Advertisment

ସାବଧାନ୍! ସ୍ମାର୍ଟଫୋନ୍ ଉପରେ ସ୍କ୍ରିନ୍ ଗାର୍ଡ ଲଗାଉଛନ୍ତି କି?

ଯଦି ଆପଣମାନେ ନିଜର ସ୍ମାର୍ଟ ଫୋନରେ ସ୍କ୍ରିନ୍ ଗାର୍ଡ ଲଗାଉଛନ୍ତି, ତାହେଲେ ଜାଣି ରଖନ୍ତୁ ଏହି ଜରୁରୀ ସୂଚନା । ଯେତେବେଳେ ଆମେ ସ୍କ୍ରିନ୍ ଗାର୍ଡ ଲଗାଉ, ଆମକୁ ଲାଗେ ଯେପରି ଆମ ଫୋନର ସ୍କ୍ରିନ୍ ଏବେ ସୁରକ୍ଷିତ ହୋଇଗଲା। କିନ୍ତୁ ବାସ୍ତବରେ ଏହା ସତ ନୁହେଁ । ସତ କଥା ହେଉଛି ଯେ ସ୍କ୍ରିନ୍ ଗାର୍ଡର ବ୍ୟବହାର ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଯଦି ଆପଣମାନେ ଥାର୍ଡ ପାର୍ଟି ସ୍କ୍ରିନ୍ ଗାର୍ଡର ବ୍ୟବହାର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସାବଧାନ୍! ସ୍ମାର୍ଟଫୋନ୍ ଉପରେ ସ୍କ୍ରିନ୍ ଗାର୍ଡ ଲଗାଉଛନ୍ତି କି?

smart-phone

ଯଦି ଆପଣମାନେ ନିଜର ସ୍ମାର୍ଟ ଫୋନରେ ସ୍କ୍ରିନ୍ ଗାର୍ଡ ଲଗାଉଛନ୍ତି, ତାହେଲେ ଜାଣି ରଖନ୍ତୁ ଏହି ଜରୁରୀ ସୂଚନା । ଯେତେବେଳେ ଆମେ ସ୍କ୍ରିନ୍ ଗାର୍ଡ ଲଗାଉ, ଆମକୁ ଲାଗେ ଯେପରି ଆମ ଫୋନର ସ୍କ୍ରିନ୍ ଏବେ ସୁରକ୍ଷିତ ହୋଇଗଲା। କିନ୍ତୁ ବାସ୍ତବରେ ଏହା ସତ ନୁହେଁ । ସତ କଥା ହେଉଛି ଯେ ସ୍କ୍ରିନ୍ ଗାର୍ଡର ବ୍ୟବହାର ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । ଯଦି ଆପଣମାନେ ଥାର୍ଡ ପାର୍ଟି ସ୍କ୍ରିନ୍ ଗାର୍ଡର ବ୍ୟବହାର କରୁଛନ୍ତି, ତାହେଲେ ଏହା ସ୍ମାର୍ଟଫୋନର ବଡି (ଶରୀର) ପାଇଁ କ୍ଷତିକାରକ ।

Advertisment

ନିକଟରେ ଆସିଥିବା ଏକ ରିପୋର୍ଟ ମୁତାବକ, ମଡର୍ଣ୍ଣ ସ୍ମାର୍ଟଫୋନରେ ଡିସପ୍ଲେ ତଳେ ଦୁଇଟି ସେନ୍ସର୍ ଯଥା ଆମ୍ବିଏଣ୍ଟ ଲାଇଟ୍ ଓ ପ୍ରୋକ୍ସିମିଟି ସେନ୍ସର ଲୁଚି ରହିଛି । ଏହି ଦୁଇଟି ସେନ୍ସର ଆପଣଙ୍କୁ ଦୃଶ୍ୟମାନ ହୁଏ ନାହିଁ, ଯାହା ଫୋନର ସ୍କ୍ରିନର ଡାହାଣ ପଟେ ରିସିଭର ପାଖରେ ରହିଥାଏ। ଏଭଳି ସ୍ଥିତିରେ ଯେତେବେଳେ ଆମେ ସ୍କ୍ରିନକୁ ରକ୍ଷା କରିବା ପାଇଁ ଫୋନ୍ ଉପରେ ସ୍କ୍ରିନ୍ ଗାର୍ଡ ଲଗାଉ, ତାକୁ ସେନ୍ସର୍ ବୋର୍ଡ ବ୍ଲକ୍ କରିଦେଇଥାଏ। ଏହାଦ୍ୱାରା ଆପଣଙ୍କ ସ୍କ୍ରିନ୍ ନନ୍ ରିଆକ୍ଟିଭ୍ ହୋଇଯାଇଥାଏ। ଏଭଳି ସ୍ଥିତିରେ ଆପଣଙ୍କୁ ସ୍ମାର୍ଟଫୋନରେ କଲ୍ ଆସିବା ବନ୍ଦ ହୋଇଯାଥାଏ। ଏହାସହ ଥାର୍ଡ ପାର୍ଟି ସ୍କ୍ରିନ୍ ଗାର୍ଡର ବ୍ୟବହାର ଦ୍ୱାରା ଅନେକଥର ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସଠିକ୍ ଭାବେ କାମ ମଧ୍ୟ କରେ ନାହିଁ।

ଯଦି ଆପଣ ସ୍କ୍ରିନ୍ ଗାର୍ଡ ଲଗାଇବାକୁ ଚାହୁଁଛନ୍ତି, ତାହେଲେ କୌଣସି ବ୍ରାଣ୍ଡେଡ୍ ପ୍ରୋଟେକ୍ଟରର ବ୍ୟବହାର କରିବା ଦରକାର । ନଚେତ୍ ଯେଉଁ କମ୍ପାନୀର ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ସେହି ବ୍ରାଣ୍ଡର ହିଁ ସ୍କ୍ରିନ୍ ପ୍ରୋଟେକ୍ଟର୍ କିଣନ୍ତୁ, କାରଣ ସ୍ମାର୍ଟଫୋନ୍ କମ୍ପାନୀ ଭଲଭାବେ ଜାଣନ୍ତି ଯେ ସେନ୍ସରକୁ କେଉଁ ସ୍ଥାନରେ ଲଗାଯାଇଛି ।

Advertisment

ଫୋନରେ ଅନେକ ପ୍ରକାରର ସେନ୍ସର୍ ମହଜୁଦ୍ ରହିଛି । ଏଥିମଧ୍ୟରୁ ଆମ୍ବିଏଣ୍ଟ ଲାଇଟ୍ ସେନ୍ସର ଅନ୍ୟତମ । ଆମ୍ବିଏର୍ଟ ଲାଇଟ୍ ଫୋନର ଲାଇଟକୁ ଖରାର ଆଲୋକ ମୁତାବକ ଆପେ ଆପେ ବଢ଼ାଇ ଥାଏ । ଯଦି ଫୋନ୍ କୌଣସି କମ୍ ଆଲୋକ ସ୍ଥାନରେ ଅଛି, ତାହେଲେ ଫୋନର ଲାଇଟ୍ କମ୍ ହୋଇଯିବ । ପ୍ରୋକ୍ସିମିଟୀ ମୋବାଇଲ୍ ସେନ୍ସର୍ ଫୋନକୁ ନିଜ କାନ ପାଖକୁ ଆଣିବା ମାତ୍ରକେ ଲାଇଟ୍ ବନ୍ଦ ହୋଇଯାଇଥାଏ ଏବଂ ଦୂର କରିବା ମାତ୍ରକେ ଲାଇଟ୍ ପୁଣିଥରେ ଜଳିଥାଏ । ଏହାହିଁ ଏହାର କାରଣ ହୋଇଥାଏ ।

Odia Health Tips Gadget Tips