Advertisment

ବଜାରକୁ ଆସିବ ୨୦,୦୦୦ରୁ ବି କମ୍‌ ଦାମ୍‌ରେ OnePlus ଫୋନ୍‌!

ନୂଆଦିଲ୍ଲୀ: ଖୁବଶୀଘ୍ର ବଜାରକୁ ଆସିବ OnePlusର ନୂଆ ଫୋନ୍‌। ଯାହାର ଦାମ୍‌ ୨୦ ହଜାରରୁ କମ୍‌ ରହିବ। ଚାଇନ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ୱାନ୍‌ପ୍ଲସ୍‌ ଭାରତରେ ତା’ର ନୂଆ ଫୋନ୍‌ OnePlus Nord ଲଞ୍ଚ କରିବାକୁ ଯାଉଛି। ଚଳିତ ବର୍ଷ ଜୁଲାଇ ଆଡକୁ ଏହି ଫୋନ୍‌ଟି ବଜାରକୁ ଆସିବ ବୋଲି କୁହାଯାଇଛି। 90Hz AMOLED ଡିସପ୍ଲେ ସହିତ 5G କନେକ୍ଟିଭିଟି ସହିତ ୱାନ୍‌ପ୍ଲସର ଏହି ନୂଆ ଫୋନ୍‌ ମାର୍କେଟ୍‌ରେ ଲଞ୍ଚ ହେବ। ଏହି ଫୋନରେ ୫୦ ମେଗାପିକ୍ସେଲର ପ୍ରାଇମେରୀ […]

author-image
Madhupriya Mistry
ବଜାରକୁ ଆସିବ ୨୦,୦୦୦ରୁ ବି କମ୍‌ ଦାମ୍‌ରେ OnePlus ଫୋନ୍‌!

One plus Phone

ନୂଆଦିଲ୍ଲୀ: ଖୁବଶୀଘ୍ର ବଜାରକୁ ଆସିବ OnePlusର ନୂଆ ଫୋନ୍‌। ଯାହାର ଦାମ୍‌ ୨୦ ହଜାରରୁ କମ୍‌ ରହିବ। ଚାଇନ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ୱାନ୍‌ପ୍ଲସ୍‌ ଭାରତରେ ତା'ର ନୂଆ ଫୋନ୍‌ OnePlus Nord ଲଞ୍ଚ କରିବାକୁ ଯାଉଛି। ଚଳିତ ବର୍ଷ ଜୁଲାଇ ଆଡକୁ ଏହି ଫୋନ୍‌ଟି ବଜାରକୁ ଆସିବ ବୋଲି କୁହାଯାଇଛି।

Advertisment

90Hz AMOLED ଡିସପ୍ଲେ ସହିତ 5G କନେକ୍ଟିଭିଟି ସହିତ ୱାନ୍‌ପ୍ଲସର ଏହି ନୂଆ ଫୋନ୍‌ ମାର୍କେଟ୍‌ରେ ଲଞ୍ଚ ହେବ। ଏହି ଫୋନରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିବ। ଏଥିରେ ମିଡିଆ ଟେକ୍ ପ୍ରୋସେସର୍ ମଧ୍ୟ ଦିଆଯାଇପାରେ। ଏହି ଫୋନ୍‌ର ଦାମ୍‌ ୨୦ ହଜାର ଟଙ୍କା ଭିତରେ ରହିବ।

କୁହାଯାଉଛି ଯେ ଏହି ଫୋନ୍ ନର୍ଡ ବ୍ରାଣ୍ଡିଂ ସହିତ ଆସିପାରେ ଏବଂ ଏହା ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ଲଞ୍ଚ ହୋଇପାରିବ। ବର୍ତ୍ତମାନ, କମ୍ପାନୀର ନର୍ଡ ସିରିଜର ସମସ୍ତ ଫୋନ୍ ଭାରତୀୟ ବଜାରରେ ୨୦ ରୁ ଅଧିକ ମୂଲ୍ୟ ରହିଛି।

Advertisment

ଯଦି ୱାନ୍‌ପ୍ଲସ୍‌ କମ୍ପାନୀ ୨୦ ହଜାର ଟଙ୍କା ଭିତରେ ଫୋନ୍‌ ଲଞ୍ଚ କରେ ତେବେ ଏହା SamsungRealmeXiaomiOppoVivo  ଭଳି ବ୍ରାଣ୍ଡର ତାଲିକାରେ ସାମିଲ ହୋଇପାରିବ।

ବର୍ତ୍ତମାନ ନର୍ଡ ସିରିଜ ଅନୁଯାୟୀ OnePlus Nord 2 5G ଏବଂ OnePlus Nord CE 5G ସ୍ମାର୍ଟଫୋନ୍‌ ଭାରତୀୟ ବଜାରରେ ଉପଲବ୍ଧ ଅଛି। OnePlus Nord 2 5Gର ଦାମ୍‌ ୨୭,୯୯୯ରୁ ଆରମ୍ଭ ହୁଏ। ସେହିପରି OnePlus Nord CE 5G ସ୍ମାର୍ଟଫୋନ୍‌ର ଦାମ୍‌୨୨,୯୯୯ରୁ ଆରମ୍ଭ ହୋଇ ୨୭,୯୯୯ ଯାଏଁ ରହିଛି।