Advertisment

ଆସୁଛି ହ୍ୱାଟସଆପ୍‌ର ନୂଆ ଫିଚର୍‌: ଲୁଚି ଯିବ ୟୁଜର୍ସଙ୍କ ଫୋନ୍‌ ନମ୍ୱର

ନୂଆଦିଲ୍ଲୀ: ଆସୁଛି ହ୍ୱାଟସଆପ୍‌ର ନୂଆ ଫିଚର୍‌। ଏଣିକି କେହି ଯାଣିପାରିବେ ନାହିଁ ୟୁଜର୍ସଙ୍କ ମୋବାଇଲ୍ ନମ୍ୱର। ହ୍ୱାଟସଆପ୍‌ ଅନେକ ନୂଆ ଫିଚର ଆଣିବାର ଉଦ୍ୟମ କରୁଥିବାବେଳେ ୟୁଜର୍ସଙ୍କୁ ଏବେ ଏକ ନୂଆ ଫିଚର୍ ଭେଟି ଦେବାକୁ ଯାଉଛି। ଏଥିରେ ୟୁଜର୍ସମାନେ ନିଜ ଫୋନ୍‌ ନମ୍ବରକୁ ଗୋପନ ରଖିପାରିବେ। ୟୁଜର୍ସମାନେ କଣ୍ଟାକ୍ଟରେ ଥିବା ବ୍ୟକ୍ତିଙ୍କଠାରୁ ନିଜ ଫୋନ୍‌ ନମ୍ୱରକୁ ଲୁଚାଇ ରଖିବାକୁ ଏହି ଫିଚର୍‌ରେ ଅପସନ୍‌ ରହିଛି। ହ୍ୱାଟସଆପ୍‌ର ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଭର୍ସନ୍ 2.22.17.23 ରେ […]

ଅଦ୍ୟତନ ହୋଇଛି
ଆଜିଠୁ ବନ୍ଦ ହୋଇଯିବ ହ୍ୱାଟସ୍‌ ଆପ୍‌!

WHATS AAP

Advertisment

ନୂଆଦିଲ୍ଲୀ: ଆସୁଛି ହ୍ୱାଟସଆପ୍‌ର ନୂଆ ଫିଚର୍‌। ଏଣିକି କେହି ଯାଣିପାରିବେ ନାହିଁ ୟୁଜର୍ସଙ୍କ ମୋବାଇଲ୍ ନମ୍ୱର। ହ୍ୱାଟସଆପ୍‌ ଅନେକ ନୂଆ ଫିଚର ଆଣିବାର ଉଦ୍ୟମ କରୁଥିବାବେଳେ ୟୁଜର୍ସଙ୍କୁ ଏବେ ଏକ ନୂଆ ଫିଚର୍ ଭେଟି ଦେବାକୁ ଯାଉଛି। ଏଥିରେ ୟୁଜର୍ସମାନେ ନିଜ ଫୋନ୍‌ ନମ୍ବରକୁ ଗୋପନ ରଖିପାରିବେ। ୟୁଜର୍ସମାନେ କଣ୍ଟାକ୍ଟରେ ଥିବା ବ୍ୟକ୍ତିଙ୍କଠାରୁ ନିଜ ଫୋନ୍‌ ନମ୍ୱରକୁ ଲୁଚାଇ ରଖିବାକୁ ଏହି ଫିଚର୍‌ରେ ଅପସନ୍‌ ରହିଛି।

Advertisment

ହ୍ୱାଟସଆପ୍‌ର ଏହି ନୂଆ ଫିଚର ଆଣ୍ଡ୍ରୋଏଡ୍ ଭର୍ସନ୍ 2.22.17.23 ରେ ଉପଲବ୍ଧ ହେବ। ଏହା 'ଗୁଗଲ ପ୍ଲେ' ବିଟା ମାଧ୍ୟମରେ ଉପଲବ୍ଧ ହେବ। ତେବେ ଫିଚରର ଡେଭ୍‌ଲୋପ୍‌ମେଣ୍ଟ ମୋଡରେ ଥିବା ଯୋଗୁ ଏହା ବିଟା ଟେଷ୍ଟରମାନଙ୍କ ପାଇଁ ଏବେ ଉପଲବ୍ଧ ହୋଇପାରିନାହିଁ ବୋଲି ‘ୱାବେଟାଇନ୍‌ଫୋ’ (WABetaInfo) ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

https://twitter.com/WABetaInfo/status/1555969033555660801?s=20&t=onwZrCECa7Tyb_WGJEkRog

Advertisment

ରିପୋର୍ଟ ଅନୁଯାୟୀ, ହ୍ୱାଟ୍‌ସଆପ୍‌ ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ସ୍ପେସିଫିକ୍‌ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ଫୋନ ନମ୍ୱର ଲୁଚାଇବା ବା ହାଇଡ୍‌ କରିବା ଅପ୍‌ସନ୍‌ ଦେଇପାରେ। ପ୍ରଥମେ ଏହି ଫିଚର ଆଣ୍ଡ୍ରୋଏଡ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ।

ଏହି ଫିଚରରେ ପ୍ରଥମେ ଡିଫଲ୍ଟ ଆକ୍ଟିଭେଟ୍ ହୋଇଥାଏ। ଯଦି ୟୁଜର୍ସ କୌଣସି ଗ୍ରୁପ୍‌ରେ ଜୟେନ୍ କରନ୍ତି ତେବେ ତାଙ୍କ ମୋବାଇଲ୍‌ ନମ୍ବର୍‌ ଆପେ ଆପେ ଅନ୍ୟ ସଦସ୍ୟଙ୍କଠାରୁ ଲୁଚିଯିବ। ଯାହାପରେ ୟୁଜର୍ସ ନିଜ ମନ ମୁତାବକ ଲୋକଙ୍କ ସହ ନିଜ ନମ୍ୱରକୁ ଶୋ' କରିବା ଅପସନ୍‌କୁ ଚୟନ କରିପାରିବେ। ଏହି ନୂଆ ଅପ୍‌ସନ୍‌କୁ ନେଇ ‘ୱାବେଟାଇନ୍‌ଫୋ’ ପକ୍ଷରୁ ଏକ ସ୍କ୍ରିନ୍‌ସର୍ଟ ମଧ୍ୟ ଶେୟାର କରାଯାଇଛି। ଯେଉଁଥିରେ ଫୋନ୍‌ ନମ୍ୱର ଶେୟାରିଂର ଅପସନ୍‌ ଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ଏହି ନୂଆ ଫିଚର ବିଷେଶ କରି ହ୍ୱାଟସଆପ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ। ବର୍ତ୍ତମାନ ସୁଦ୍ଧା ଏହାକୁ ବିଟା ଟେଷ୍ଟରମାନଙ୍କ ପାଇଁ ମଧ୍ୟ ଉପଲବ୍ଧ କରାଯାଇନାହିଁ। ଯେଉଁଥିରୁ ଜଣାପଡ଼ୁଛି ଯେ ଏହି ଫିଚରର ଫାଇନାଲ୍ ରିଲିଜ ହେବା ପୂର୍ବରୁ କମ୍ପାନୀ ଏଥିରେ ଆହୁରି ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe