Advertisment

ଆଜିଠୁ 'ବ୍ଲାକବେରୀ' ଯୁଗ ଶେଷ, ଆଉ କାମ ଦେବନି ମୋବାଇଲ

ନୂଆଦିଲ୍ଲୀ: ଆଜିଠୁ ସରିଲା ‘ବ୍ଲାକବେରୀ’ ଯୁଗ। ଆଉ କାମ ଦେବନି ମୋବାଇଲ। ଆଜି ଠାରୁ ହିଁ ବନ୍ଦ ହୋଇଯିବ ବ୍ଲାକବେରୀ ଫୋନ୍‌। ଏନେଇ କମ୍ପାନୀ ପୂର୍ବରୁ ଘୋଷଣା କରିସାରିଛି। ଜଣାଶୁଣା ତଥା ପ୍ରସିଦ୍ଧ ମୋବାଇଲ୍‌ କମ୍ପାନୀ ‘ବ୍ଲାକବେରୀ’। ଦିନ ଥିଲା ଏହି କମ୍ପାନୀର ଫୋନ୍‌ ଧରିବା ପାଇଁ ପାଗଳ ଥିଲେ ଲୋକେ। କିନ୍ତୁ ଆଜି ଏହାକୁ ଆଉ କିଏ ପଚାରୁ ନାହାନ୍ତି। ଏବେ ବଜାରରେ ଆଇଫୋନ୍‌ ଓ ଆଣ୍ଡ୍ରାଏଡ୍‌ ଫୋନ୍‌ର ଦବ୍‌ଦବା ରହିଛି। ‘ବ୍ଳାକବେରୀ’ ଫୋନ୍‌ ମାର୍କେଟରୁ […]

ଅଦ୍ୟତନ ହୋଇଛି
ଆଜିଠୁ 'ବ୍ଲାକବେରୀ' ଯୁଗ ଶେଷ, ଆଉ କାମ ଦେବନି ମୋବାଇଲ

BlackBerr1

Advertisment

ନୂଆଦିଲ୍ଲୀ: ଆଜିଠୁ ସରିଲା 'ବ୍ଲାକବେରୀ' ଯୁଗ। ଆଉ କାମ ଦେବନି ମୋବାଇଲ। ଆଜି ଠାରୁ ହିଁ ବନ୍ଦ ହୋଇଯିବ ବ୍ଲାକବେରୀ ଫୋନ୍‌। ଏନେଇ କମ୍ପାନୀ ପୂର୍ବରୁ ଘୋଷଣା କରିସାରିଛି।

Advertisment

ଜଣାଶୁଣା ତଥା ପ୍ରସିଦ୍ଧ ମୋବାଇଲ୍‌ କମ୍ପାନୀ 'ବ୍ଲାକବେରୀ'। ଦିନ ଥିଲା ଏହି କମ୍ପାନୀର ଫୋନ୍‌ ଧରିବା ପାଇଁ ପାଗଳ ଥିଲେ ଲୋକେ। କିନ୍ତୁ ଆଜି ଏହାକୁ ଆଉ କିଏ ପଚାରୁ ନାହାନ୍ତି। ଏବେ ବଜାରରେ ଆଇଫୋନ୍‌ ଓ ଆଣ୍ଡ୍ରାଏଡ୍‌ ଫୋନ୍‌ର ଦବ୍‌ଦବା ରହିଛି। 'ବ୍ଳାକବେରୀ' ଫୋନ୍‌ ମାର୍କେଟରୁ ଦୂରେଇ ଗଲାଣି।

ସ୍ମାର୍ଟଫୋନ ମାର୍କେଟ୍‌ରେ କମିଗଲାଣି 'ବ୍ଲାକବେରୀ'ର ଜଲୱା।  କିନ୍ତୁ ଏବେବି ଅନେକ ଲୋକଙ୍କ ପାଖରେ ବ୍ଲାକବେରୀ ଫୋନ୍‌ ରହିଛି। ଯେଉଁମାନଙ୍କ ପାଖରେ ବ୍ଲାକବେରୀ ଫୋନ୍‌ ଅଛି, ସେମାନଙ୍କ ଅସୁବିଧା ଏବେ ବଢ଼ିପାରେ। କାରଣ ନିକଟରେ କମ୍ପାନୀ ତା'ର ସମସ୍ତ କ୍ଲାସିକ୍‌ ସ୍ମାର୍ଟଫୋନ୍‌ ମଡେଲ୍‌କୁ ବନ୍ଦ କରିବା ପାଇଁ ଘୋଷଣା କରିଛି। ଏହାର ଅର୍ଥ ହେଉଛି ଯେଉଁ ୟୁଜର୍ସମାନେ ବ୍ଲାକବେରୀ କ୍ଲାସିକ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ସେମାନେ ଆଉ ଏହାକୁ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ।

Advertisment

ଆଜିଠାରୁ ତଥା ଜାନୁଆରୀ ୪ ତାରିଖ ଠାରୁ କ୍ଲାସିକ୍ ସ୍ମାର୍ଟଫୋନ ତଥା BlackBerry 7.1 OS, BlackBerry 10 software, BlackBerry PlayBook OS 2.1 ଏବଂ ଏହା ପୂର୍ବରୁ ଆସିଥିବା ବ୍ଲାକବେରୀର ସମସ୍ତ ଫୋନ୍‌ ବନ୍ଦ ହୋଇଯିବ। ଏହି ଫୋନ୍‌ଗୁଡିକରେ କୌଣସି ଅପ୍‌ଡେଟ୍‌ ମିଳିବ ନାହିଁ। ଅର୍ଥାତ୍‌ ସେଲୁଲର ବା ୱାଇ-ଫାଓ କନେକ୍ଟିଭିଟିରେ ମଧ୍ୟ ବ୍ଲାକବେରୀ ଫୋନ୍‌ ଡାଟା ଏକ୍ସେସ୍‌, ଫୋନ୍‌ କଲ୍‌, ଟେକ୍‌ଷ୍ଟ ମେସେଜ ପଠାଇବା ବା ଜରୁରୀକାଳୀନ ବୈଶିଷ୍ଟ ସେବା ମଧ୍ୟ ହରାଇବେ।

୨୦୧୫ରେ ବ୍ଲାକବେରୀ ଆଣ୍ଡ୍ରଏଡ୍‌ ସହ ମିଶିଥିଲା, ସେହି ଦିନଠାରୁ ଆଣ୍ଡ୍ରଏଡ୍ OS ସହିତ ବ୍ଲାକବେରୀ ଫୋନ୍ ଲଞ୍ଚ କରାଯାଉଥିଲା। ୨୦୧୬ରେ, ବ୍ଲାକବେରୀର ଲାଇସେନ୍ସକୁ ଟିସିଏଲ୍ କିଣିଥିଲା। ଭାରତୀୟ ବଜାରରେ ଅପ୍ଟିମସ୍ ଇନଫ୍ରାକମ୍ ଦ୍ୱାରା ବ୍ଲାକବେରୀ ବିକ୍ରି ହେଉଥିଲା। ବ୍ଲାକବେରୀର ଲାଇସେନ୍ସ ନେବା ପରେ TCL ବ୍ଲାକବେରୀ କିଓନ୍ ଏବଂ କି-୨ ଭଳି ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା।

TCL ଫେବ୍ରୁଆରୀ ୨୦୨୦ରେ ଆଉ ବ୍ଲାକବେରୀ ଫୋନ୍‌ ଲଞ୍ଚ କରିବ ନାହିଁ ବୋଲି ଘୋଷଣା କରିଥିଲା। ଏହା ପୂର୍ବରୁ ବ୍ଲାକବେରୀର ଲାଇସେନ୍ସ ପ୍ରାପ୍ତ କମ୍ପାନୀ ୨୦୧୮ ଯାଏଁ ବଜାରକୁ ଫୋନ୍‌ ଆଣିଥିଲା। ଟେକ୍ସାସ୍ ଭିତ୍ତିକ କମ୍ପାନୀ ଅନୱାର୍ଡ ମୋବିଲିଟି ୨୦୨୦ରେ ବ୍ଲାକବେରୀର 5G ଫୋନର ଟିଜର ରିଲିଜ୍ କରିଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଫୋନ ଲଞ୍ଚ ହୋଇଛି। ଏହା କେବେ ଉପଲବ୍ଧ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe