Advertisment

ଡାଏଲ କରନ୍ତୁ *#07# ଜାଣନ୍ତୁ ଆପଣ କେତେ ସୁରକ୍ଷିତ

ବିନା ମୋବାଇଲରେ ଏବେ ମଣିଷ ପାଦେ ଆଗକୁ ବଢ଼ିବା ସମ୍ଭବ ନୁହେଁ। ଏକଦା ଖବର ଦେଖିବା ପାଇଁ ଟିଭି ଖୋଲିବାକୁ ପଡ଼ୁଥିଲା ଏବେ କିନ୍ତୁ ସମୟ ବଦଳିଛି ହାତରେ ମୋବାଇଲ ଅଛି ମାନେ ସାରା ପୃଥିବୀର ଟିକିନିଖି ଖବର ପାଖରୁ ଆରମ୍ଭ କରି କିଣାବିକା ମଧ୍ୟ ଅନ୍ ଦ ସ୍ପଟ୍ ହୋଇପାରୁଛି। ଆଉ ମଣିଷ ଏବେ ଖାଇବା ପାଖରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ମୋବାଇଲକୁ ପାଖରେ ରଖୁଛି। ତେବେ ଆପଣ ଜାଣିଛନ୍ତି ଯେଉଁ ମୋବାଇଲ ପକେଟରେ […]

ଅଦ୍ୟତନ ହୋଇଛି
ଡାଏଲ କରନ୍ତୁ *#07# ଜାଣନ୍ତୁ ଆପଣ କେତେ ସୁରକ୍ଷିତ

mobile-radiation

Advertisment

ବିନା ମୋବାଇଲରେ ଏବେ ମଣିଷ ପାଦେ ଆଗକୁ ବଢ଼ିବା ସମ୍ଭବ ନୁହେଁ। ଏକଦା ଖବର ଦେଖିବା ପାଇଁ ଟିଭି ଖୋଲିବାକୁ ପଡ଼ୁଥିଲା ଏବେ କିନ୍ତୁ ସମୟ ବଦଳିଛି ହାତରେ ମୋବାଇଲ ଅଛି ମାନେ ସାରା ପୃଥିବୀର ଟିକିନିଖି ଖବର ପାଖରୁ ଆରମ୍ଭ କରି କିଣାବିକା ମଧ୍ୟ ଅନ୍ ଦ ସ୍ପଟ୍ ହୋଇପାରୁଛି। ଆଉ ମଣିଷ ଏବେ ଖାଇବା ପାଖରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ମୋବାଇଲକୁ ପାଖରେ ରଖୁଛି।

Advertisment

ତେବେ ଆପଣ ଜାଣିଛନ୍ତି ଯେଉଁ ମୋବାଇଲ ପକେଟରେ ରଖିଛନ୍ତି ତାହା କେତେ ଶରୀର ପାଇଁ କ୍ଷତିକାରକ? ଏକ ରିପୋର୍ଟ ଅନୁଯାୟୀ ମଣିଷ ଶରୀରରେ 0.60 ଓ୍ୱାଟ୍/କିଲୋଗ୍ରାମରୁ ଅଧିକ ରେଡିଏସନ(ବିକିରଣ) କ୍ଷତିକାରକ। ହେଲେ ଏବେ ପ୍ରାୟତଃ ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ସେଗୁଡ଼ିକର ରେଡିଏସନ ବହୁତ ଅଧିକ। ରେଡିଏସନ ପ୍ରଭାବରେ କ୍ୟାନସର ଭଳି ରୋଗକୁ ଜନ୍ମ ଦେଇଥାଏ। ଏମିତିକି ଶରୀରରେ ଥିବା ପ୍ରଜନନ କ୍ଷମତାକୁ ମଧ୍ୟ କମାଇଦିଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଫୋନ୍ ପାଇଁ ମଣିଷ ଶରୀରର କୋଷ ବା ସେଲ୍ ମଧ୍ୟ ନଷ୍ଟ ହୋଇଯାଏ।

ସାଧାରଣଃ ମୋବାଇଲ୍ କିଣିଲା ବେଳେ ଯେମିତି ଫୋନର ହାର୍ଡ ଡିସ୍କ, ରାମ୍, କ୍ୟାମେରା ଆଦି ଉପରେ ପଚାରିବୁଝନ୍ତି। ହେଲେ କେହି ରେଡ଼ିଏସନ ବାବଦରେ ବୁଝନ୍ତି ନାହିଁ। ଅଧିକ ଜାଣିବା ପାଇଁ *#07#କୁ ଡାଏଲ କରି ଜାଣିହେବ ଗୋଟିଏ ମୋବାଇଲ ଫୋନର ରେଡିଏସନ କେତେ ରହିଛି।

Advertisment

ରେଡିଏସନର ପ୍ରଭାବରେ କଣ ହୁଏ?

  • ପ୍ରାୟତଃ ସମସ୍ତେ ମୋବାଇଲ ଫୋନକୁ ପ୍ୟାଣ୍ଟ ପକେଟରେ ରଖନ୍ତି। ଯେଉଁ କାରଣରୁ ରେଡିଏସନ ଲୋକଙ୍କ ପ୍ରଜନନକ୍ଷମତାକୁ ହ୍ରାସ କରିଥାଏ। ତେଣୁ ଏକ ଭଲ ମୋବାଇଲ୍ କଭର ବ୍ୟବହାର କରିବାର ଆବଶ୍ୟକ ରହିଛି। ଆଉ ଫୋନକୁ ଡେସ୍କରେ ଛାଡିଦେଇ ଅଫିସ ଏବଂ ଘରେ କାମ କରିବା ଭଲ। ଫୋନକୁ ପର୍ସରେ ରଖିବା ଆହୁରି ଭଲ ହେବ।
  • ରେଡିଏସନ ସେହି ଲୋକଙ୍କ ପାଇଁ ଅଧିକ ଖରାପ ଯେଉଁମାନେ ଦୀର୍ଘ ସମୟ ଧରି ଫୋନରେ କଥାବାର୍ତ୍ତା କରନ୍ତି। ସେମାନଙ୍କ ପାଇଁ ହେଡଫୋନ ବ୍ୟବହାର କରିବା ଭଲ। ରେଡିଏସନ ବ୍ରେନରେ ଥିବା ସେଲ୍ ବା କୋଷ ଉପରେ ମଧ୍ୟ ପ୍ରଭାବ ପକାଇ। ଯଦିଓ ବ୍ଲୁଟୁଥ୍ ରେଡିଏସନରୁ ରକ୍ଷା କରିବ ବୋଲି କୁହାଯାଏ ହେଲେ ଏହାବି ବିପଦ ମୁକ୍ତ ନୁହେଁ। ସେଠାରେ ଅନେକ ରେଡିଏସନ ମଧ୍ୟ ରହିଛି। ଫୋନକୁ ସ୍ପିକରରେ ରଖି କଥା ହେବା ସବୁଠୁ ଭଲ।
  • ମୋବାଇଲ ନେଟୱର୍କରେ ସମସ୍ୟା ଥିଲେ ଲୋକମାନେ ଅଧିକ ଉଚ୍ଚତାକୁ ଯାଇ ସିଗନାଲ୍ ଖୋଜନ୍ତି ଏବଂ ଫୋନରେ କଥା ହୁଅନ୍ତି। ଅନେକ ଲୋକ ନେଟୱର୍କ ଖୋଜିଖୋଜି ମୋବାଇଲ୍ ଟାୱାର ପାଖରେ ପହଞ୍ଚିଯାଆନ୍ତି କିନ୍ତୁ ଏହା ସବୁଠାରୁ ବିପଦଜ୍ଜନକ। ଦୁର୍ବଳ ନେଟଓ୍ୱର୍କରେ ଫୋନ୍ କଲ କରିବା ସବୁଠୁ ବିପଦଜନକ। ମୁଖ୍ୟତଃ ବିଲ୍ଡିଂର ବେସମେଣ୍ଟ ଓ ଲିଫ୍ଟରେ ଯିବା ବେଳେ ଫୋନରେ ସିଗନାଲ କମ୍ ରୁହେ। ଏହି ସମୟରେ କଥା ହେବା ଠିକ୍ ନୁହେଁ।
  • ରାତିରେ ଶୋଇବା ବେଳେ ଫୋନକୁ ବନ୍ଦ ରଖିବା ଉଚିତ୍। ଯଦି ଘରେ ରାଉଟର ରହିଛି ତାହେଲେ ରାତିରେ ରାଉଟର ମଧ୍ୟ ବନ୍ଦ କରିବା ଦରକାର। ରାଉଟର ଏଭଳି ସ୍ଥାନରେ ରହିବା ଦରକାର ଯେଉଁଠି ସର୍ବନିମ୍ନ ଗତିବିଧି ରହିଥିବ।
  • ଚାର୍ଜ କରିବା ସମୟରେ ଫୋନରେ କାମ କରିବା ଠିକ୍ ନୁହେଁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe