Advertisment

ଟେଲିଗ୍ରାମ ଆପରେ ଆସିଲା ନୂଆ ଫିଚର

ତତ୍‌କ୍ଷଣାତ୍‌ ମେସେଜ ପଠାଇବାରେ ଏବେ ହ୍ୱାଟସଆପ୍‌ ସାରା ବିଶ୍ୱରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ଟକ୍କର ଦେବା ପାଇଁ ଅନେକ କମ୍ପାନୀ ରହିଛି। ସେଥିମଧ୍ୟରୁ ଟେଲିଗ୍ରାମ ଅନ୍ୟତମ। ହ୍ୱାଟସଆପ୍‌ ଅପେକ୍ଷା ଟେଲିଗ୍ରାମରେ ଅଧିକ ଫିଚର ମିଳୁଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି। ହେଲେ ଏମିତି କିଛି ଫିଚର ହ୍ୱାଟସଆପରେ ରହିଛି, ଯାହାକି ଟେଲିଗ୍ରାମରେ ନଥିଲା। ତେଣୁ ହ୍ୱାଟସଆପ ଟେଲିଗ୍ରାମ ଅପେକ୍ଷା ଅଧିକ ଆଦୃତ ହେଉଥିଲା। ଏବେ କିନ୍ତୁ ହ୍ୱାଟସଆପର ସେହି ଫିଚରକୁ ଟେଲିଗ୍ରାମ ନିଜର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟେଲିଗ୍ରାମ ଆପରେ ଆସିଲା ନୂଆ ଫିଚର

telegram

ତତ୍‌କ୍ଷଣାତ୍‌ ମେସେଜ ପଠାଇବାରେ ଏବେ ହ୍ୱାଟସଆପ୍‌ ସାରା ବିଶ୍ୱରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ଟକ୍କର ଦେବା ପାଇଁ ଅନେକ କମ୍ପାନୀ ରହିଛି। ସେଥିମଧ୍ୟରୁ ଟେଲିଗ୍ରାମ ଅନ୍ୟତମ। ହ୍ୱାଟସଆପ୍‌ ଅପେକ୍ଷା ଟେଲିଗ୍ରାମରେ ଅଧିକ ଫିଚର ମିଳୁଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି। ହେଲେ ଏମିତି କିଛି ଫିଚର ହ୍ୱାଟସଆପରେ ରହିଛି, ଯାହାକି ଟେଲିଗ୍ରାମରେ ନଥିଲା। ତେଣୁ ହ୍ୱାଟସଆପ ଟେଲିଗ୍ରାମ ଅପେକ୍ଷା ଅଧିକ ଆଦୃତ ହେଉଥିଲା।

Advertisment

ଏବେ କିନ୍ତୁ ହ୍ୱାଟସଆପର ସେହି ଫିଚରକୁ ଟେଲିଗ୍ରାମ ନିଜର ଫିଚରରେ ସାମିଲ କରିଛି। ଏହି ନୂଆ ଫିଚର ହେଉଛି ଗ୍ରୁପ ତିଆରି କରିବା। ହ୍ୱାଟସଆପରେ ଗ୍ରୁପ ତିଆରି କରାଯାଇ ଚାଟ୍‌ କରି ହେଉଥିଲା। ଏହି ଫିଚର କିନ୍ତୁ ଟେଲିଗ୍ରାମରେ ନଥିଲା। ଟେଲିଗ୍ରାମର ଏହି ନୂଆ ଫିଚରରେ ଗ୍ରୁପ୍ ଭିଡିଓ କଲ୍ ମଧ୍ୟ କରିହେବ। ଏହା ଟେଲିଗ୍ରାମର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜରଙ୍କ ପାଇଁ ଉପଲବ୍ଧ ହେବ। ଏବେ ଏଥିରେ ଗ୍ରୁପ ଭଏସ୍ ଚାଟ୍ ଭିଡିଓ କଲରେ ରୂପାନ୍ତର କରିହେବ।

ଟେଲିଗ୍ରାମ ୟୁଜରମାନେ ଏବେ ସ୍କ୍ରିନ୍ ଶେଆର ଫିଚର ବ୍ୟବହାର କରି ସ୍କ୍ରିନ୍ ଶେୟାର କରିବାକୁ ସମର୍ଥ ହେବେ। ଏବେ ଗ୍ରୁପ୍ କଲିଂ ପାଇଁ ସଦସ୍ୟଙ୍କ ସଂଖ୍ୟା ୩୦ ରହିଛି, କିନ୍ତୁ ପରେ ଏହାକୁ ବୃଦ୍ଧି କରାଯାଇପାରିବ। ଟେଲିଗ୍ରାମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନୂଆ ଫିଚରରେ ୟୁଜର ମାନେ ଯେକୌଣସି ବର୍ଗର ଲୋକଙ୍କ ସହିତ ଭଏସ୍ ଚାଟ, ଗ୍ରୁପ୍ ଭିଡିଓ କଲରେ ରୂପାନ୍ତର କରିବାରେ ସକ୍ଷମ ହେବେ। ଏହି ବୈଶିଷ୍ଟ୍ୟ ପାଇଁ, ୟୁଜରଙ୍କୁ ଡିଜିକମ୍ ଆଇକନ୍ ବ୍ୟବହାର କରିବାକୁ ହେବ।

Advertisment