Advertisment

୨୦ ଟଙ୍କାରୁ କମ ମୂଲ୍ୟରେ ମିଳିବ ୨ ଜିବି ଯାଏ ଡାଟା ଓ ମାଗଣା କଲ ସୁବିଧା, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ବଜାରରେ କାର୍ଯ୍ୟକରୁଥିବା ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଯେବେଠାରୁ ରିଲାଏନ୍ସ ଜିଓ ବଜାରକୁ ଆସିଛି ସେବେଠାରୁ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳୁଛି। ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ୍-ଆଇଡିଆ ଓ ବିଏସ୍ଏନ୍ଏଲ୍ ଭଳି ଅଗ୍ରଣୀ ଟେଲିକମ୍ କମ୍ପାନୀ ନିଜର ଉପଭୋକ୍ତାଙ୍କୁ ବାନ୍ଧି ରଖିବା ପାଇଁ ସବୁବେଳେ ଶସ୍ତା ରିଚାର୍ଜ ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି। ଟେଲିକମ କମ୍ପାନୀ ଗୁଡ଼ିକ ଏମିତି କିଛି […]

ଅଦ୍ୟତନ ହୋଇଛି
୨୦ ଟଙ୍କାରୁ କମ ମୂଲ୍ୟରେ ମିଳିବ ୨ ଜିବି ଯାଏ ଡାଟା ଓ ମାଗଣା କଲ ସୁବିଧା, ପଢ଼ନ୍ତୁ ପୂରା ରିପୋର୍ଟ

BSNL

Advertisment

ନୂଆଦିଲ୍ଲୀ: ଭାରତୀୟ ବଜାରରେ କାର୍ଯ୍ୟକରୁଥିବା ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଯେବେଠାରୁ ରିଲାଏନ୍ସ ଜିଓ ବଜାରକୁ ଆସିଛି ସେବେଠାରୁ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳୁଛି।

Advertisment

ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ୍-ଆଇଡିଆ ଓ ବିଏସ୍ଏନ୍ଏଲ୍ ଭଳି ଅଗ୍ରଣୀ ଟେଲିକମ୍ କମ୍ପାନୀ ନିଜର ଉପଭୋକ୍ତାଙ୍କୁ ବାନ୍ଧି ରଖିବା ପାଇଁ ସବୁବେଳେ ଶସ୍ତା ରିଚାର୍ଜ ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି।

ଟେଲିକମ କମ୍ପାନୀ ଗୁଡ଼ିକ ଏମିତି କିଛି ପ୍ଲାନ ଉପଲବ୍ଧ କରାଉଛନ୍ତି ଯେଉଁଥିରେ ଗ୍ରାହକମାନଙ୍କୁ ଡାଟା ଓ ଅସୀମିତ କଲର ସୁବିଧା ମିଳୁଛି। ଏହି ସବୁ ପ୍ଲାନର ମୂଲ୍ୟ ମଧ୍ୟ ୨୦ ଟଙ୍କାରୁ କମ ରହୁଛି।

Advertisment

ଆମେ ଆଜି ଆପଣଙ୍କୁ ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ୍-ଆଇଡିଆ ଓ ବିଏସ୍ଏନ୍ଏଲର ସେମିତି କିଛି ୨୦ ଟଙ୍କାରୁ କମ ମୂଲ୍ୟର ଯୋଜନା ବିଷୟରେ କହିବୁ। ଏହି ପ୍ଲାନରେ ଅସୀମିତ କଲ ସୁବିଧା ସହ ୨ ଜିବି ଯାଏ ଡାଟା ମଧ୍ୟ ଜଣେ ଗ୍ରାହକଙ୍କୁ ମିଳୁଛି।

୧-ଭିଆଇ:ଭୋଡାଫୋନ୍-ଆଇଡିଆର ସବୁଠାରୁ ଶସ୍ତା ଯୋଜନା ହେଉଛି ୧୯ ଟଙ୍କାର ପ୍ୟାକ। ଏଥିରେ ଉପଭୋକ୍ତାମାନଙ୍କୁ ଅସୀମିତ କଲିଂ ସୁବିଧା ଦିଆଯାଉଛି। ଉପଭୋକ୍ତାମାନେ ୧୯ ଟଙ୍କାର ରିଚାର୍ଜ କରି ଯେକୌଣସି ନେଟୱାର୍କକୁ ଅସୀମିତ କଲ କରିବାର ସୁବିଧା ପାଇପାରିବେ। ଗ୍ରାହକଙ୍କୁ ଏହି ପ୍ୟାକରେ ୨୦୦ ଏମବି ଡାଟା ମଧ୍ୟ ଦିଆଯାଉଛି। ଏହାର ବୈଧତା ୨ ଦିନ ରହିଛି। ଡାଟା ଓ ଅସୀମିତ କଲ ବ୍ୟତୀତ ଉପଭୋକ୍ତାଙ୍କୁ ଏହି ଯୋଜନାରେ ଅନ୍ୟ କୌଣସି ସୁବିଧା ଦିଆଯାଉ ନାହିଁ।

୨- ଏୟାରଟେଲ:୧୯ ଟଙ୍କିଆ ପ୍ୟାକ୍‌ ହେଉଛି ଏୟାରଟେଲର ସବୁଠାରୁ ଶସ୍ତା ଯୋଜନା। ଏଥିରେ ଉପଭୋକ୍ତାଙ୍କୁ ଅସୀମିତ କଲିଂ ସୁବିଧା ଦିଆଯାଉଛି। ଉପଭୋକ୍ତାମାନେ ଯେକୌଣସି ନେଟୱାର୍କ ସହ ଅସୀମିତ କଥା ହୋଇପାରିବେ। ଏଥିରେ ୨୦୦ ଏମବିର ଡାଟା ମଧ୍ୟ ରହିଛି। ଏହାର ବୈଧତା ୨ ଦିନ। ଭିଆଇର ପ୍ୟାକ୍‌ ସହ ଏୟାରଟେଲର ଏହି ପ୍ୟାକ୍‌ ପୂରା ସମାନ।

୩- ବିଏସ୍‌ଏନ୍‌ଏଲ:କମ୍ପାନୀ ପକ୍ଷରୁ ୧୮ ଟଙ୍କିଆ ପ୍ରିପେଡ୍ ପ୍ୟାକ୍‌ ଉପଲବ୍ଧ କରାଯାଉଛି। ଏହାର ବୈଧତା ମଧ୍ୟ ୨ ଦିନ। ଏଥିରେ ଉପଭୋକ୍ତାଙ୍କୁ ପ୍ରତିଦିନ ଗୋଟିଏ ଜିବି ଡାଟା ଦିଆଯିବ। ଏହିକ୍ରମରେ ଦୁଇ ଦିନରେ ୨ ଜିବି ଡାଟା ମିଳିବ। ଏଥିସହ ଗ୍ରାହକଙ୍କୁ ଅସୀମିତ ଭଏସ୍ କଲିଂ ସୁବିଧା ମିଳିବ। ଏହା ବ୍ୟତୀତ ୧୦୦ଟି SMS ମଧ୍ୟ ଏହି ପ୍ୟାକ୍‌ରେ ମାଗଣାରେ ରହିଛି।

୪- ରିଲାଏନ୍ସ ଜିଓ:ଜିଓ ପକ୍ଷରୁ ୧୧ ଟଙ୍କିଆ ପ୍ରିପେଡ୍ ଯୋଜନା ପ୍ରସ୍ତୁତ କରାଯାଇଛି। କମ୍ପାନୀ ପକ୍ଷରୁ ୨୦ ଟଙ୍କାରୁ କମ ମୂଲ୍ୟରେ ଏହି ଗୋଟିଏ ମାତ୍ର ଯୋଜନା ରହିଛି। ଏଥିରେ ଉପଭୋକ୍ତାଙ୍କୁ ୧ ଜିବି ଡାଟା ଦିଆଯିବ | ଏହାର ବୈଧିତା ଗ୍ରାହକଙ୍କ ପାଖରେ ମହଜୁଦ ପ୍ୟାକ୍‌ ଉପରେ ନିର୍ଭର କରିବ।

Telecom Operator
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe