(ଓଡ଼ିଶା ରିପୋର୍ଟର୍): ମୋବାଇଲ୍ ଫୋନ୍ ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର। ସ୍ମାର୍ଟ୍ଫୋନ୍ କମ୍ପାନୀ 'ଭିଭୋ' ଭାରତୀୟ ବଜାରରେ ଆଉ ଏକ ନୂଆ ସ୍ମାର୍ଟ୍ଫୋନ୍ ଲଞ୍ଚ୍ କରିଛି। Vivo Y83 Pro ନାଁରେ ଲଞ୍ଚ୍ ହୋଇଥିବା ଏହି ନୂଆ ସ୍ମାର୍ଟ୍ଫୋନ୍ ପୂର୍ବରୁ ଚଳିତ ବର୍ଷ ଲଞ୍ଚ ହୋଇଥିବା ସ୍ମାର୍ଟ୍ଫୋନ୍ Vivo Y83ର ଅପଗ୍ରେଡ୍ ଭର୍ସନ୍।
ସୂଚନା ଅନୁଯାୟୀ, Vivo Y83 Proର ସ୍ପେସିଫିକେଶନ୍ରେ ପୁରୁଣା ଭ୍ୟାରିୟାଣ୍ଟ୍ର ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ବିଶେଷ କରି କ୍ୟାମେରାରେ ହୋଇଛି। Vivo Y83ରେ ସିଙ୍ଗଲ୍ କ୍ୟାମେରା ଦିଆଯାଇଥିଲା ବେଳେ Vivo Y83 Proରେ ଡୁଆଲ୍ କ୍ୟାମେରା ରହିଛି।
ଏହି ସୂଚନା ଅନୁଯାୟୀ, Vivo Y83 Pro ସ୍ମାର୍ଟଫୋନ୍ର ମୂଲ୍ୟ ୧୫,୯୯୦ ଟଙ୍କା ରହିଛି। ଏହାର ପୂର୍ବ ମଡେଲ୍ Vivo Y83ର ଦାମ୍ ୧୪,୯୯୦ଟଙ୍କା ଥିବାବେଳେ ପୁରୁଣା ମଡେଲ୍ ତୁଳନାରେ ନୂଆ ମଡେଲ୍ର ମୂଲ୍ୟ ୧୦୦୦ ଟଙ୍କା ଅଧିକ ରହିଛି।
ସୂଚନା ଅନୁସାରେ, Vivo Y83 Pro ଆଣ୍ଡ୍ରଏଡ୍ 8.1 ଓରିଓ ବେସ୍ଡ ଫନ୍ଟଚ୍ OS 4.0ରେ ଚାଲିଥାଏ। ଏଥିରେ 19:9 ରେଶିଓର ଡିସ୍ପ୍ଲେ ଓ ନଚ୍ ସହ ୬.୨୨ ଇଞ୍ଚ୍ HD+(720x1520 ପିକ୍ସେଲ୍) ଫୁଲ୍ ଭ୍ୟୁ 2.0 IPS ଡିସ୍ପ୍ଲେ ଦିଆଯାଇଛି। ଫୋନ୍ରେ ୪ଜିବି ରାମ୍ ଥିବାବେଳେ ଏହାର ଇଣ୍ଟର୍ନାଲ୍ ମେମୋରି ୬୪ଜିବି ରହିଛି। ଯାହାକୁ ଏସ୍ଡି କାର୍ଡ଼ ସାହାଯ୍ୟରେ ବଢ଼ାଯାଇ ପାରିବ। ଫୋନ୍ଟିର ପ୍ରୋସେସର୍ ବିଷୟରେ ଏଯାଏ କିଛି ସୂଚନା ମିଳିନାହିଁ। ଏଥିରେ 3260mAhର ବ୍ୟାଟେରି ଦିଆଯାଇଛି।