Advertisment

ଜୁଲାଇ ୪ରେ ଭାରତରେ ଲଞ୍ଚ୍‌ ହେବ Redmi 7A

ନୂଆଦିଲ୍ଲୀ: ଜୁଲାଇ ୪ ତାରିଖରେ ରେଡ୍‌ମି 7A ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି। ଇ-କମର୍ସ ସାଇଟ୍‌ ଫ୍ଲିଫ୍‌କାର୍ଟରେ ଏହା ଉପଲବ୍ଧ ହୋଇପାରିବ ବୋଲି ଫ୍ଲିଫ୍‌କାର୍ଟ ପକ୍ଷରୁ କନଫର୍ମ କରାଯାଇଛି। ଫ୍ଲିଫ୍‌କାର୍ଟ ବ୍ୟତୀତ ଆପଣ ଏହି ଫୋନ୍‌କୁ mi.com ଓ ଏମ୍‌ଆଇ ହୋମ୍‌ ଷ୍ଟୋର୍‌ରୁ ମଧ୍ୟ କିଣି ପାରିବେ। ସାଓମି ଇଣ୍ଡିଆର ନିର୍ଦ୍ଦେଶକ ମନୁ କୁମାର ରେଡ୍‌ମି 7A ଭାରତରେ ଲଞ୍ଚ୍‌ ହେବ ବୋଲି ସୂଚନା ଦେଇଛନ୍ତି। ଏହାର ଫିଚରକୁ ନେଇ ଫ୍ଲିପ୍‌କାର୍ଟ ଏହି ଫୋନ୍‌ଟିକୁ ‘ସ୍ମାର୍ଟ ଦେଶର […]

author-image
Minati Mishra
ଜୁଲାଇ ୪ରେ ଭାରତରେ ଲଞ୍ଚ୍‌ ହେବ Redmi 7A

pic9

ନୂଆଦିଲ୍ଲୀ: ଜୁଲାଇ ୪ ତାରିଖରେ ରେଡ୍‌ମି 7A ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି। ଇ-କମର୍ସ ସାଇଟ୍‌ ଫ୍ଲିଫ୍‌କାର୍ଟରେ ଏହା ଉପଲବ୍ଧ ହୋଇପାରିବ ବୋଲି ଫ୍ଲିଫ୍‌କାର୍ଟ ପକ୍ଷରୁ କନଫର୍ମ କରାଯାଇଛି।
ଫ୍ଲିଫ୍‌କାର୍ଟ ବ୍ୟତୀତ ଆପଣ ଏହି ଫୋନ୍‌କୁ mi.com ଓ ଏମ୍‌ଆଇ ହୋମ୍‌ ଷ୍ଟୋର୍‌ରୁ ମଧ୍ୟ କିଣି ପାରିବେ। ସାଓମି ଇଣ୍ଡିଆର ନିର୍ଦ୍ଦେଶକ ମନୁ କୁମାର ରେଡ୍‌ମି 7A ଭାରତରେ ଲଞ୍ଚ୍‌ ହେବ ବୋଲି ସୂଚନା ଦେଇଛନ୍ତି।

Advertisment

ଏହାର ଫିଚରକୁ ନେଇ ଫ୍ଲିପ୍‌କାର୍ଟ ଏହି ଫୋନ୍‌ଟିକୁ ‘ସ୍ମାର୍ଟ ଦେଶର ସ୍ମାର୍ଟ ଫୋନ୍’ ବୋଲି କହିଛି। ସାଓମିର ଏହି ଫୋନ୍‌ଟି ଚାଇନା ବଜାରରେ ଗତ ମେ’ ମାସରୁ ରିଲିଜ୍‌ ହୋଇସାରିଛି। ଏହି ଫୋନ୍‌ଟି ଦୁଇଟି ଭେରିଏଣ୍ଟସ୍‌ରେ ଆପଣ ପାଇପାରିବେ। ଗୋଟିଏ ଭାରିଏଣ୍ଟରେ ଷ୍ଟୋରେଜ୍‌ କ୍ୟାପାସିଟି ୧୬ ଜିବି ଥିବା ବେଳେ ଅନ୍ୟଟିରେ ୩୨ ଜିବି ରହିଛି।

ଏହି ଫୋନ୍‌ରେ ଏପରି କେତେକ ସ୍ୱତନ୍ତ୍ର ଫିଚର୍‌ ଦିଆଯାଇଛି, ଯାହା ଚାଇନାରେ ଲଞ୍ଚ ହୋଇଥିବା ଫୋନ୍‌ରେ ନାହିଁ ବୋଲି ମନୁ କୁମାର ଟ୍ୱିଟ୍‌ କରି କହିଛନ୍ତି।

Advertisment

ଏହାର ମୂଲ୍ୟକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ଚାଇନାରେ ଲଞ୍ଚ୍‌ ହୋଇଥିବା ଏହି ଫୋନ୍‌ର ଦୁଇଟି ଭାରିଏଣ୍ଟ୍ ୧୬ ଜିବି ଓ ୩୨ଜିବିର ମୂଲ୍ୟ ଭାରତୀୟ ମୁଦ୍ରାରେ ୫,୫୦୦ ଓ ୬୦୦୦ ଟଙ୍କା ରହିଥିଲା।

ସାଓମିର ଏହି ଫୋନ୍‌ ମ୍ୟାଟ୍‌ ବ୍ଲାକ୍‌ ଓ ବ୍ଲୁ କଲର୍‌ରେ ଉପଲବ୍ଧ ହେଉଛି।

ରେଡ୍‌ମି 7Aରେ ରହିଛି ଏହିସବୁ ଫିଚର୍

-ଏଥିରେ ଗ୍ରାହକ ଦୁଇଟି ନାନୋ ସିମ୍‌ ପକାଇପାରିବେ। ଏହି ଫୋନ୍‌ରେ Android 9 Pie ସହିତ MIUI 10ର ଫିଚର ରହିଛି।
-ଫୋନ୍‌ର ଡିସପ୍ଲେ ରହିଛି ୫.୪୬ ଇଞ୍ଚ୍‌ ଏବଂ ରାମ୍‌ ୨ ଜିବି।
-ଏହା ସହିତ ଏଥିରେ octa-core Qualcomm Snapdragon 439SoC ପ୍ରୋସେସର୍‌ ରହିଛି।
-ଫଟୋ ଏବଂ ଭିଡିଓ ପାଇଁ ଫ୍ରଣ୍ଟରେ ୫ ମେଗା ପିକ୍ସେଲ ଓ ବ୍ୟାକ୍‌ରେ ୧୩ ମେଗା ପିକ୍ସେଲର ସେନସର୍‌ ଏଲ୍‌ଇଡି ଫ୍ଲାଶ କ୍ୟାମେରା ରହିଛି।
-ଫୋନ୍‌ର ଷ୍ଟୋରେଜ୍‌ ଯଥାକ୍ରମେ ୧୬ ଜିବି ଓ ୩୨ ଜିବି ରହିଛି। ଆପଣ ଚାହିଁଲେ ଏସ୍‌ଡି କାର୍ଡ ଜରିଆରେ ଷ୍ଟୋରେଜ କ୍ୟାପାସିଟିକୁ ବଢ଼ାଇ ପାରିବେ।
-ଏହା ସହିତ କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍‌, ୱାଇଫାଇ, GPS/ A-GPS, 3.5mm ଅଡିଓ ଜ୍ୟାକ୍‌ ଏବଂ Micro-USB port ରହିଛି।
-ଏହି ଫୋନ୍‌ର ବ୍ୟାଟେରୀର କ୍ୟାପାସିଟି 4,000mAh ରହିଛି।