Advertisment

ପୁଣିଥରେ ଏହି ୬ଟି ବର୍ଗରେ ଭେରିଫାଏଡ୍ ପ୍ରକ୍ରିୟା ଆରମ୍ଭ କଲା ଟ୍ୱିଟର

ନୂଆଦିଲ୍ଲୀ: ସର୍ଟ ମେସେଜିଂ ପ୍ଲାଟଫର୍ମ ଟ୍ୱିଟର ନିକଟରେ ବ୍ଲୁ ଟିକ୍ ମାର୍କ ବା ଭେରିଫାଏଡ୍ ପଲିସିରେ ପରିବର୍ତ୍ତନ କରିଛି। ଏଥିସହ ଗୁରୁବାର ପାଖରୁ ୬ଟି ବର୍ଗରେ ପୁନଃ ଭେରିଫାଏଡ ପ୍ରକ୍ରିୟା ଆରମ୍ଭ କରିଛି ଟ୍ୱିଟର। ଏହି ୬ଟି ବର୍ଗ ହେଉଛି, ସରକାର ଏବଂ କମ୍ପାନୀ; ବ୍ରାଣ୍ଡ ଏବଂ ସଂସ୍ଥା; ମିଡିଆ ସଂସ୍ଥା ଏବଂ ସାମ୍ବାଦିକ; ମନୋରଞ୍ଜନ, କ୍ରୀଡା ଏବଂ ଗେମିଂ। ଏହି ବର୍ଗର ଲୋକମାନେ ଭେରିଫିକେସନ ପାଇଁ ନୂଆ ପଲିସି ଅନୁଯାୟୀ ଆବେଦନ କରିପାରିବେ। ଆଉ ନିୟମ […]

ଅଦ୍ୟତନ ହୋଇଛି
ପୁଣିଥରେ ଏହି ୬ଟି ବର୍ଗରେ ଭେରିଫାଏଡ୍ ପ୍ରକ୍ରିୟା ଆରମ୍ଭ କଲା ଟ୍ୱିଟର

twitter-verification

Advertisment

ନୂଆଦିଲ୍ଲୀ: ସର୍ଟ ମେସେଜିଂ ପ୍ଲାଟଫର୍ମ ଟ୍ୱିଟର ନିକଟରେ ବ୍ଲୁ ଟିକ୍ ମାର୍କ ବା ଭେରିଫାଏଡ୍ ପଲିସିରେ ପରିବର୍ତ୍ତନ କରିଛି। ଏଥିସହ ଗୁରୁବାର ପାଖରୁ ୬ଟି ବର୍ଗରେ ପୁନଃ ଭେରିଫାଏଡ ପ୍ରକ୍ରିୟା ଆରମ୍ଭ କରିଛି ଟ୍ୱିଟର।

Advertisment

ଏହି ୬ଟି ବର୍ଗ ହେଉଛି, ସରକାର ଏବଂ କମ୍ପାନୀ; ବ୍ରାଣ୍ଡ ଏବଂ ସଂସ୍ଥା; ମିଡିଆ ସଂସ୍ଥା ଏବଂ ସାମ୍ବାଦିକ; ମନୋରଞ୍ଜନ, କ୍ରୀଡା ଏବଂ ଗେମିଂ। ଏହି ବର୍ଗର ଲୋକମାନେ ଭେରିଫିକେସନ ପାଇଁ ନୂଆ ପଲିସି ଅନୁଯାୟୀ ଆବେଦନ କରିପାରିବେ। ଆଉ ନିୟମ ଅନୁଯାୟୀ ଟ୍ୱିଟର ବ୍ଲୁଟିକ୍ ଦେଇପାରେ। ଏହି ବର୍ଗର ଭେରିଫିକେସନ ପ୍ରକ୍ରିୟା ଉପରେ ଟ୍ୱିଟର ନିକଟରେ ରୋକ୍ ଲଗାଇଥିଲା। ଚଳିତ ବର୍ଷ ଶେଷରେ ଆହୁରି ଅଧିକ ବର୍ଗ ଯୋଡ଼ିବାକୁ ଟ୍ୱିଟର ଲକ୍ଷ ରଖିଥିବା କହିଛି।ଯେପରିକି ବୈଜ୍ଞାନିକ, ଏକାଡେମିସିଆନ୍ ଏବଂ ସାଧୁ ସନ୍ଥ।

ଆଗାମୀ କିଛି ସପ୍ତାହ ମଧ୍ୟରେ ଟ୍ୱିଟରରେ ଥିବା ସମସ୍ତ ୟୁଜରଙ୍କ ଟ୍ୟାବରେ ସିଧାସଳଖ ନୂଆ ଯାଞ୍ଚ ପ୍ରୟୋଗ ଦେଖାଇବା ଆରମ୍ଭ କରିବ ବୋଲି ସୂଚନା ରହିଛି।

Advertisment

ୟୁଜର ଫେରିଫିକେସନ ପାଇଁ ଆବେଦନ କରିବା ପରେ ଯଦି ହୋଇଯିବ ତାହେଲେ ୟୁଜରଙ୍କ ପ୍ରୋଫାଇଲରେ ଅଟୋମେଟିକ ବ୍ଲୁ ଟିକ୍ ମାର୍କ ବା ଭେରିଫାଏଡ୍ ବୋଲି ଦେଖାଇବ। ଆଉ ଭେରିଫାଏଡ ହେବାର କିଛି ଦିନ ମଧ୍ୟରେ ଏକ ଇମେଲ ୟୁଜରଙ୍କ ପାଖକୁ ଆସିବ ବୋଲି ଜଣାପଡ଼ିଛି। ଯଦି ଆବେଦନ ପ୍ରକ୍ରିୟାରେ ଭୁଲ୍ ଥିବ ତାହେଲେ ଜଣେ ୩୦ ଦିନ ପରେ ନିୟମ ଅନୁଯାୟୀ ଆଉ ଥରେ ଆବେଦନ କରିପାରିବେ।

ସୂଚନାଯୋଗ୍ୟ, ଯେଉଁ ୬ଟି ବର୍ଗରେ ଅନେକ ୟୁଜର ପୂର୍ବରୁ ଭେରିଫାଏଡ୍ ହୋଇସାରିଛନ୍ତି। ହେଲେ ସେମାନେ ସମସ୍ତେ ଜଣାଶୁଣା ତଥା ଖ୍ୟାତାନାମ। ଏବେର ନୂଆ ନିୟମ ଅନୁଯାୟୀ ଏହି ବର୍ଗର ୟୁଜର ସେତେ ଲୋକପ୍ରିୟ ହୋଇନଥିଲେ ବି ଆବଶ୍ୟକ ମାପଦଣ୍ଡ ପୂରଣ କରୁଥିଲେ ଟ୍ୱିଟର ଭେରିଫାଏଡ୍ ବା ବ୍ଲୁଟିକ୍ ମାର୍କ ଦେବ। ତେବେ ଭେରିଫାଏଡ ପରେ ଟ୍ୱିଟରର ନିୟମ ଉଲ୍ଲଂଘନ କଲେ ବ୍ଲୁଟିକ୍ ମାର୍କ କାଢି ଦେବ ଏହି ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe