5
ନୂଆଦିଲ୍ଲୀ: ରୟାଲଏନ୍ଫିଲ୍ଡ୍ର Trials ବୁଲେଟ୍ ମୋଟର ସାଇକେଲର ଫଟୋ ଅନ୍ଲାଇନ୍ରେ ଲିକ୍ ହୋଇଛି। କୁହାଯାଉଛି ଏହି ବାଇକ୍ ଚଳିତ ବର୍ଷ ଲଞ୍ଚ ହୋଇପାରେ। ନିକଟରେ ଏହି ବାଇକ୍ ଟେଷ୍ଟିଂ କରାଯାଇଛି। ଦୁଇଟି ଭ୍ୟାରିଆଣ୍ଟରେ ଏହି ବୁଲେଟ୍ ଆସୁଛି। ଗୋଟିଏ ହେଲା Trials 350 ଏବଂ ଅନ୍ୟଟି ହେଲା Bullet Trials 500। ତେବେ ଫଟୋରେ ଯାହା ଦେଖାଯାଉଛି ଏହି ନୂଆ ବୁଲେଟ୍ ପୁରୁଣା ମଡେଲଠାରୁ ଅକେନ କିଛି ପରିବର୍ତ୍ତନ କରାଯାଇଛି।
/odisha-reporter/media/post_attachments/wp-content/uploads/2019/01/bullet-trails-350_010219113418.jpg)
Trials ବୁଲେଟକୁ ରେଡ୍ କଲର କରାଯାଇଥିବା ବେଳେ, ସେଥିରେ ସିଙ୍ଗିଲ୍ ସିଟ୍, ଲଗେଜ୍ ରେକ୍, ଅପ୍ ସୁଇପ୍ ପାଇପ୍ ଆଦି ସୁବିଧା ରହିଛି। ସେହିପରି Trials 350 ମଡେଲ୍ 346cc ସିଙ୍ଗିଲ୍ ସିଲିଣ୍ଡର ଏୟାର କୁଲଡ୍ ଇଞ୍ଜିନ୍ ସହ 19.8bhp ପାୱାର ଜେନେରେଟ୍ କରିବାର କ୍ଷମତା ରହିଛି। ଷ୍ଟାଇଲିସ୍ ଏବଂ ଲୁକ୍ ଦୃଷ୍ଟିରୁ ଯଥେଷ୍ଟ ଆକର୍ଷଣୀୟ ହୋଇଛି।
/odisha-reporter/media/post_attachments/wp-content/uploads/2019/01/bullet-trials_010219113417.jpg)
ଯାହା ଆପଣଙ୍କୁ ବେଶ୍ ପସନ୍ଦ ଆସିବ। ଏଥିରେ ଥିବା କମ୍ବାଇନ୍ ବ୍ରେକ୍ ସିଷ୍ଟମଟି ସ୍ୱତନ୍ତ୍ର ହୋଇଥିବା ବେଳେ ଏହା ଲୋକଙ୍କୁ ବେଶ୍ ପସନ୍ଦ ଆସିବ। ତେବେ ଏହାର ଦାମ୍ ଉପରେ କୌଣସି ଖୁଲାସା କରାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/01/5-2.jpg)