Advertisment

୩.୫ ମିଲିଅନ Mobikwik ୟୁଜରଙ୍କ ଫୋନ୍ ନମ୍ୱର, ଆଧାର ନମ୍ୱର ଲିକ୍ !

ନୂଆଦିଲ୍ଲୀ: ସନ୍ଦେହ ଘେରରେ ପେମେଣ୍ଟ ଆପ୍ Mobikwik। ସୋମବାର ଏକ ସିକ୍ୟୁରିଟି ଏଜେନ୍ସି ଦାବି କରିଛନ୍ତି ଯେ ୩.୫ ମିଲିଅନ Mobikwik ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି ହେଉଛି। ଗବେଷକ କହିଛନ୍ତି ଯେ, ଏଥିରେ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ରହିଛି। ପାଖାପାଖି ୩.୫ ମିଲିୟନରୁ ଅଧିକ ଉପଭୋକ୍ତାଙ୍କ ତଥ୍ୟ ଲିକ୍ ହୋଇଥିବା ସୂଚନା ରହିଛି। ଏହି ପେମଣ୍ଟ ଆପର KYCରେ ୟୁଜରଙ୍କ ଠିକଣା, ଫୋନ୍ ନମ୍ବର, ଆଧାର କାର୍ଡ ନମ୍ୱର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। […]

author-image
Subhransu Sekhar
ଅଦ୍ୟତନ ହୋଇଛି
୩.୫ ମିଲିଅନ Mobikwik ୟୁଜରଙ୍କ ଫୋନ୍ ନମ୍ୱର, ଆଧାର ନମ୍ୱର ଲିକ୍ !

Mobikwik

ନୂଆଦିଲ୍ଲୀ: ସନ୍ଦେହ ଘେରରେ ପେମେଣ୍ଟ ଆପ୍ Mobikwik। ସୋମବାର ଏକ ସିକ୍ୟୁରିଟି ଏଜେନ୍ସି ଦାବି କରିଛନ୍ତି ଯେ ୩.୫ ମିଲିଅନ Mobikwik ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି ହେଉଛି। ଗବେଷକ କହିଛନ୍ତି ଯେ, ଏଥିରେ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ରହିଛି। ପାଖାପାଖି ୩.୫ ମିଲିୟନରୁ ଅଧିକ ଉପଭୋକ୍ତାଙ୍କ ତଥ୍ୟ ଲିକ୍ ହୋଇଥିବା ସୂଚନା ରହିଛି। ଏହି ପେମଣ୍ଟ ଆପର KYCରେ ୟୁଜରଙ୍କ ଠିକଣା, ଫୋନ୍ ନମ୍ବର, ଆଧାର କାର୍ଡ ନମ୍ୱର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯାହାକି ବିକ୍ରି ହୋଇଛି ବୋଲି ସିକ୍ୟୁରିଟି ଏଜେନ୍ସି ଦାବି କରିଛି।

Advertisment

ଏବେ ଏହି ବ୍ୟକ୍ତିଗତ ସୂଚନା ବିଭିନ୍ନ ସଂସ୍ଥା ପାଖରେ ପହଞ୍ଚିଥିବା ସୂଚନା ରହିଛି। ଫେବୃଆରୀରେ ସିକ୍ୟୁରିଟି ଏଜେନ୍ସିର ଗବେଷକ ରାଜଶେଖର ରାଜହାରିଆ କହିଛନ୍ତି ଏହି ଡାଟା ଚୋରି ଘଟଣା ପ୍ରଥମେ ଦେଖିବାକୁ ମିଳିଛି। ଯେଉଁଥିରେ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଏକ ୬ ଟିବି ହାର୍ଡଡିସ୍କରେ KYC ତଥ୍ୟ ଏବଂ ୩୫୦ ଜିବି mysql ଡମ୍ପ ଅନ୍ତର୍ଭୁକ୍ତ। ଏହି ବ୍ରେକ୍ ର ସ୍କ୍ରିନସଟ୍ ଟ୍ୱିଟରରେ ଖଲ୍ଲିକୋଟ ଆଲଡରସନ ନାମକ ଅନ୍ୟ ଜଣେ ସୁରକ୍ଷା ଅନୁସନ୍ଧାନକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ସେ ଏହାକୁ "ଇତିହାସର ସବୁଠାରୁ ବଡ KYC ଡାଟା ଲିକ୍" ବୋଲି କୁହାଯାଇଛି।

Advertisment

TechNaduର ରିପୋର୍ଟ ଅନୁଯାୟୀ, ଇମେଲ ଆଇଡି, ଫୋନ୍ ନମ୍ବର, ପାସୱାର୍ଡ ଆପ୍ଲିକେସନ୍ ଇନଷ୍ଟଲ୍, ଫୋନ୍ ନିର୍ମାତା, ଆଇପି ଠିକଣା, ଜିପିଏସ୍ ଏବଂ ୟୁଜରଙ୍କ ଅନ୍ୟାନ୍ୟ ସୂଚନା ଲିକ୍ ହୋଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହି ଡାଟା ଚୋରି ବେଳେ ଅଭିଯୁକ୍ତ ବ୍ରାଉଜରର ଡାର୍କ ୱେବ୍ ପୋର୍ଟାଲ ସ୍ଥାପନ କରିଛନ୍ତି। ଏହି ଡାର୍କ ଓ୍ୱେବ ଦ୍ୱାରା ସେମାନେ ଡାଟା ଚୋରି କରିବାରେ ସକ୍ଷମ ହୋଇଛନ୍ତି।

ତେବେ MobiKwik ଡାଟା ଲିକ୍ ଖବରକୁ ଖଣ୍ଡନ କରିଛି। ଡାଟା ଚୋରି ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ ବୋଲି କମ୍ପାନୀ କହିଛି। କମ୍ପାନୀ ୟୁଜରଙ୍କ ଡାଟା ସୁରକ୍ଷାକୁ ନେଇ ସେଚତନ ବୋଲି କମ୍ପାନୀର ମୁଖପାତ୍ର ଏକ ଇମେଲରେ କହିଛନ୍ତି।