Advertisment

ଇଲେକ୍ଟ୍ରି ଗାଡ଼ି କ୍ରୟ: ପିଛିଲା ଭାବେ ମିଳିବ ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବିଦ୍ୟୁତଚାଳିତ ଯେକୌଣସି ଗାଡ଼ି କ୍ରୟ କରିଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଖୁସି ଖବର। ଏହି ଗାଡ଼ି କ୍ରୟବେଳେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେସନ ଫି ଓ ମୋଟରଯାନ ଟିକସ ଦେବାକୁ ପଡ଼ିନଥିଲା। ଏବେ ଅତିରିକ୍ତ ୧୫ ପ୍ରତିଶତ ସବସିଡ ଅର୍ଥକୁ ସରକାରଙ୍କ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯେଉଁମାନେ ୨୦୨୧ ସେପ୍ଟେମ୍ବର ୧ ପରେ ବିଦ୍ୟୁତଚାଳିତ (ଇଲେକ୍ଟି) ଗାଡ଼ି କିଣିଥିବେ ସେମାନେ ଏହି ଅତରିକ୍ତ ସବସିଡି ଟଙ୍କା ଫେରସ୍ତ ପାଇବେ। ଆଜି […]

ଇଲେକ୍ଟ୍ରି ଗାଡ଼ି କ୍ରୟ: ପିଛିଲା ଭାବେ ମିଳିବ ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି

e-vehicle

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବିଦ୍ୟୁତଚାଳିତ ଯେକୌଣସି ଗାଡ଼ି କ୍ରୟ କରିଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଖୁସି ଖବର। ଏହି ଗାଡ଼ି କ୍ରୟବେଳେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେସନ ଫି ଓ ମୋଟରଯାନ ଟିକସ ଦେବାକୁ ପଡ଼ିନଥିଲା। ଏବେ ଅତିରିକ୍ତ ୧୫ ପ୍ରତିଶତ ସବସିଡ ଅର୍ଥକୁ ସରକାରଙ୍କ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯେଉଁମାନେ ୨୦୨୧ ସେପ୍ଟେମ୍ବର ୧ ପରେ ବିଦ୍ୟୁତଚାଳିତ (ଇଲେକ୍ଟି) ଗାଡ଼ି କିଣିଥିବେ ସେମାନେ ଏହି ଅତରିକ୍ତ ସବସିଡି ଟଙ୍କା ଫେରସ୍ତ ପାଇବେ।

Advertisment

ଆଜି ସୋମବାର ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଲେକ୍ଟ୍ରି ଗାଡ଼ିଗୁଡ଼ିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ଧରଣର ଇଲେକ୍ଟ୍ରି ଗାଡ଼ି ଉପରେ ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି। ଏହି ସବସିଡି ପିଛିଲା ଭାବେ ୨୦୨୧ ସେପ୍ଟେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ। ଇଲେକ୍ଟ୍ରି ଗାଡ଼ିର ରେଜିଷ୍ଟ୍ରେସନ ଫି ଓ ମୋଟରଯାନ ଟିକସ ଆଦାୟକ୍‌ୁ ରାଜ୍ୟ ସରକାର ପୂର୍ବରୁ ଛାଡ଼ କରିଥିଲେ। ରାଜ୍ୟରେ ସମସ୍ତ ପ୍ରକାରର ଇଲେକ୍ଟ୍ରିଚାଳିତ ଗାଡ଼ିଗୁଡ଼ିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ଫି’ ଓ ମୋଟର ଯାନ ଟିକସ ଆଦାୟକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ।

୨୦୨୧ ସେପ୍ଟେମ୍ବର ୨୯ତାରିଖରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ ଏବେ ପୁଣି ରାଜ୍ୟ ଇଲେକ୍ଟ୍ରି ଯାନ ନୀତି-୨୦୨୧ ଅନୁସାରେ ରାଜ୍ୟ ସରକାର ସମସ୍ତ ପ୍ରକାରର ବିଦ୍ୟୁତଚାଳିତ ଯାନ କ୍ରୟ ଉପରେ ଅତିରିକ୍ତ ୧୫% ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଏହି ସବସିଡି ପ୍ରଦାନ କରାଯିବ । ବିଦ୍ୟୁତଚାଳିତ ଦୁଇଚକିଆ ଯାନରେ ସର୍ବାଧିକ ୫ହଜାର ଟଙ୍କା, ତିନିଚକିଆ ଯାନରେ ୧୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ସରକାର ଯୋଗାଇ ଦେବେ । ଏହା ବାଦ୍ ଉକ୍ତ ଗାଡ଼ିଗୁଡ଼ିକ କ୍ରୟବେଳେ ରେଜିଷ୍ଟ୍ରେସନ ଫି କିମ୍ବା ମୋଟର ଯାନ ଟିକସ ଆଦାୟ ମଧ୍ୟ କରାଯିବ ନାହିଁ । ଓନିଶା ଇଲେକ୍ଟ୍ରି ବାହନ ନୀତି-୨୦୨୧ର ପ୍ରାବଧାନ ଆଧାରରେ ରାଜ୍ୟ ସରକାର ଏସବୁ ଗାଡ଼ିର ବିକ୍ରି ଓ ଚଳପ୍ରଚଳ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।

Advertisment

ତେବେ ୨୦୨୧ ସେପ୍ଟେମ୍ବର ୧ତାରିଖ ପରେ ଯେଉଁ ଗ୍ରାହକମାନେ ବିଦ୍ୟୁତଚାଳିତ ଗାଡ଼ି କ୍ରୟ କରିଛନ୍ତି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଏହି ସବସିଡି ଅର୍ଥ ପ୍ରଦାନ କରାଯିବ । ଯେଉଁ ଆରଟିଓରେ ଗାଡ଼ି ପଞ୍ଜିକରଣ ହୋଇଥିବ ସେହି ଆରଟିଓ ମାଧ୍ୟମରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ଅର୍ଥ ପ୍ରଦାନ କରାଯିବ । ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଭାବେ ଏକ ୱେବପୋର୍ଟାଲ ମଧ୍ୟ କାର୍ଯ୍ୟକ୍ଷମ ହୋଇଥିବା ବିଭାଗର ସଚିବ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe