଂ ଅକ୍ଟୋବର ମାସ ମଧ୍ୟରେ ସମସ୍ତ ୟୁଜର୍‌ଙ୍କ ପାଖରେ ପହଞ୍ଚାଇ ପାରିବ।

ଏହି ସପ୍ତାହର ଆରମ୍ଭରେ କମ୍ପାନୀ ଦ୍ୱିତୀୟ ବର୍ଷ ପୂରଣ କରିବା ଖୁସିରେ ଗ୍ରାହକଙ୍କୁ କାଡ୍‌ବରୀ ଚକୋଲେଟ୍‌ର ଏକ ଆକର୍ଷଣୀୟ ଅଫର୍‌ ମଧ୍ୟ ଦେଇଥିଲା। ଯେଉଁଥିରେ 'ଜିଓ' ବ୍ୟବହାରକାରୀ ଡେରୀ ମିଲ୍କର ଚକୋଲେଟ୍‌, କ୍ରେକ୍‌ଲେ, ରୋଷ୍ଟ୍‌ ଆଲମଣ୍ଡ୍‌, ଫ୍ରୁଟ୍‌ ଆଣ୍ଡ୍‌ ନଟ୍‌ ବା ଡେରୀ ମିଲ୍କ ଲେକ୍‌ବଲସ୍‌ କିଣି 1GB 4G ଡାଟା ଉପଭୋଗ କରିପାରିବେ ବୋଲି ଘୋଷଣା କରାଯାଇଥିଲା।

ଏହି ଅଫର୍‌ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିଛି। ୫ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ  ଯେକୌଣସି ଡେରୀ ମିଲ୍କ ଚକୋଲେଟ୍‌ କିଣିବା ପରେ ଚକୋଲେଟ୍‌ ଜରିରେ ଥିବା ବାର୍‌କୋର୍ଡକୁ ସ୍କାନ୍‌ କରିବା ପରେ ଆପଣ ଏହି ମାଗଣା ଡାଟାକୁ ଉପଭୋଗ କରି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story