Advertisment

ବଜାରକୁ ଆସିବ ସାମସଙ୍ଗର ଦମଦାର ୫ଜି ମୋବାଇଲ ଫୋନ୍

ନୂଆଦିଲ୍ଲୀ: ୫ଜି କୁ ନେଇ ସାରା ଦେଶରେ ଉତ୍ସାହ ରହିଛି। ବିଭିନ୍ନ ମୋବାଇଲ ନିର୍ମାତା କମ୍ପାନୀ ବଜାରକୁ ୫ଜି ମୋବାଇଲ ଛାଡ଼ିଛନ୍ତି। ଏବେ ଏହି ରେସରେ ସାମିଲ୍ ହୋଇଛି ଦେଶରେ ସବୁଠାରୁ ଲୋକପ୍ରିୟ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ। ମାର୍ଚ୍ଚ ୩୦ରେ Samsung Galaxy S20 FE ମଡେଲ ଲଞ୍ଚ କରିବ ବୋଲି ଟ୍ୱିଟ୍ କରି କହିଛି। ଏହି ମୋବାଇଲ ଫୋନ୍ ଭାରତରେ ବିକ୍ରି ହେବା ପୂର୍ବରୁ ୟୁରୋପ ବଜାରରେ ବିକ୍ରି ହେବା ଆରମ୍ଭ କରିସାରିଛି। ସାମସଙ୍ଗର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବଜାରକୁ ଆସିବ ସାମସଙ୍ଗର ଦମଦାର ୫ଜି ମୋବାଇଲ ଫୋନ୍

Samsung-GalaxyS20FE-5G

ନୂଆଦିଲ୍ଲୀ: ୫ଜି କୁ ନେଇ ସାରା ଦେଶରେ ଉତ୍ସାହ ରହିଛି। ବିଭିନ୍ନ ମୋବାଇଲ ନିର୍ମାତା କମ୍ପାନୀ ବଜାରକୁ ୫ଜି ମୋବାଇଲ ଛାଡ଼ିଛନ୍ତି। ଏବେ ଏହି ରେସରେ ସାମିଲ୍ ହୋଇଛି ଦେଶରେ ସବୁଠାରୁ ଲୋକପ୍ରିୟ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ।

Advertisment

ମାର୍ଚ୍ଚ ୩୦ରେ Samsung Galaxy S20 FE ମଡେଲ ଲଞ୍ଚ କରିବ ବୋଲି ଟ୍ୱିଟ୍ କରି କହିଛି। ଏହି ମୋବାଇଲ ଫୋନ୍ ଭାରତରେ ବିକ୍ରି ହେବା ପୂର୍ବରୁ ୟୁରୋପ ବଜାରରେ ବିକ୍ରି ହେବା ଆରମ୍ଭ କରିସାରିଛି।

ସାମସଙ୍ଗର Samsung Galaxy S20 FE 5G ଏହି ମୋବାଇଲରେ ହାଇ କ୍ୱାଲିଟିର କ୍ୟାମେରା ରହିଛି। ଏଥିସହ ପୋର୍ଟେଟ ମୋଡ ରହିଛି। ପ୍ରୋ ମୋଡ କ୍ୟାମେରା ରହିଛି। ଯାହାକି ସାମସଙ୍ଗ ଗାଲାକ୍ସିର ଏସ21 ସିରିଜରେ ଏହି ଫିଚର ରହିଛି।

Advertisment

Samsung Galaxy S20 FE 5Gରେ ୬.୫ ଇଞ୍ଚର ଏଚଡି ଡିସପ୍ଲେ ସହିତ ୧୦୮୦*୨୪୦୦ ପିକ୍ସେଲ ରଜୋଲ୍ୟୁସନ ରହିଛି। ଏହି ସ୍ମାର୍ଟଫୋନ୍ରେ ଅକ୍ଟା କୋର କ୍ଲାଲକୋମ ସ୍ନାପଡ୍ରାଗନ ୮୬୫ ପ୍ରୋସେସର, ୮ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟରନାଲ ମେମୋରୀ ରହିଛି। ଏହି ମୋବାଇଲ ଆଣ୍ଡ୍ରୋଏଡ ୧୦ ଅପରେଟିଂ ସିଷ୍ଟମ ଏବଂ ଅପଟିକାଲ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହି ମୋବାଇଲର ଆଉ ଏକ ବିଶେଷତଃ ହେଲା ଧୂଳି ଏବଂ ପାଣି ଦ୍ୱାରା ମୋବାଇଲ ପ୍ରଭାବିତ ହେବ ନାହିଁ।

https://twitter.com/SamsungIndia/status/1375108144704188417?s=20

ମୋବାଇଲରେ ୪୫୦୦ଏମଏଏଚ ବ୍ୟାଟେରୀ ଏବଂ ୨୫ ଓ୍ୱାଟର ଫାଷ୍ଟ ଚାର୍ଜିଂ କ୍ଷମତା ରହିଛି। ଏମିତିକି ଓ୍ୱେୟାରଲେସ ପାଓ୍ୱାର ଶେୟାର ବ୍ୟବସ୍ଥା ମଧ୍ୟ ରହିଛି

S20 FE 5G