Advertisment

ଭାରତୀୟ ବଜାରରେ ଲଞ୍ଚ୍‌ ହେଲା ମାରୁତି ସୁଜୁକି ‘swift’ର ଲିମିଟେଡ୍‌ ଏଡିସନ୍‌, ଜାଣନ୍ତୁ ଦାମ୍‌ କେତେ?

ମୁମ୍ବାଇ: କାର୍‌ ନିର୍ମାତା କମ୍ପାନୀ ‘ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌’ ନିଜର ସବୁଠୁ ଲୋକପ୍ରିୟ ମଡେଲ୍‌ ‘swift’ର ଲିମିଟେଡ୍‌ ଏଡିସନ୍‌କୁ ଭାରତୀୟ ବଜାରରେ ଲଞ୍ଚ୍‌ କରିଛି। ପୂର୍ବରୁ ଏହି ଏଡିସନ୍‌ ଆମେରିକାରେ ଚଳିତ ବର୍ଷ ଫେବୃଆରୀରେ ଆମେରିକାରେ ଲଞ୍ଚ୍‌ ହୋଇଥିଲା। ଆସନ୍ତୁ ଜାଣିବା, ସ୍ୱିଫ୍ଟର ଏହି ଲିମିଟେଡ୍‌ ଏଡିସନ୍‌ରେ କ’ଣ ବିଶେଷତ୍ୱ ରହିଛି । ମାରୁତି ସୁଜୁକି ସ୍ୱିଫ୍ଟ ଲିମିଟେଡ୍‌ ଏଡିସନ୍‌ର ମୂଲ୍ୟ ୪.୯୯ ଲକ୍ଷ ଟଙ୍କା ରହିଛି।  ସ୍ୱିଫ୍ଟର ଲିମିଟେଡ୍‌ ଏଡିସନ୍‌ ଏହାର ଭ୍ୟାରିୟାଣ୍ଟ LXi ଓ […]

ଭାରତୀୟ ବଜାରରେ ଲଞ୍ଚ୍‌ ହେଲା ମାରୁତି ସୁଜୁକି ‘swift’ର ଲିମିଟେଡ୍‌ ଏଡିସନ୍‌, ଜାଣନ୍ତୁ ଦାମ୍‌ କେତେ?

suzki

Advertisment

ମୁମ୍ବାଇ: କାର୍‌ ନିର୍ମାତା କମ୍ପାନୀ 'ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌' ନିଜର ସବୁଠୁ ଲୋକପ୍ରିୟ ମଡେଲ୍‌ ‘swift’ର ଲିମିଟେଡ୍‌ ଏଡିସନ୍‌କୁ ଭାରତୀୟ ବଜାରରେ ଲଞ୍ଚ୍‌ କରିଛି। ପୂର୍ବରୁ ଏହି ଏଡିସନ୍‌ ଆମେରିକାରେ ଚଳିତ ବର୍ଷ ଫେବୃଆରୀରେ ଆମେରିକାରେ ଲଞ୍ଚ୍‌ ହୋଇଥିଲା।

Advertisment

ଆସନ୍ତୁ ଜାଣିବା, ସ୍ୱିଫ୍ଟର ଏହି ଲିମିଟେଡ୍‌ ଏଡିସନ୍‌ରେ କ’ଣ ବିଶେଷତ୍ୱ ରହିଛି ।

publive-imageମାରୁତି ସୁଜୁକି ସ୍ୱିଫ୍ଟ ଲିମିଟେଡ୍‌ ଏଡିସନ୍‌ର ମୂଲ୍ୟ ୪.୯୯ ଲକ୍ଷ ଟଙ୍କା ରହିଛି।  ସ୍ୱିଫ୍ଟର ଲିମିଟେଡ୍‌ ଏଡିସନ୍‌ ଏହାର ଭ୍ୟାରିୟାଣ୍ଟ LXi ଓ LDi, ଏହିଭଳି ଦୁଇଟି ମଡେଲ୍‌ରେ ଉପଲବ୍ଧ ହେବ।
ତେବେ ଗ୍ରାହକଙ୍କ ପାଇଁ ସବୁଠୁ ଭଲ କଥା ହେଉଛି, କମ୍ପାନୀ ଏହାର ପୂର୍ବ ମୂଲ୍ୟରେ କୋଣସି ପରିବର୍ତ୍ତନ କରିନାହିଁ। ମୂଲ୍ୟ ନ ବଢ଼ାଇ ଲିମିଟେଡ୍‌ ଏଡିସନ୍‌ରେ କମ୍ପାନୀ ଅଧିକ ଫିଚର୍‌ ଦେଇଛି।
ଲିମିଟେଡ୍‌ ଏଡିସନ୍‌ରେ ଏବେ ଦୁଇଟି ସ୍ପିକର ସହ single-din ବ୍ଲୁଟୁଥ୍ ଷ୍ଟେରିଓ ଓ ବ୍ଲାକ୍‌ ପେଣ୍ଟେଡ୍‌ ହ୍ୱିଲ୍‌ କ୍ୟାପ୍‌ ସାମିଲ ଅଛି।
ଏଥିରେ ଫ୍ରଣ୍ଟ୍‌ ପାୱାର୍‌ ୱିଣ୍ଡୋ, ଏବିଏସ୍, ଡ୍ୟୁଟ୍ ଫ୍ରଣ୍ଟ୍‌ ଏୟାର୍‌ ବ୍ୟାଗ୍ ଓ ରିୟର ପାର୍କିଂ ସେନ୍‌ସର୍‌ର ସୁବିଧା ଦିଆଯାଇଛି।

publive-imageତେବେ କମ୍ପାନୀ ସ୍ୱିଫ୍ଟର ଲିମିଟେଡ୍‌ ଏଡିସନ୍‌ର ଇଞ୍ଜିନ୍‌ରେ କୌଣସି ପ୍ରକାରର ପରିବର୍ତ୍ତନ କରିନାହିଁ। ଏଥିରେ ମଧ୍ୟ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ଅଛି ଯାହା ୮୨bhpର ପାୱାର୍‌ ଦିଏ। ଏହା ବ୍ୟତୀତ ଏଥିରେ ଲାଗିଥିବା ୧.୩ ଲିଟର ଡିଜେଲ୍‌ ଇଞ୍ଜିନ୍‌ ୭୪ bhp ପାୱାର୍‌ ଦେଇଥାଏ।

Advertisment

ସ୍ୱିଫ୍ଟ ଲିମିଟେଡ୍‌ ଏଡିସନ୍‌ର ଦୁଇଟିଯାକ ମଡେଲ୍‌ରେ ୫ ସ୍ପିଡ୍‌ ମ୍ୟାନୁଆଲ୍‌ ଗିୟର ଲାଗିଛି। ଭାରତୀୟ ବଜାରରେ ସ୍ୱିଫ୍ଟ୍‌ର ମୁକାବିଲା 'ହୁଣ୍ଡାଇ'ର ଏଲାଇଟ୍‌ i20 ଓ 'ଫର୍ଡ୍‌'ର ଫିଗୋ ସହ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe