ଲଞ୍ଚ୍ ହେଲା ୩ଟି ନୂଆ ଆଇଫୋନ୍‌

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲ୍‌ର iPhone XS, iPhone XS Max ଓ iPhone XR ଲଞ୍ଚ୍ ହୋଇଛି। ଏହାସହ କମ୍ପାନୀ iPhone Xକୁ ବନ୍ଦ କରିଦେଇଛି। ବନ୍ଦର ଅର୍ଥ, ଏହାକୁ କମ୍ପାନୀର ୱେବ୍‌ସାଇଟ୍‌ରୁ ହଟାଇ ଦିଆଗଲା। ଏହାସହ iPhone SE ଓ iPhone 6କୁ ମଧ୍ୟ କମ୍ପାନୀ ନିଜ ୱେବ୍‌ସାଇଟ୍‌ରୁ ହଟାଇ ଦେଇଛି। ଆପଲ୍ ଭାରତୀୟ ବଜାରରେ ହେଡ୍‌ଫୋନ୍‌ ଜ୍ୟାକ୍‌ ଯୁକ୍ତ ସମସ୍ତ ଫୋନ୍‌ଗୁଡ଼ିକୁ ବନ୍ଦ କରିଦେଇଛି। ବର୍ତ୍ତମାନ ଆପଲ୍‌ର ଭାରତୀୟ ୱେବସାଇଟ୍‌ରେ iPhone XS, […]

mobile

mobile

Rakesh Mallick
  • Published: Thursday, 13 September 2018
  • Updated: 13 September 2018, 03:13 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲ୍‌ର iPhone XS, iPhone XS Max ଓ iPhone XR ଲଞ୍ଚ୍ ହୋଇଛି। ଏହାସହ କମ୍ପାନୀ iPhone Xକୁ ବନ୍ଦ କରିଦେଇଛି। ବନ୍ଦର ଅର୍ଥ, ଏହାକୁ କମ୍ପାନୀର ୱେବ୍‌ସାଇଟ୍‌ରୁ ହଟାଇ ଦିଆଗଲା। ଏହାସହ iPhone SE ଓ iPhone 6କୁ ମଧ୍ୟ କମ୍ପାନୀ ନିଜ ୱେବ୍‌ସାଇଟ୍‌ରୁ ହଟାଇ ଦେଇଛି।

ଆପଲ୍ ଭାରତୀୟ ବଜାରରେ ହେଡ୍‌ଫୋନ୍‌ ଜ୍ୟାକ୍‌ ଯୁକ୍ତ ସମସ୍ତ ଫୋନ୍‌ଗୁଡ଼ିକୁ ବନ୍ଦ କରିଦେଇଛି।

ବର୍ତ୍ତମାନ ଆପଲ୍‌ର ଭାରତୀୟ ୱେବସାଇଟ୍‌ରେ iPhone XS, iPhone XR, iPhone 8 ଓ iPhone 7 ଉପଲବ୍ଧ ହେଉଛି। iPhone XR ମୂଲ୍ୟ ୭୯,୦୦୦ ଟଙ୍କାରୁ ଆରମ୍ଭ ହେଉଛି।

ନୂଆ ଫୋନ୍‌ଗୁଡ଼ିକ ମଧ୍ୟରେ ୨ଟି ସ୍ମାର୍ଟ ଫୋନ୍‌ ଡିଜାଇନ୍‌ ପ୍ରାୟ ଏକା ଭଳି ରହିଛି। iPhone XS ଓ XS Max ଗୋଲ୍ଡ କଲର ଭେରିଆଣ୍ଟ ଉପଲବ୍ଧ ହେଉଛି। iPhone XS ଓ iPhone XS Max ଭାରତରେ ସେପ୍ଟେମ୍ବର ୨୮ରୁ ମିଳିବ। କମ୍ପାନୀ ମୁତାବକ ଭାରତରେ iPhone Xsର 64GB ଭେରିଆଣ୍ଟର ମୂଲ୍ୟ ୯୯,୯୦୦ ଟଙ୍କା ଓ 64GB iPhone Xs Max ୧,୦୯,୯୯୦ ଟଙ୍କା ରହିଛି।
ସେହିଭଳି iPhone XRର ୩ଟି ଭେରିଏଣ୍ଟ 64GB, 128GB ଓ 256GB ରହିଛି। ସବୁଥର ଭଳି ଏଥର ମଧ୍ୟ କମ୍ପାନୀ ଫୋନ୍‌ର ରାମ୍‌ ଓ ବ୍ୟାଟେରୀ ବିଷୟରେ କିଛି ସୂଚନା ଦେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos