Advertisment

ୟୁଜରଙ୍କ ଟେନ୍‌ସନ୍‌ ବଢ଼ାଇଲା ହ୍ୱାଟ୍‌ସଆପ୍‌ର ନୂଆ ଫିଚର

ହ୍ୱାଟସଆପର ନୂଆ ଫିଚର ୟୁଜରଙ୍କ ପାଇଁ ବଡ଼ ବିପଦ ପାଲଟିଛି। କାରଣ ନୂଆ ଫିଚର ଜରିଆରେ ଜଣେ ହ୍ୟାକର ଅନ୍ୟର ହ୍ୱାଟସଆପ ଆକାଉଣ୍ଟକୁ ଡିଲିଟ କରିପାରିବ ବୋଲି ଏକ ଏକ୍ସପୋର୍ଟ ଟିମ୍ ଦାବି କରିଛି। ଆଉ ହ୍ୟାକରକୁ ଏଭଳି କରିବାକୁ ଫୋନ୍ ନମ୍ୱର କି ଆଉ କିଛିର ଆବଶ୍ୟକତା ନାହିଁ। ହ୍ୱାଟସଆପରେ ଦେଖାଦେଇଥିବା ଏହି ସମସ୍ୟାକୁ ବୈଷୟିକ ଭାଷାରେ ‘ବଗ୍’ ବୋଲି କୁହାଯାଏ। ଏହି ‘ବଗ୍‌’ ବାବଦରେ ସିକ୍ୟୁରିଟି ରିସର୍ଚସ ଲୁଇସ୍ ମର୍କେଜ କାର୍ପେନ୍ଥୋ ସୂଚନା ଦେଇଛି। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ହ୍ଵାଟସଆପର ନୂଆ ଗାଇଡଲାଇନ୍, ଆକାଉଣ୍ଟ ହୋଇପାରେ ଫ୍ରିଜ୍

whatsapp

ହ୍ୱାଟସଆପର ନୂଆ ଫିଚର ୟୁଜରଙ୍କ ପାଇଁ ବଡ଼ ବିପଦ ପାଲଟିଛି। କାରଣ ନୂଆ ଫିଚର ଜରିଆରେ ଜଣେ ହ୍ୟାକର ଅନ୍ୟର ହ୍ୱାଟସଆପ ଆକାଉଣ୍ଟକୁ ଡିଲିଟ କରିପାରିବ ବୋଲି ଏକ ଏକ୍ସପୋର୍ଟ ଟିମ୍ ଦାବି କରିଛି। ଆଉ ହ୍ୟାକରକୁ ଏଭଳି କରିବାକୁ ଫୋନ୍ ନମ୍ୱର କି ଆଉ କିଛିର ଆବଶ୍ୟକତା ନାହିଁ।

Advertisment

ହ୍ୱାଟସଆପରେ ଦେଖାଦେଇଥିବା ଏହି ସମସ୍ୟାକୁ ବୈଷୟିକ ଭାଷାରେ ‘ବଗ୍’ ବୋଲି କୁହାଯାଏ। ଏହି ‘ବଗ୍‌’ ବାବଦରେ ସିକ୍ୟୁରିଟି ରିସର୍ଚସ ଲୁଇସ୍ ମର୍କେଜ କାର୍ପେନ୍ଥୋ ସୂଚନା ଦେଇଛି।

ହ୍ୟାକରମାନେ ଏହି ବଗ୍ ଜରିଆରେ ଯେଉଁଥିରେ ଟୁ ଫ୍ୟାକ୍ଟର ଅଥେଣ୍ଟିସିଟି ଉପଲବ୍ଧ ଥିବ ସେହି ଆକାଉଣ୍ଟକୁ ଡିଆକ୍ଟିଭ୍ କରିପାରିବେ। ଏହି ଏକ୍ସପୋର୍ଟ ଟିମ୍ କହିଛ ଯେ ହ୍ୱାଟସଆପର ଦେଖାଦେଇଥିବା ବଗ୍‌ରେ ଦୁଇଟି ସମସ୍ୟା ରହିଛି।

Advertisment

ପ୍ରଥମ ସମସ୍ୟା ହେଲା ହ୍ୟାକର୍ସ ଜଣଙ୍କ ହ୍ୱାଟସଆପ୍ ମୋବାଇଲ୍ ନମ୍ବର ସାହାଯ୍ୟରେ ନିଜ ଫୋନରେ ହ୍ୱାଟସଆପ ଇନଷ୍ଟଲ କରିବେ। ଏହାପରେ ଟୁ ଫ୍ୟାକ୍ଟର ଜରିଆରେ ୬ ଅଙ୍କ କୋଡ୍ ପାଇବାକୁ ଆବେଦନ କରିବ ହ୍ୟାକର। ହେଲେ ସଂପୃକ୍ତ ବ୍ୟକ୍ତି ପାଖରେ ମୋବାଇଲ ନମ୍ୱର ନଥିବାରୁ ହ୍ୟାକର କୋଡ୍‌ ପାଇପାରିବ ନାହିଁ। ହେଲେ ବାରମ୍ୱାର ଏଭଳି କରିବା ପରେ ହ୍ୱାଟସଆପ ୧୨ ଘଣ୍ଟା ପାଇଁ ସଂପୃକ୍ତ ହ୍ୱାଟସଆପ ଆକାଉଣ୍ଟକୁ ଡିଆକ୍ଟିଭ କରିଥାଏ ସୀମିତ ସମୟ ପାଇଁ।

ଏହାପରେ ହ୍ୟାକର ଏକ ନୂଆ ଇ-ମେଲ୍ ତିଆରି କରି [email protected]କୁ ଏକ ଇମେଲ୍ ପଠାନ୍ତି। ଯେଉଁଥିରେ ମୋବାଇଲ ଫୋନ୍ ଚୋରି କିମ୍ବା ହଜିଯାଇଥିବା ଦର୍ଶାଇ ନମ୍ବରକୁ ନିଷ୍କ୍ରିୟ କରିବାକୁ କୁହନ୍ତି।

ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ପଠାଯାଇଥିବା ଇମେଲ ସହିତ ଡିଆକ୍ଟିଭ କରିବାକୁ ଥିବା ହ୍ୱାଟସଆପ୍ ନମ୍ୱରର ଲିଙ୍କ୍ ଥିବା ନେଇ ଯାଞ୍ଚ କରିବା ପାଇଁ କୌଣସି ଉପାୟ ନାହିଁ, ଯାହାର ଫାଇଦା ନେଇ ହ୍ୟାକର୍ସ ସଂପୃକ୍ତ ହ୍ୱାଟସଆପ ନମ୍ୱରକୁ ଡିଆକ୍ଟିଭ କରିଥା’ନ୍ତି। ଏହା ହେଉଛି ଦ୍ୱିତୀୟ ସମସ୍ୟା।

ସୂଚନାଯୋଗ୍ୟ, ହ୍ୟାକରମାନେ ଏଭଳି କାହିଁକି କରନ୍ତି, ତା’ର କାରଣ ଜଣାପଡ଼ି ନାହିଁ। ଯଦି ଟୁ ଫ୍ୟାକ୍ଟରରେ ଏଭଳି ବଗ୍ ଥିବ ତା’ହେଲେ ୟୁଜରଙ୍କ ପାଇଁ ବିପଦ ହୋଇପାରେ। ତେବେ ହ୍ୱାଟସଆପ ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ।