ନୂଆଦିଲ୍ଲୀ: Samsung ନିକଟରେ ତାର ବଜେଟ୍ ସ୍ମାର୍ଟଫୋନ୍ Galaxy M30sର 4GB/128GB ଭ୍ୟାରିୟାଣ୍ଟ ଲଞ୍ଚ୍ କରିଥିଲା। ଆଉ ଏବେ ଏହାର ବିକ୍ରି ଆରମ୍ଭ ହୋଇଯାଇଛି। ଏହି ଫୋନ୍ଟିକୁ ଆପଣ ସାମସଙ୍ଗର ଅଫିସିଆଲ୍ ୱେବସାଇଟ୍ ଓ ଆମାଜ୍ ଇଣ୍ଡିଆରୁ କିଣିପାରିବେ। ଏହି ଫୋନ୍ର ବିଶେଷତ୍ତ୍ୱ ହେଉଛି ଏହାର Exynos 9611 ପ୍ରୋସେସର୍ ଓ 6,000mAhର ପାୱାର୍ଫୁଲ୍ ବ୍ୟାଟେରୀ।
କମ୍ପାନୀ Galaxy M30sର 4GB/128GB ଭ୍ୟାରିୟାଣ୍ଟର ମୂଲ୍ୟ ୧୪ ହଜାର ୯୯୯ ଟଙ୍କା ରଖିଛି। ଏହାକୁ ଗ୍ରାହକମାନେ ବ୍ଲାକ୍, ବ୍ଲୁ ଓ ଗ୍ରୀନ୍ କଲର୍ରେ କିଣି ପାରିବେ। ଏହି ସ୍ମାର୍ଟଫୋନ୍ର ଅନ୍ୟ ଦୁଇଟି ଭ୍ୟାରିୟାଣ୍ଟ 4GB/64GB ଓ 6GB/128GBର ମୂଲ୍ୟ ଯଥାକ୍ରମେ ୧୨ ହଜାର ୯୯୯ ଟଙ୍କା ଓ ୧୫ ହଜାର ୯୯୯ ଟଙ୍କା ରଖାଯାଇଛି।
ଫିଚର: Galaxy M30sରେ ଆପଣଙ୍କୁ ୬.୪ ଇଞ୍ଚର ଫୁଲ୍ ଏଚ୍ଡି ପ୍ଲସ୍ ସୁପର ଆମୋଲେଡ୍ ଡିସ୍ପ୍ଲେ, Exynos 9611 ପ୍ରୋସେସର୍, Android 9pie ବେସ୍ଡ OneUI ଅପରେଟିଂ ସିଷ୍ଟମ୍ ଓ ସବୁଠୁ ପାୱାର୍ଫୁଲ୍ 6,000mAh ବ୍ୟାଟେରୀ ସହ ୧୫ ୱାଟ୍ ଫାଷ୍ଟଚାର୍ଜ ସପୋର୍ଟ ମିଳିବ। ଫଟୋଗ୍ରାଫି ପାଇଁ ଏହାର ପଛରେ 48MP+8MP+5MPର ଟ୍ରିପଲ୍ କ୍ୟାମେରା ରହିଛି। ଏଥିସହ ସେଲ୍ଫି ପାଇଁ ଏଥିରେ 16MPର ଫ୍ରଣ୍ଟ୍ କ୍ୟାମେରା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ରାଜ୍ୟରେ ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର।

Guest Column
ଅର୍ଥଶାସ୍ତ୍ର ବିଶାରଦ ଓ ସରକାରଙ୍କ ପାଇଁ ଆହ୍ୱାନ
ଅସଲକଥା ହେଉଛି ଭାରତର ରାଜନୈତିକ ଅର୍ଥନୀତି ଯଦି ପୂର୍ବ ଏସିଆ ଓ ଚୀନ୍ର ଅର୍ଥନୀତି ସହିତ ଦେଖାଯାଏ, ତେବେ ଭାରତୀୟ ରାଜନୈତିକ ଅର୍ଥନୀତି କେତେ ଦୁର୍ବଳ ତାହା ପ୍ରମାଣିତ ହେବ।ସେହିସବୁ ଦେଶମାନେ ଲୋକଙ୍କ ଭିତରେ କ୍ରୟଶକ୍ତି ବଢ଼ାଇବା ପାଇଁ ଏପରି ଭାବରେ ଆର୍ଥିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ସେ ଲୋକମାନଙ୍କୁ ସରକାର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ମୁକ୍ତ ଦାନ ବ୍ୟବସ୍ଥା କରିବାକୁ ପଡୁନାହିଁ।

Guest Column
ନୂଆ କୃଷି ଆଇନ ଆସିବା ଦରକାର
ମୋଦି ବିରୋଧୀଙ୍କୁ କୃଷି-ଆଇନ ପ୍ରତ୍ୟାହାର ଘୋଷଣା ଏକ ସାମୟିକ ସୁଖଦ ଅନୁଭୁତି ଦେଇଥିଲା – ଏହା ଏକ ସତ୍ୟ। କିନ୍ତୁ ଏହା କ’ଣ ଚାଷୀର ଆର୍ଥିକ ବାସ୍ତବତା, ପ୍ରକୃତ ଚାଷୀର ଉନ୍ନତି, ପରିବର୍ତ୍ତନଶୀଳ ପରିବେଶଗତ ସଙ୍କଟ ମଧ୍ୟରେ କୃଷିକର୍ମ ଏବଂ ରାଷ୍ଟ୍ରହିତରେ ବିଚାରବନ୍ତ ରାଜନୈତିକ ପଦକ୍ଷେପ ଆଧାରରେ କୃଷିନୀତି ପରିବର୍ତ୍ତନ କରି ଭାରତୀୟ କୃଷି ଓ କୃଷକର ମୂଳସମସ୍ୟା ଦୂର କରି ପାରିବ? “ଯେମିତି ଥିଲା, ସେମିତି ଥାଉ – ଇତି ବାଞ୍ଛା ସାହୁ !”ନ୍ୟାୟରେ କୃଷକଙ୍କୁ ନେଇ ରାଜନୀତି କେତେ ଦିନ କରିଚାଲିବା ?

Business
କୁଆଡ଼େ ଗଲା ଜଣକୁ ନିଯୁକ୍ତି ଦେଲେ 10 ହଜାର ଟଙ୍କା?
ଏବେ ନୂଆ ରାଜ୍ୟ ସରକାର ଆଇଟି ପିଲିସି-2025ର ଚିଠା ପ୍ରସ୍ତାବକୁ ସାର୍ବଜନୀନ କରିଛନ୍ତି। ଏଥିରେ ଆଇଟି କମ୍ପାନୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜମି ରେଜିଷ୍ଟ୍ରେସନ ଫି ଛାଡ଼, ପୁଞ୍ଜି ବିନିଯୋଗରେ 20 ପ୍ରତିଶତ ପର୍ଯ୍ୟନ୍ତ ସରକାରୀ ସବସିଡି, ବ୍ୟାଙ୍କ ଋଣ ସୁଧ ଉପରେ ରିହାତି, ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ଅନେକ ପ୍ରୋତ୍ସାହନ କଥା ରଖିଛନ୍ତି।

National
ସରକାରୀ ଇ-ବଜାର ବା ଜିଇଏମ୍ କ’ଣ
ଦେଶର ସାମାଜିକ ବିକାଶ ସହିତ ତାଳଦେଇ ଜିଇଏମ୍ ଷ୍ଟାର୍ଟ ଅପ୍ ଗୁଡ଼ିକୁ ୩୫,୯୫୦ କୋଟି ଟଙ୍କାର ଅର୍ଡର ପୂରଣ କରିବାରେ ସକ୍ଷମ କରିଛି। ଜିଇଏମର ମୋଟ ବିକ୍ରେତା ସଂଖ୍ୟାର ୮% ମହିଳା ଉଦ୍ୟୋଗୀ, ଜିଇଏମ୍ ପୋର୍ଟାଲରେ ପଞ୍ଜୀକୃତ ସମୁଦାୟ ୧,୭୭,୭୮୬ ଜଣ ଉଦ୍ୟମ-ଭେରିଫାଏଡ୍ ମହିଳା ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍ଏସ୍ଇ) ୪୬,୬୧୫ କୋଟି ଟଙ୍କାର ସମୁଦାୟ ଅର୍ଡର ମୂଲ୍ୟ ପୂରଣ କରିଛନ୍ତି।