Advertisment

ଏଣିକି 'Edit' କରିହେବ ହ୍ୱାଟସ୍‌ଆପ୍‌ ମେସେଜ୍‌

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟସ୍ଆପ୍‌ରେ ଖୁବଶୀଘ୍ର ହେବ ନୂଆ ପରିବର୍ତ୍ତନ। ନୂଆ ଫିଚର୍ସ ସହ ସାମ୍ନାକୁ ଆସିବ ହ୍ୱାଟସ୍‌ଆପ୍‌। ଏଥିରେ ଏବେ ଯୋଡି ହେବ ଏଡିଟ୍‌ ବଟନ୍‌। ଫଳରେ ୟୁଜର୍ସ ପଠାଇସାରିଥିବା ମେସେଜକୁ ପଣିଥରେ ଏଡିଟ୍‌ କରିବାର ସୁଯୋଗ ପାଇପରିବେ। ଏବେ ଏହି ଫିଚର୍ସ ଉପରେ କାମ ଚାଲିଛି। ହ୍ୱାଟସ୍‌ଆପ୍‌ର ଏହି ଏଡିଟ୍‌ ବଟନ୍‌ ଫିଚର୍ସ ହ୍ୱାଟସ୍‌ଆପ୍‌ ବିଟା ଇନ୍‌ଫୋରେ ଥିବା ଦେଖିବାକୁ ମିଳିଛି। ହ୍ୱାଟସ୍‌ଆପ୍‌ ଲୋକଙ୍କୁ ମେସେଜ ପଠାଇବା ପଦ୍ଧତିରେ ଅନେକ ପରିବର୍ତ୍ତନ ଆଣିଛି। […]

ଅଦ୍ୟତନ ହୋଇଛି
ଏଣିକି 'Edit' କରିହେବ ହ୍ୱାଟସ୍‌ଆପ୍‌ ମେସେଜ୍‌

Whataap

Advertisment

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟସ୍ଆପ୍‌ରେ ଖୁବଶୀଘ୍ର ହେବ ନୂଆ ପରିବର୍ତ୍ତନ। ନୂଆ ଫିଚର୍ସ ସହ ସାମ୍ନାକୁ ଆସିବ ହ୍ୱାଟସ୍‌ଆପ୍‌। ଏଥିରେ ଏବେ ଯୋଡି ହେବ ଏଡିଟ୍‌ ବଟନ୍‌। ଫଳରେ ୟୁଜର୍ସ ପଠାଇସାରିଥିବା ମେସେଜକୁ ପଣିଥରେ ଏଡିଟ୍‌ କରିବାର ସୁଯୋଗ ପାଇପରିବେ। ଏବେ ଏହି ଫିଚର୍ସ ଉପରେ କାମ ଚାଲିଛି।

Advertisment

ହ୍ୱାଟସ୍‌ଆପ୍‌ର ଏହି ଏଡିଟ୍‌ ବଟନ୍‌ ଫିଚର୍ସ ହ୍ୱାଟସ୍‌ଆପ୍‌ ବିଟା ଇନ୍‌ଫୋରେ ଥିବା ଦେଖିବାକୁ ମିଳିଛି। ହ୍ୱାଟସ୍‌ଆପ୍‌ ଲୋକଙ୍କୁ ମେସେଜ ପଠାଇବା ପଦ୍ଧତିରେ ଅନେକ ପରିବର୍ତ୍ତନ ଆଣିଛି। ମେସେଜେସ ଉପରେ ପ୍ରତିକ୍ରିୟା ଦେବା ପାଇଁ ଫିଚର୍‌ ଜାରି କରିବା ପରେ ହ୍ୱାଟସ୍‌ଆପ୍‌ ଏବେ ୟୁଜର୍ସଙ୍କୁ ମେସେଜ ପଠାଇବା ପରେ ଏଡିଟ୍‌ କରିବା ମଉକା ମଧ୍ୟ ଦେବ।

ସୂଚନା ମୁତାବକ, ହ୍ୱାଟସ୍‌ଆପ୍‌ ୫ ବର୍ଷ ପୂର୍ବେ ଏହି ଫିଚର୍‌ ଉପରେ କାମ ଆରମ୍ଭ କରିଥିଲା। ଏବେ କମ୍ପାନୀ ଏହି ଫିଚରକୁ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି। ହ୍ୱାଟସ୍‌ଆପ୍‌ ବିଟା ଇନ୍‌ଫୋ ଏଡିଟ ଫିଚର୍‌ର ଏକ ସ୍କ୍ରିନ୍‌ଶଟ୍‌ ମଧ୍ୟ ଶେଆର କରିଛି, ଯାହାକୁ କମ୍ପାନୀ ପକ୍ଷରୁ ବର୍ତ୍ତମାନ ଡେଭଲପ୍‌ କରାଯାଉଛି।

Advertisment

ଏହି ପିଚର୍ସ ଅନୁସାରେ, ଯଦି ୟୁଜର୍ସ ଅନ୍ୟ କାହାକୁ ହ୍ୱାଟସ୍‌ଆପ୍‌ ଜରିଆରେ ମେସେଜ ପଠାଉଛନ୍ତି ତେବେ ସେହି ମେସେଜ ଉପରେ ଆପଣଙ୍କୁ ଏକ ଏଡିଟ୍‌ ବଟନ୍‌ ନଜର ଆସିବ। ମେସେଜ କପି କରି ଫରୱାର୍ଡ କରିବା ପାଇଁ ଯେଉଁଠି ଅପ୍‌ସନ୍‌ ଦିଆଯାଇଥାଏ ସେଠାରେ ଆପଣଙ୍କୁ ଏଡିଟ୍‌ ବଠନ୍‌ର ଅପସନ୍‌ ନଜର ଆସିବ। ଏଡିଟ୍‌ ବଟନ୍‌କୁ ସିଲେକ୍ଟ କରି ଆପଣ ଆପଣଙ୍କ ମେସେଜକୁ ପଠାଇବା ପରେ ପୁଣି ଥରେ ସୁଧାରି ପଠାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe