Advertisment

ଟିକଟକ ଅପେକ୍ଷା ଅଧିକ ଲୋକପ୍ରିୟ ହେଉଛି ଶଟ୍ସ୍ ଆପ୍

ୟୁଟ୍ୟୁବ ଶଟ୍ସ୍ ଭିଡିଓ ଏବେ ଟିକଟକ ଶଟ୍ସ୍ ଭିଡିଓର ବିକଳ୍ପ ଭାବରେ ଉଭା ହୋଇଛି। ଗତବର୍ଷ ଡିସେମ୍ୱର ମାସରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ବଢ଼ିଥିବା ୟୁଜର ସଂଖ୍ୟା ହେଉଛି ଏହାର ପ୍ରମାଣ। ଏହାକୁ ନେଇ ୟୁଟ୍ୟୁବ୍ ସର୍ଟସ ଖୁସିବ୍ୟକ୍ତ କରିଛି। ଚାଇନିଜ ଆପକୁ ନେଇ ବିଭିନ୍ନ ଦେଶ କଟକଣା ଲଗାଇବା ପରେ ଆମେରିକାନ କମ୍ପାନୀ ଗୁଗୁଲ ଟିକଟକର ବିକଳ୍ପ ଭାବରେ ଏହି ୟ୍ୟଟ୍ୟୁବ ସର୍ଟସ ଆପ୍ ଲଞ୍ଚ କରିଥିଲା। କମ୍ପାନୀ କହିଛି ଯେ ଏହି […]

ଅଦ୍ୟତନ ହୋଇଛି
ଟିକଟକ ଅପେକ୍ଷା ଅଧିକ ଲୋକପ୍ରିୟ ହେଉଛି ଶଟ୍ସ୍ ଆପ୍

youtube-shorts

Advertisment

ୟୁଟ୍ୟୁବ ଶଟ୍ସ୍ ଭିଡିଓ ଏବେ ଟିକଟକ ଶଟ୍ସ୍ ଭିଡିଓର ବିକଳ୍ପ ଭାବରେ ଉଭା ହୋଇଛି। ଗତବର୍ଷ ଡିସେମ୍ୱର ମାସରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ବଢ଼ିଥିବା ୟୁଜର ସଂଖ୍ୟା ହେଉଛି ଏହାର ପ୍ରମାଣ। ଏହାକୁ ନେଇ ୟୁଟ୍ୟୁବ୍ ସର୍ଟସ ଖୁସିବ୍ୟକ୍ତ କରିଛି। ଚାଇନିଜ ଆପକୁ ନେଇ ବିଭିନ୍ନ ଦେଶ କଟକଣା ଲଗାଇବା ପରେ ଆମେରିକାନ କମ୍ପାନୀ ଗୁଗୁଲ ଟିକଟକର ବିକଳ୍ପ ଭାବରେ ଏହି ୟ୍ୟଟ୍ୟୁବ ସର୍ଟସ ଆପ୍ ଲଞ୍ଚ କରିଥିଲା। କମ୍ପାନୀ କହିଛି ଯେ ଏହି ଶଟ୍ସ୍ ଭିଡିଓ ଆପ୍ ୨୦୨୦ ଶେଷ ସୁଦ୍ଧା ଏହାର ଦୈନିକ ୟୁଜର ୩.୫ ମିଲିଅନ ଥିବା ବେଳେ ମାର୍ଚ୍ଚ ଶେଷ ବେଳକୁ ଏହା ୬.୫ ମିଲିଅନକୁ ବୃଦ୍ଧି ପାଇଛି। (୧ ମିଲିଅନ = ୧୦ ଲକ୍ଷ)

Advertisment

ୟୁଟ୍ୟୁବ୍ ଗତ ବର୍ଷ ସେପ୍ଟେମ୍ବରରେ ଭାରତରେ ଏହି ଶଟ୍ସ୍ ଆପ୍ ଲଞ୍ଚ କରିଥିଲା। ଶଟ୍ସ୍ ହେଉଛି ଏକ ନୂଆ ସର୍ଟ-ଫର୍ମ ଭିଡିଓର ଅଭିଜ୍ଞତା। ବିଜ୍ଞାପନ ଭଳି ଛୋଟିଆ ଫର୍ମାଟରେ ଏଠାରେ କଣ୍ଟେଣ୍ଟ ଡିଜାଇନ ହୁଏ। ହେଲେ ଏହାର କଣ୍ଟେଟ ଟ୍ରେଣ୍ଡିଂ ଟପିକକୁ ନେଇ ସାଧାରଣତଃ ତିଆରି ହୋଇଥାଏ। ମୋବାଇଲ୍ ଫୋନ୍ ବ୍ୟବହାର କରି ଏହି ସର୍ଟସ ଭିଡିଓ ତିଆରି କରାଯାଏ।

ପ୍ରତି ମାସରେ ଏହି ୟୁଟ୍ୟୁବ ଶଟ୍ସ୍ ଭିଡିଓ ଆପରେ ୨ ବିଲିୟନରୁ ଅଧିକ ନୂଆ ୟୁଜର ଯୋଡ଼ି ହେଉଥିବା ବେଳେ ଦୈନିକ ୧ ବିଲିୟନରୁ ଅଧିକ ଭିଡିଓ ୟୁଜର ତିଆରି କରୁଛନ୍ତି। ଗୁଗୁଲ୍ ମାଲିକାନାରେ ଥିବା ୟୁଟ୍ୟୁବ ବିଜ୍ଞାପନଦାତାଙ୍କୁ ଏକ ଏକ ବଡ଼ ମଞ୍ଚ ପାଲଟି ଯାଇଛି।

Advertisment

କମ୍ପାନୀ ମଙ୍ଗଳବାର କହିଛି ଯେ ୟୁଟ୍ୟୁବ ସଂପର୍କରେ ଲୋକମାନେ ଶିକ୍ଷାଗତ ଭିଡିଓଠାରୁ ଆରମ୍ଭ କରି ପୋଡ଼କାଷ୍ଟ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବିଷୟବସ୍ତୁ ପାଇ ପାରୁଛନ୍ତି। ୟୁଟ୍ୟୁବ ବିଜ୍ଞାପନଦାତାଙ୍କୁ ଏକ ବଡ଼ ୟୁଜର ଥିବା ଫ୍ଲାଟଫର୍ମ ଯୋଗାଇ ଦେବାକୁ ଚାହୁଁଛି। ଯାହାକୁ ଟିଭି ଅପେକ୍ଷା ବହୁତ ଅଧିକ ଲୋକ ଦେଖୁଥିବେ। ଆଉ ବଡ଼ ବଡ଼ କମ୍ପାନୀ ମାନେ ସେହି ପ୍ଲାଟଫର୍ମରେ ବିଜ୍ଞାପନ ଦେଇ ନିଜ ପ୍ରଡକ୍ଟକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ। ୨୦୨୧ ଜାନୁଆରୀ-ମାର୍ଚ୍ଚରେ ୟୁଟ୍ୟୁବ ବିଜ୍ଞାପନରୁ ୬ ବିଲିୟନ ଡ଼ଲାର ଆୟ କରିଥିବା ବେଳେ ପୂର୍ବ ତୁଳନାରେ ୪୯ ପ୍ରତିଶତ ବୃଦ୍ଧି ପାଇଛି। ଏବେ ଏହି ସର୍ଟସ ଆପକୁ ୟୁଟ୍ୟୁବ ବିଜ୍ଞାପନଦାତାଙ୍କ ପାଇଁ ଏକ ବଡ଼ ଓ ପ୍ରଭାବଶାଳୀ ପ୍ଲାଟଫର୍ମ ଭାବରେ ତିଆରି କରିବାକୁ ଲକ୍ଷ୍ୟ ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe