ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଥରର ପୂଜା ବଜାରକୁ ଟାର୍ଗେଟ୍ କରି TVS କମ୍ପାନୀ ଭାରତରେ ନିଜର ନୂଆ Jupiter Grande ସ୍ପେଶାଲ ଏଡିସନ୍ ସ୍କୁଟରକୁ ଲଞ୍ଚ୍ କରିଛି। ଟପ୍ ସ୍ପେଶିଫିକେଶନ୍ ଯୁକ୍ତ Jupiter Grande ସ୍କୁଟର ଉଭୟ ଡ୍ରମ ଓ ଡିସ୍କ ପ୍ରକାରରେ ବଜାରରେ ଉପଲବ୍ଧ ହେଉଛି । ଭାରତୀୟ ବଜାରରେଏହି ଦୁଇ ପ୍ରକାରର ସ୍କୁଟର୍ର ମୂଲ୍ୟ ଯଥାକ୍ରମେ ୫୫ ହଜାର ୯୩୬ ଟଙ୍କା(ଏକ୍ସ-ଶୋରୁମ୍, ଦିଲ୍ଲୀ) ଓ ୫୯ ହଜାର ୬୪୮ ଟଙ୍କା (ଏକ୍ସ-ଶୋରୁମ୍, ଦିଲ୍ଲୀ) ରହିଛି।
Jupiter Grandeକୁ ଅଧିକ ଆକର୍ରେଷଣୀୟ କରିବା ପାଇଁ ଏଥିରେ ଅନେକ ନୂଆ ଫିଚର ଓ ଅପଡେଟ୍ ଦିଆଯାଇଛି । ଏହାର ବୈଶିଷ୍ଟ୍ୟ ରେଗୁଲାର ମଡେଲରେ ଦିଆଯାଇଥିବା ଷ୍ଟାଣ୍ଡାର୍ଡ ଫିଚର ତୁଳନାରେ ଯଥେଷ୍ଟ ଅଧିକ। Jupiter Grande ଏକ ପେଣ୍ଟ ସ୍କିମ୍ - ଷ୍ଟାରଲାଇଟ୍ ବ୍ଲୁରେ ମଧ୍ୟ ଉପଲବ୍ଧ।
ଏହି ନୂଆ ଫିଚର ବ୍ୟତୀତ ଏହି ସ୍କୁଟରରେ ସମସ୍ତ ମେକାନିକାଲ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି । ଏଥିରେ 109cc, ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି, ଯାହାକି 8bhp ପାୱାର ଓ 8Nm ଟର୍କ ଜେନେରେଟ କରିଥାଏ। ବ୍ରେକିଂ ପାଇଁ ଏଥିରେ ଫ୍ରଣ୍ଟ ଓ ରିୟର ଦୁଇଟିରେ 130mm ଡ୍ରମ ବ୍ରେକ୍ ଦିଆଯାଇଛି। ଏଥିସହ 220mm ଫ୍ରଣ୍ଟ ଡିସ୍କର ବିକଳ୍ପ ମଧ୍ୟ ରହିଛି।