Advertisment

ହ୍ୱାଟସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର ! ଗ୍ରୁପ୍‌ ଆଡ୍‌ମିନଙ୍କୁ ମିଳିବ ଏହି ସ୍ୱତନ୍ତ୍ର ଫିଚର୍ସ

Whatsapp to now let group admin delete any message from the chat

author-image
Sonali Kabi
ହ୍ୱାଟସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର ! ଗ୍ରୁପ୍‌ ଆଡ୍‌ମିନଙ୍କୁ ମିଳିବ ଏହି ସ୍ୱତନ୍ତ୍ର ଫିଚର୍ସ

whatsapp

ନୂଆଦିଲ୍ଲୀ: ଏଣିକି ଅଧିକ କ୍ଷମତାଶୀଳ ହେବେ ହ୍ୱାଟସଆପ୍‌ ଗ୍ରୁପ୍ ଆଡ୍‌ମିନ। ଗ୍ରୁପ୍ ଆଡ୍‌ମିନ୍‌ଙ୍କ ପାଇଁ ନୂଆ ଫିଚର୍ସ ଆଣିଲା ହ୍ୱାଟସଆପ୍‌। ଆଡ୍‌ମିନ୍‌ ଚାହିଁଲେ ଡିଲିଟ୍ କରିପାରିବେ ଗ୍ରୁପ୍‌ର ଯେକୌଣସି ମ୍ୟାସେଜ୍। ହ୍ୱାଟସଆପ୍‌ ବିଟା ୟୁଜର୍ସଙ୍କ ପାଇଁ ଖୁବ୍ ଶୀଘ୍ର ଏହି ସୁବିଧା ଉପଲବ୍ଧ କରାଯିବ। ଏନେଇ ‘ୱାବେଟାଇନ୍‌ଫୋ’ (WABetaInfo) ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ୟୁଜର୍ସଙ୍କ ପାଇଁ ଏହି ଫିଚର୍ସଟି ଅତ୍ୟନ୍ତ ଆବଶ୍ୟକୀୟ ହୋଇପାରିବ। ଏହା ଦ୍ୱରା ଗ୍ରୁପ୍ ଆଡ୍‌ମିନ୍ ଉତ୍ତମ ଭାବରେ ଗ୍ରୁପ୍‌କୁ ନିୟନ୍ତ୍ରଣ କରିପାରିବେ। ଏହି ଫିଚର୍ସର ସୁବିଧା ପାଇବା ପାଇଁ ଆଡ୍‌ମିନ୍‌ଙ୍କୁ ଟିକେ ଅପେକ୍ଷା କରିବାକୁ ପଡ଼ିବ। ଆଗାମୀ ଦିନରେ ଏହା ସମସ୍ତ ହ୍ୱାଟସଆପ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ।

ହ୍ୱାଟସଆପ୍‌ର ଏହି ନୂଆ ଫିଚର୍ସରେ ଯଦି ଗ୍ରୁପ୍‌ର କୌଣସି ଆଡ୍‌ମିନ୍ ମ୍ୟାସେଜ୍ ଡିଲେଟ କରନ୍ତି ତେବେ କିଏ ସେହି ମ୍ୟାସେଜ୍ ଡିଲିଟ୍ କରିଛି ବୋଲି ଗ୍ରୁପ୍‌ର ଅନ୍ୟ ମେମ୍ୱରମାନେ ଜାଣିପାରିବେ।

Advertisment

ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିବା ପ୍ରସ୍ତୁତିରେ ଲାଗିପଡ଼ିଛି। ସେଥିମଧ୍ୟରୁ ଏକ ଫିଚର୍ସରେ ଜଣେ ୟୁଜର୍ସ ଅନ୍ୟ ୟୁଜର୍ସଙ୍କ ଷ୍ଟାଟସ୍ ଚାଟ୍‌ ଲିଷ୍ଟରେ ହିଁ ଦେଖିପାରିବେ। ଫଳରେ ଷ୍ଟାଟସ୍ ଦେଖିବା ପାଇଁ ସେମାନଙ୍କୁ ଷ୍ଟାଟସ ଅପସନ୍‌କୁ ଯିବାକୁ ପଡ଼ିବନାହିଁ। କମ୍ପାନୀ ପକ୍ଷରୁ ଖୁବ୍ ଶୀଘ୍ର ଏହି ଫିଚର୍ସ ଉପଲବ୍ଧ କରାଯିବାର ସମ୍ଭାବନା ରହିଛି।