Advertisment

ହ୍ଵାଟସଆପର ନୂଆ ଗାଇଡଲାଇନ୍, ଆକାଉଣ୍ଟ ହୋଇପାରେ ଫ୍ରିଜ୍

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ୍ ଜାରି କରିଛି ନୂଆ ଗାଇଡଲାଇନ୍। ନୂଆ ପ୍ରାଇଭେସି ପଲିସିର ଅପଡେଟ୍ ତାରିଖ ମେ’ ୧୫ ଯାଏ ବଢ଼ାଇଛି ହ୍ୱାଟସଆପ୍। ନୂଆ ପ୍ରାଇଭେସି ପଲିସି ଆଣିବା ପରେ ଏହି ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ କ୍ରମାଗତ ଭାବରେ ବିରୋଧର ସମ୍ମୁଖୀନ ହୋଇଆସୁଛି। ପ୍ରଥମେ ୮ ଜାନୁଆରୀ ଥିଲା ଅପଡେଟର ଶେଷ ଅବଧି। ଏବେ ବିରୋଧ ପରେ ମେ’ ୧୫କୁ ବଢ଼ିଛି ଅବଧି। ଯଦି ଜଣେ ଏହି ନୂଆ ନୀତିକୁ ମେ ୧୫ ସୁଦ୍ଧା […]

ଅଦ୍ୟତନ ହୋଇଛି
ହ୍ଵାଟସଆପର ନୂଆ ଗାଇଡଲାଇନ୍, ଆକାଉଣ୍ଟ ହୋଇପାରେ ଫ୍ରିଜ୍

whatsapp

Advertisment

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ୍ ଜାରି କରିଛି ନୂଆ ଗାଇଡଲାଇନ୍। ନୂଆ ପ୍ରାଇଭେସି ପଲିସିର ଅପଡେଟ୍ ତାରିଖ ମେ’ ୧୫ ଯାଏ ବଢ଼ାଇଛି ହ୍ୱାଟସଆପ୍। ନୂଆ ପ୍ରାଇଭେସି ପଲିସି ଆଣିବା ପରେ ଏହି ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ କ୍ରମାଗତ ଭାବରେ ବିରୋଧର ସମ୍ମୁଖୀନ ହୋଇଆସୁଛି। ପ୍ରଥମେ ୮ ଜାନୁଆରୀ ଥିଲା ଅପଡେଟର ଶେଷ ଅବଧି। ଏବେ ବିରୋଧ ପରେ ମେ’ ୧୫କୁ ବଢ଼ିଛି ଅବଧି।

Advertisment

ଯଦି ଜଣେ ଏହି ନୂଆ ନୀତିକୁ ମେ ୧୫ ସୁଦ୍ଧା ଗ୍ରହଣ ନକରନ୍ତି ତେବେ ଆପଣଙ୍କ ସହିତ କ’ଣ ହେବ? କମ୍ପାନୀ ଏହାର ଫେସବୁକ ବ୍ଲଗରେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଏଥି ସହିତ, ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ FAQ ରେ ଦିଆଯାଇଛି।

ଯଦି ଆପଣ ମେ ୧୫ ସୁଦ୍ଧା ହ୍ୱାଟସଆପର ନୂଆ ଗୋପନୀୟତା ନୀତି ଗ୍ରହଣ ନକରିବେ ତେବେ ହ୍ୱାଟସଆପ ଆପଣଙ୍କ ଆକାଉଣ୍ଟ ଡିଲିଟ୍ କରିବ ନାହିଁ। ତେବେ ନୂଆ ନୀତିକୁ ଅନୁମତି ନହେବା ଯାଏ ୟୁଜରମାନେ ସମସ୍ତ ଫିଚରର ଲାଭ ପାଇପାରିବେ ନାହିଁ ବୋଲି କମ୍ପାନୀ କହିଛି। ଏମିତିକି ଆପରୁ ମେସେଜ୍ ପଠାଇବା, କଲ୍ କରିବା ଆଦି ସମ୍ଭବ ହୋଇନପାରେ।

Advertisment

ତେବେ ୟୁଜର ଯଦି ମେ ୧୫ ପରେ ଅପଡେଟ୍ କରିବାକୁ ଚାହିଁବେ ତାହେଲେ ସକ୍ଷମ ହୋଇପାରିବେ। ସେହିପରି ମେ ୧୫ ପୂର୍ବରୁ ଚାଟ୍ ହିଷ୍ଟ୍ରୀ ଆଣ୍ଡ୍ରଏଡ୍ କିମ୍ବା ଆଇଫୋନକୁ ଏକ୍ସପର୍ଟ କରିପାରିବେ। ଏମିତିକି ୟୁଜର ତାଙ୍କ ଆକାଉଣ୍ଟର ସମସ୍ତ ରିପୋର୍ଟ ମଧ୍ୟ ଡାଉନଲୋଡ୍ କରିପାରିବେ।

ଯଦି ୟୁଜର ଆଣ୍ଡ୍ରଏଡ୍, ଆଇଫୋନ୍ ଡିଭାଇସରୁ ଆକାଉଣ୍ଟ୍ ଡିଲିଟ୍ କରିବେ ତେବେ ସେମାନଙ୍କୁ ସୁନିଶ୍ଚିତ କରିବାକୁ ପଡିବ ଯେ ଆକାଉଣ୍ଟ ଡିଲିଟ୍ ହୋଇଗଲେ ଆଉ ଡାଟା ପୁନରୁଦ୍ଧାର ହୋଇପାରିବ ନାହିଁ। ଏମିତିକି କମ୍ପାନୀର ବ୍ୟାକଅପ୍ ସେବା ମଧ୍ୟ ଡିଲିଟ୍ ହୋଇଯିବ।

ନିକଟରେ ଫେସବୁକ ନେତୃତ୍ୱାଧୀନ ଏହି କମ୍ପାନୀ ଘୋଷଣା କରିଛି ଯେ ଆପରେ ଖୁବ୍ ଶୀଘ୍ର ନୂଆ ଫିଚର ଯୋଡ଼ିବ। ଯାହାକୁ ନୂଆ ଗୋପନୀୟତା ନୀତିକୁ ସହଜରେ ବୁଝାଇପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe