ଭାରତରେ ଲଞ୍ଚ ହେଲା ୨୭୯୯ ଟଙ୍କିଆ ସ୍ମାର୍ଟୱାଚ୍‌

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Ptron Force X11 ସ୍ମାର୍ଟୱାଚ୍‌। ପୂର୍ବରୁ ୱେୟାରଲେସ୍‌ ଇୟର ଫୋନ, ବ୍ଲ୍ୟୁଟୁଥ ଓ ତାର ଯୁକ୍ତ ଇୟର ଫୋନ ପ୍ରସ୍ତୁତ କରୁଥିବା Ptron ପକ୍ଷରୁ ଏହି ଅତ୍ୟାଧୁନିକ ସ୍ମାର୍ଟୱାଚ୍‌ ତିଆରି କରାଯାଇଛି। Ptron ଲଞ୍ଚ କରିଥିବା ଷ୍ଟାଇଲିଶ ସ୍ମାର୍ଟୱାଚ୍‌ର ଦାମ ୨୭୯୯ ଟଙ୍କା ରହିଛି। ବୋଟ୍‌, ଫାୟାର-ବୋଲ୍‌ଟ୍ଟ ଓ ଅନ୍ୟ କମ୍ପାନୀ ଗୁଡ଼ିକ ଲଞ୍ଚ କରିଥିବା ୫ ହଜାର ଟଙ୍କିଆ ସ୍ମାର୍ଟୱାଚ୍‌କୁ Ptronର ୨୭୯୯ ଟଙ୍କିଆ ଟକ୍କର ଦେବ ବୋଲି କୁହାଯାଉଛି। […]

watch

watch

Hemant Lenka
  • Published: Monday, 17 January 2022
  • Updated: 17 January 2022, 03:35 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Ptron Force X11 ସ୍ମାର୍ଟୱାଚ୍‌। ପୂର୍ବରୁ ୱେୟାରଲେସ୍‌ ଇୟର ଫୋନ, ବ୍ଲ୍ୟୁଟୁଥ ଓ ତାର ଯୁକ୍ତ ଇୟର ଫୋନ ପ୍ରସ୍ତୁତ କରୁଥିବା Ptron ପକ୍ଷରୁ ଏହି ଅତ୍ୟାଧୁନିକ ସ୍ମାର୍ଟୱାଚ୍‌ ତିଆରି କରାଯାଇଛି। Ptron ଲଞ୍ଚ କରିଥିବା ଷ୍ଟାଇଲିଶ ସ୍ମାର୍ଟୱାଚ୍‌ର ଦାମ ୨୭୯୯ ଟଙ୍କା ରହିଛି।

ବୋଟ୍‌, ଫାୟାର-ବୋଲ୍‌ଟ୍ଟ ଓ ଅନ୍ୟ କମ୍ପାନୀ ଗୁଡ଼ିକ ଲଞ୍ଚ କରିଥିବା ୫ ହଜାର ଟଙ୍କିଆ ସ୍ମାର୍ଟୱାଚ୍‌କୁ Ptronର ୨୭୯୯ ଟଙ୍କିଆ ଟକ୍କର ଦେବ ବୋଲି କୁହାଯାଉଛି। କାରଣ ୫ ହଜାର ଟଙ୍କିଆ ସ୍ମାର୍ଟୱାଚ୍‌ରେ ଯେଉଁ ସବୁ ଫିଚର ରହିଛି Ptron Force X11 ୨୭୯୯ ଟଙ୍କାରେ ସମାନ ସବୁଧା କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଛି। କମ୍ପାନୀ ପକ୍ଷରୁ Onyx Black and Pink Suede colour ର ସ୍ମାର୍ଟୱାଚ୍‌ ପ୍ରାଥମିକ ଭାବେ ଲଞ୍ଚ କରାଯାଇଛି। ସ୍ମାର୍ଟୱାଚ୍‌ ଉପରେ ଗୋଟିଏ ବର୍ଷର ୱାରେଣ୍ଟୀ ମିଳିବ।

ଲଞ୍ଚ ଅବସରରେ Ptronର ପ୍ରତିଷ୍ଠାତା ତଥା ସିଇଓ ଅମୀନ ‌ଖ୍ୱାଜା କହିଛନ୍ତି, ନୂଆ ପ୍ରଯୁକ୍ତି ବିଦ୍ୟା ଓ ଆଇକନିକ ଡିଜାଇନ୍‌ର ମିଶ୍ରଣରେ Ptron Force X11 ସ୍ମାର୍ଟୱାଚ୍‌ ତିଆରି କରାଯାଇଛି। ପୂର୍ବରୁ କେବେ ହେଲେ ଏତେ ଶସ୍ତାରେ କୌଣସି ଅତ୍ୟାଧୁନିକ ସ୍ମାର୍ଟୱାଚ୍‌ ମାର୍କେଟକୁ ଆସି ନଥିଲା। ଏହି ସ୍ମାର୍ଟୱାଚ୍‌ ଲୋକଙ୍କୁ ସବୁଠାରୁ ଆଗରେ ରଖିବ ବୋଲି ସେ କହିଛନ୍ତି।

ନୂଆ କରି ଲଞ୍ଚ ହୋଇଥିବା Ptron Force X11 ସ୍ମାର୍ଟୱାଚରେ ୧.୭ ଇଞ୍ଚର ଏଚ୍‌ଡି ଟଚ୍‌ ସ୍କ୍ରିନ ରହିଛି। ଏହାର ରିଜୋଲେସନ ୨୪୦ x ୨୮୦। ନାଭିଗେସନ ପାଇଁ ସ୍ମାର୍ଟୱାଚ୍‌ରେ ଗୋଟିଏ ସାଇଡ୍‌ ମାଉଣ୍ଟେଡ ବଟନ ରହିଛି। ମାଇକ୍ରୋ ଫୋନ ଓ ବ୍ଲ୍ୟୁଥୁଟ କଲିଂ ବିକଳ୍ପ ମଧ୍ୟ ଏଥିରେ  ଅଛି। Ptron Force X11 ସ୍ମାର୍ଟୱାଚ୍‌ ନିୟମିତ ଭାବେ ଜଣେ ବ୍ୟକ୍ତିଙ୍କ ହୃଦସ୍ପଦନ ଓ ରକ୍ତ-ଅମ୍ଳଜାନ ସଞ୍ଚାଳନକୁ ମନିଟରିଂ କରିବ। ରକ୍ତଚାପକୁ ମଧ୍ୟ ଏହା ସଙ୍କେତ ମାଧ୍ୟମରେ ସ୍ମାର୍ଟୱାଚ୍‌ ପିନ୍ଧିଥିବା ଲୋକଙ୍କୁ ଅବଗତ କରାଇବ। ଏହାବାଦ ଏଥିରେ ୭ଟି ବିଭିନ୍ନ ପ୍ରକାରର ଗେମ୍‌ ମଧ୍ୟ ରହିଛି। ଗୋଟିଏ ଥର ଚାର୍ଜ କଲେ ଘଣ୍ଟାଟି ୭ ଦିନ ଯାଏ ଚାଲିବ।

Ptron Force X11 ସ୍ମାର୍ଟୱାଚ୍‌ ଜଣେ ଲୋକଙ୍କୁ ସେଣ୍ଡେଣ୍ଟାରୀ ଓ ହାଇଡ୍ରେସନ ସମ୍ପର୍କରେ ସଙ୍କେତ ଦେବ। କ୍ୟାଲୋରୀ ବାବଦରେ ମଧ୍ୟ ଏହି ସ୍ମାର୍ଟୱାଚ୍‌ ବ୍ୟବହାରକାରୀଙ୍କୁ ସୂଚନା ଦେବାର କ୍ଷମତା ରଖିଛି। ସ୍ମାର୍ଟୱାଚ୍‌ରେ ଉଭୟ ଆଣ୍ଡ୍ରଏଡେ ଓ ଆଇଓଏସ୍‌କୁ ସହାୟତା କରିବା ଭଳି DaFit ଆପ୍‌ ରହିଛି। Ptron Force X11 ସ୍ମାର୍ଟୱାଚ୍‌ରେ ପେଡୋମିଟିର, କଲ୍‌ ରିଜେକ୍ଟ, ଫାଇଣ୍ଡ ପାଇଁ ୱାଚ୍‌, ବିଭିନ୍ନ ପ୍ରକାରର ଆପ୍, ଷ୍ଟେପ ଗଣନା, ଷ୍ଟପୱାଚ୍‌ ଓ ଆଲାରାମ ଭଳି ସୁବିଧା ରହିଛି। ଏହି ସ୍ମାର୍ଟୱାଚ୍‌ର ଓଜନ ମାତ୍ର ୩୭ ଗ୍ରାମ। ଏବେ ଏହା ଆମାଜନ ୱେବସାଇଟରେ କିଣିବା ପାଇଁ ଉପଲବ୍ଧ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos