ନୂଆଦିଲ୍ଲୀ:ଏବେ ନୋକିଆର କିଛି ମଡେଲ ତଥା କିଛି ସ୍ମାଟଫୋନ୍ରେ ଇଣ୍ଟରନେଟ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ସପୋର୍ଟ ବନ୍ଦ କରିଦିଆଯାଇଛି। ଅବଶ୍ୟ ଏନେଇ ଉକ୍ତ କମ୍ପାନୀ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୮ ଥିଲା। ତେବେ ଜାନୁଆରୀ ୧ରୁ ସେସବୁ ସ୍ମାର୍ଟ ଫୋନ୍ରେ ହ୍ୱାଟ୍ସଆପ୍ ବନ୍ଦ କରି ଦିଆଯାଇଛି।
ସମ୍ପୃକ୍ତ ସ୍ମାର୍ଟଫୋନ୍ ଗୁଡ଼ିକରେ ଡିଭାଇସ୍ ପୁରୁଣା ହୋଇଥିବାରୁ ସେଗୁଡ଼ିକରେ ହ୍ୱାଟ୍ସଆପ୍ ବନ୍ଦ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ହ୍ୱାଟ୍ସଆପ୍ରେ ଦିଆଯାଇଥିବା ସିକ୍ୟୁରିଟି ଏବଂ ନୂଆ ଫିଚର୍ସ ଉକ୍ତ ସ୍ମାର୍ଟଫୋନ୍ରେ ସପୋର୍ଟ କରୁନାହିଁ। ପୂର୍ବରୁ Nokia S40ରେ ହ୍ୱାଟ୍ସଆପ୍ ସପୋର୍ଟ ବନ୍ଦ କରାଯାଇଥିଲା। ଏହା ପୂର୍ବରୁ BlackBerry 10 ଏବଂ Windows ମୋବାଇଲ୍ରେ ଏହି ସିଷ୍ଟମକୁ ବନ୍ଦ କରାଯାଇଥିଲା।
ଏ ବର୍ଷଶେଷରେ Android Gingerbreadରେ ଚାଲୁଥିବା ସ୍ମାର୍ଟଫୋନ୍ରେ ହ୍ୱାଟ୍ସଆପ୍ ବନ୍ଦ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଫ୍ରିନ୍ଲାଣ୍ଡର ନୋକିଆ କମ୍ପାନୀ ଏଚ୍ଏମ୍ଡି ଗ୍ଲୋବାଲ କିଣିନେଇଛି ଏବଂ କମ୍ପାନୀ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ତିଆରି କରୁଛି। ତେବେ କେଉଁ ସବୁ ସ୍ମାର୍ଟଫୋନ୍ରୁ ହ୍ୱାଟ୍ସଆପ୍ ସପୋର୍ଟ ବନ୍ଦ କରାଯାଇଛି ଆସନ୍ତୁ ଏହାର ଏକ ତାଲିକା ଜାଣନ୍ତୁ ।
Nokia 206 Single SIM
Nokia 206 Dual SIM
Nokia 208
Nokia 301 Single SIM Chat Edition
Nokia 301 Dual SIM Chat Edition
Nokia 515
Nokia Asha 201
Nokia Asha 205 Chat Edition
Nokia Asha 210
Nokia Asha 230 Single SIM
Nokia Asha 230 Dual SIM
Nokia Asha 300
Nokia Asha 302
Nokia Asha 303
Nokia Asha 305
Nokia Asha 306
Nokia Asha 308
Nokia Asha 309
Nokia Asha 310
Nokia Asha 311
Nokia Asha 500
Nokia Asha 501
Nokia Asha 502
Nokia Asha 503
Nokia C3-00
Nokia C3-01
Nokia X2-00
Nokia X2-01
Nokia X3-02
Nokia X3-02.5
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।