Advertisment

Honor ସ୍ମାର୍ଟ ଫୋନ୍‌ରେ ୫୦୦୦ଟଙ୍କା ଯାଏ ରିହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମୋବାଇଲ୍‌ ଫୋନ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର। ସ୍ମାର୍ଟ ଫୋନ୍‌ ନିର୍ମାତା କମ୍ପାନୀ Huaweiର ସବ୍‌ ବ୍ରାଣ୍ଡ୍‌ ‘ହନର୍‌’ ଏହାର ବିଭିନ୍ନ ସ୍ମାର୍ଟ ଫୋନ୍‌ର ୪ ଦିନିଆ ମେଗା ଅନ୍‌ଲାଇନ୍‌ ସେଲ୍‌ ଘୋଷଣା କରିଛି। ଏହି ସେଲ୍‌ ଅବସରରେ କମ୍ପାନୀର ବିଭିନ୍ନ ସ୍ମାର୍ଟ ଫୋନ୍‌ ଉପରେ ଆକର୍ଷଣୀୟ ରିହାତି ମିଳିବ। ଏହି ୪ ଦିନିଆ ସେଲ୍‌ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ୨୧ ତାରିଖ, ଶୁକ୍ରବାର ଯାଏ ଅନ୍‌ଲାଇନ୍‌ ସପିଂ ସାଇଟ୍ ଫ୍ଲିପ୍‌ କାର୍ଡ୍‌ ଜରିଆରେ ଚାଲିବ। […]

author-image
Chinmayee Roy
Honor ସ୍ମାର୍ଟ ଫୋନ୍‌ରେ ୫୦୦୦ଟଙ୍କା ଯାଏ ରିହାତି

honor-2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମୋବାଇଲ୍‌ ଫୋନ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର। ସ୍ମାର୍ଟ ଫୋନ୍‌ ନିର୍ମାତା କମ୍ପାନୀ Huaweiର ସବ୍‌ ବ୍ରାଣ୍ଡ୍‌ ‘ହନର୍‌’ ଏହାର ବିଭିନ୍ନ ସ୍ମାର୍ଟ ଫୋନ୍‌ର ୪ ଦିନିଆ ମେଗା ଅନ୍‌ଲାଇନ୍‌ ସେଲ୍‌ ଘୋଷଣା କରିଛି। ଏହି ସେଲ୍‌ ଅବସରରେ କମ୍ପାନୀର ବିଭିନ୍ନ ସ୍ମାର୍ଟ ଫୋନ୍‌ ଉପରେ ଆକର୍ଷଣୀୟ ରିହାତି ମିଳିବ। ଏହି ୪ ଦିନିଆ ସେଲ୍‌ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ୨୧ ତାରିଖ, ଶୁକ୍ରବାର ଯାଏ ଅନ୍‌ଲାଇନ୍‌ ସପିଂ ସାଇଟ୍ ଫ୍ଲିପ୍‌ କାର୍ଡ୍‌ ଜରିଆରେ ଚାଲିବ।

Advertisment

ଏହି ମେଗା ସେଲ୍‌ରେ ରିହାତି ମିଳୁଥିବା ସ୍ମାର୍ଟ ଫୋନ୍‌ଗୁଡ଼ିକ ମଧ୍ୟରେ Honor 9 Lite, Honor 10, Honor 9 ଓ Honor 9i ସାମିଲ ରହିଛି। ଏଥିସହ କମ୍ପାନୀ Honor 9Nର ଦୁଇଟି ନୂଆ କଲର୍ ଭ୍ୟାରିୟାଣ୍ଟ-ରବିନ୍ ଏଗ୍ ଓ ଲ୍ୟାଭେଣ୍ଡର୍‌ ପର୍ପଲକୁ ମଧ୍ୟ ବିକ୍ରି ପାଇଁ ଛାଡ଼ିଛି।

publive-imageଚାରିଦିନିଆ ସେଲ୍‌ରେ Honor 9 Lite 4GB ରାମ୍‌ 64GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ ଥିବା ସ୍ମାର୍ଟ୍‌ ଫୋନ୍‌ ୧୪,୯୯୯ ଟଙ୍କାରେ ମିଳୁଛି। ଏହାବ୍ୟତୀତ ଏଥିରେ ୩,୦୦୦ ଟଙ୍କା ଯାଏ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦିଆଯାଇଛି। ସେହିଭଳି Honor 10 6GB ରାମ୍‌ ଓ 128GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ ସ୍ମାର୍ଟ ଫୋନ୍‌ରେ ୫,୦୦୦ ଟଙ୍କା ରିହାତି ଦିଆଯିବା ପରେ ଏହା ୨୭,୯୯୯ ଟଙ୍କାରେ  ଉପଲବ୍ଧ ହେଉଛି। ଏହି ଫୋନ୍‌ଟିର ବେସ୍ ପ୍ରାଇସ୍ ୩୨,୯୯୯ ଟଙ୍କା।

Advertisment

publive-imageସେହିପରି Honor 9i ଚାରିଟି କ୍ୟାମେରାଯୁକ୍ତ ସ୍ମାର୍ଟ ଫୋନ୍‌ରେ ୧୦୦୦ ଟଙ୍କା ରିହାତି ପରେ ଏହା ୧୬,୯୯୯ ଟଙ୍କାରେ ମିଳୁଛି। ଏହା ବ୍ୟତୀତ ଏହି ସେଲ୍‌ରେ Honor 9Nର 3GB ରାମ୍/ 32GB ଷ୍ଟୋରେଜ୍ ଓ 4GB ରାମ୍/ 64GB ଷ୍ଟୋରେଜ୍ ଭ୍ୟାରିୟାଣ୍ଟ ସ୍ମାର୍ଟ ଫୋନ୍‌ର ମୂଲ୍ୟ ଯଥାକ୍ରମେ ୧୧,୯୯୯ ଟଙ୍କା ଓ ୧୩,୯୯୯ ଟଙ୍କା ରହିଛି। ଏଥିରେ ୧୦୦୦ ଟଙ୍କାର ଏକ୍ସଚେଞ୍ଜ ଭ୍ୟାଲ୍ୟୁ ସହ ରିହାତି ମଧ୍ୟ ମିଳୁଛି।