ନୂଆଦିଲ୍ଲୀ: ଟେକ୍ନୋଲୋଜିର ଜାଏଣ୍ଟ କୁହାଯାଉ ଥିବା ସାମସଙ୍ଗ୍ ପକ୍ଷରୁ ଭାରତରେ Galaxy A7 ଲଞ୍ଚ୍ କରାଯାଇଛି। ଏହା ହେଉଛି ପ୍ରଥମ ସ୍ମାର୍ଟ ଫୋନ୍ କମ୍ପାନୀ ଯେଉଁଥିରେ ୩ଟି ରିଅର କ୍ୟାମେରା ରହୁଛି। ଏହାର ଦର 23,990 ଟଙ୍କାରୁ ଆରମ୍ଭ ହେଉଛି। ଏହି ମଡେଲ ବିଭିନ୍ନ ଭ୍ୟାରିଆଣ୍ଟର ଆସୁଛି।
୪ଜିବି ରାମ୍ ଥିବା ଫୋନ୍ରେ ୬୪ ଜିବି ଇଣ୍ଟରନାଲ ମେମୋରୀ ଏବଂ ୬ ଜିବି ରାମ୍ ଥିବା ଫୋନ୍ରେ ୧୨୮ ଜିବି ଇଣ୍ଟରନାଲ ମେମୋରୀ ରହିଛି। ତେବେ ଏହି ଭ୍ୟାରିଆଣ୍ଟ ଫୋନ୍ର ମୂଲ୍ୟ 28,990 ଟଙ୍କାରୁ ଆରମ୍ଭ ହେଉଛି। ଏହି ସ୍ମାର୍ଟ ଫୋନ୍କୁ ଫ୍ଲିପ୍କାର୍ଟ, ସାମ୍ସଙ୍ଗ୍ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରାଯାଇ ପାରିବ।
ଏଥିରେ ୩ଟି କ୍ୟାମେରା ରହିଛି। ସେଥିମଧ୍ୟରୁ ୨୪ ମେଗାପିକ୍ସେଲ ଥିବା କ୍ୟାମେରାରେ f / 1.7 f / 1.7 ଏବଂ ୮ ମେଗାପିକ୍ସେଲ ଥିବା କ୍ୟାମେରାରେ f / 1.7 ଏବଂ ୫ ମେଗାପିକ୍ସେଲ ଥିବା କ୍ୟାମେରାରେ f / 2.4 aperture ରହିଛି। Galaxy A7 ମୋବାଇଲ୍ରେ 3,300 mAh କ୍ଷମତାର ବ୍ୟାଟେରୀ, ୱାଇଫାଇ, ୫.୦ର ବ୍ଲୁଟୁଥ୍, ଜିପିଏସ୍, ହେଡ୍ ଫୋନ୍ ଜାକ୍ ସହ USB Type C ସୁବିଧା ରହିଛି।