mobile
ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲ୍ର iPhone XS, iPhone XS Max ଓ iPhone XR ଲଞ୍ଚ୍ ହୋଇଛି। ଏହାସହ କମ୍ପାନୀ iPhone Xକୁ ବନ୍ଦ କରିଦେଇଛି। ବନ୍ଦର ଅର୍ଥ, ଏହାକୁ କମ୍ପାନୀର ୱେବ୍ସାଇଟ୍ରୁ ହଟାଇ ଦିଆଗଲା। ଏହାସହ iPhone SE ଓ iPhone 6କୁ ମଧ୍ୟ କମ୍ପାନୀ ନିଜ ୱେବ୍ସାଇଟ୍ରୁ ହଟାଇ ଦେଇଛି।
ଆପଲ୍ ଭାରତୀୟ ବଜାରରେ ହେଡ୍ଫୋନ୍ ଜ୍ୟାକ୍ ଯୁକ୍ତ ସମସ୍ତ ଫୋନ୍ଗୁଡ଼ିକୁ ବନ୍ଦ କରିଦେଇଛି।
ବର୍ତ୍ତମାନ ଆପଲ୍ର ଭାରତୀୟ ୱେବସାଇଟ୍ରେ iPhone XS, iPhone XR, iPhone 8 ଓ iPhone 7 ଉପଲବ୍ଧ ହେଉଛି। iPhone XR ମୂଲ୍ୟ ୭୯,୦୦୦ ଟଙ୍କାରୁ ଆରମ୍ଭ ହେଉଛି।
ନୂଆ ଫୋନ୍ଗୁଡ଼ିକ ମଧ୍ୟରେ ୨ଟି ସ୍ମାର୍ଟ ଫୋନ୍ ଡିଜାଇନ୍ ପ୍ରାୟ ଏକା ଭଳି ରହିଛି। iPhone XS ଓ XS Max ଗୋଲ୍ଡ କଲର ଭେରିଆଣ୍ଟ ଉପଲବ୍ଧ ହେଉଛି। iPhone XS ଓ iPhone XS Max ଭାରତରେ ସେପ୍ଟେମ୍ବର ୨୮ରୁ ମିଳିବ। କମ୍ପାନୀ ମୁତାବକ ଭାରତରେ iPhone Xsର 64GB ଭେରିଆଣ୍ଟର ମୂଲ୍ୟ ୯୯,୯୦୦ ଟଙ୍କା ଓ 64GB iPhone Xs Max ୧,୦୯,୯୯୦ ଟଙ୍କା ରହିଛି।
ସେହିଭଳି iPhone XRର ୩ଟି ଭେରିଏଣ୍ଟ 64GB, 128GB ଓ 256GB ରହିଛି। ସବୁଥର ଭଳି ଏଥର ମଧ୍ୟ କମ୍ପାନୀ ଫୋନ୍ର ରାମ୍ ଓ ବ୍ୟାଟେରୀ ବିଷୟରେ କିଛି ସୂଚନା ଦେଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/mobile.jpg)