/odisha-reporter/media/post_attachments/uploads/2021/02/microsoft.jpg)
microsoft
ନୂଆଦିଲ୍ଲୀ: ଚଳିତ ବର୍ଷ ଅଫିସ୍ ୨୦୨୧ ସଫ୍ଟଓ୍ୱୟାର ତିଆରି କରିବ ଆମେରିକାର ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ। ଗୁରୁବାର ଏହି ଘୋଷଣା କରିଛି ମାଇକ୍ରୋସଫ୍ଟ। ଚଳିତ ବର୍ଷ ଶେଷ ବେଳକୁ ଏହି ସଫ୍ଟଓ୍ୱୟାର ତିଆରି ହେବ। ଉଭୟ ସିଙ୍ଗେଲ୍ ୟୁଜର ଏବଂ ବିଜନେସ ୟୁଜରଙ୍କ ପାଇଁ ଏହି ସଫ୍ଟଓ୍ୱୟାର ତିଆରି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ହେଲେ କମ୍ପାନୀ ସଫ୍ଟଓ୍ୱୟାରର ଦାମ୍ ଏବଂ କେବେ ରିଲିଜ ହେବ ସେ ନେଇ କୌଣସି ସୂଚନା ଦେଇ ନାହିଁ।
Advertisment
ତେବେ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଚଳିତ ବର୍ଷ ଶେଷରେ ଏହି ସଫ୍ଟଓ୍ୱୟାର ମାଇକ୍ରୋସଫ୍ଟ ତିଆରି କରିବ। ଥରେ କିଣିଲେ ୫ ବର୍ଷ ପାଇଁ ଏହା ବ୍ୟବହାର କରିହେବ। ଏହି ସଫ୍ଟଓ୍ୱୟାର ଉଭୟ ଓ୍ୱିଣ୍ଡୋଜ ଏବଂ ମ୍ୟାକ୍ ଅପରେଟିଂ ସିଷ୍ଟମ ପାଇଁ ଉପଲବ୍ଧ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
