Advertisment

ବଢ଼ିଲା ଗ୍ୟାସ୍‌ ଦର, ଆଜିଠୁ ନୂଆ ରେଟ୍ ଲାଗୁ

ଅଗଷ୍ଟ ପହିଲାରୁ ଲାଗିଲା ମହଙ୍ଗା ଝଟକା। ନିର୍ବାଚନୀ ଋତୁ ପାଇଁ ଶସ୍ତା ହୋଇଥିବା ଗ୍ୟାସ୍‌ ସିଲିଣ୍ଡର ଦାମ ଚଳିତ ମାସରେ ପୁଣି ଥରେ ଉପରମୁହାଁ ହୋଇଛି।

author-image
Niharika Rout
Gas

Gas

ଅଗଷ୍ଟ ପହିଲାରୁ ଲାଗିଲା ମହଙ୍ଗା ଝଟକା। ନିର୍ବାଚନୀ ଋତୁ ପାଇଁ ଶସ୍ତା ହୋଇଥିବା ଗ୍ୟାସ୍‌ ସିଲିଣ୍ଡର ଦାମ ଚଳିତ ମାସରେ ପୁଣି ଥରେ ଉପରମୁହାଁ ହୋଇଛି। ଘରୋଇ ଗ୍ୟାସ୍‌ ଦର ଅପରିବର୍ତ୍ତିତ ରହିଥିବା ବେଳେ କମର୍ସିଆଲ ଗ୍ୟାସ୍‌ର ନୂଆ ଦର ଆଜିଠୁ ଲାଗୁ ହେବ । ଅଏଲ କମ୍ପାନୀମାନଙ୍କ ପକ୍ଷରୁ ୧୯ କେଜିଆ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୮.୫୦ ଟଙ୍କା ବୃଦ୍ଧି କରାଯାଇଛି।

Advertisment

IOCL ୱେବସାଇଟ୍‌ରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୧୯ କେଜିଆ ଗ୍ୟାସ୍‌ ସିଲିଣ୍ଡର ଦାମ ପୂର୍ବରୁ ୧୬୬୪ ଟଙ୍କା ଥିବା ବେଳେ ଏବେ ତାହା ୧୬୫୨.୫୦ ଟଙ୍କାରେ ପହଞ୍ଚିଛି। ଏଠାରେ ଗ୍ୟାସ୍‌ ଦରରେ ୬.୫୦ ଟଙ୍କା ବଢ଼ିଛି। କୋଲକତାରେ ଏହି ସିଲିଣ୍ଡର ଦାମ ପୂର୍ବରୁ ୧୭୫୬ ଟଙ୍କା ଥିବା ବେଳେ ଏବେ ତାହା ୧୭୬୪.୫୦ ଟଙ୍କାରେ ମିଳୁଛି। ଏଠାରେ ୮.୫୦ ଟଙ୍କା ବଢ଼ିଛି। ମୁମ୍ବାଇରେ ୧୯ କେଜିଆ ସିଲିଣ୍ଡର ପୂର୍ବରୁ ୧୫୯୮ ଟଙ୍କାରେ ମିଳୁଥିବା ବେଳେ ନୂଆ ଦର ୧୬୦୫ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ପୂର୍ବରୁ କମର୍ସିଆଲ ଗ୍ୟାସ୍‌ ଦର ୧୮୦୯.୫୦ ଟଙ୍କା ଥିବା ବେଳେ ଏବେ ତାହା ୧୮୧୭ ଟଙ୍କାରେ ପହଞ୍ଚିଛି।

କିନ୍ତୁ ୧୪ କେଜିଆ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ଫେବୃଆରୀ ୧ରେ ୧୪ ଟଙ୍କା ବୃଦ୍ଧି କରାଯାଇଥିଲା।

Advertisment

ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡର ରେଟ୍‌ ୮୦୩ ଟଙ୍କା ଥିବା ବେଳେ କୋଲକତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ଟଙ୍କା ଓ ଚେନ୍ନାଇରେ ଏହାର ମୂଲ୍ୟ ରହିଛି ୮୧୮.୫୦ ଟଙ୍କା। କେନ୍ଦ୍ର ସରକାର WOMEN’S Dayରେ ଏହି ସିଲିଣ୍ଡର ରେଟ୍‌ ଶହେ ଟଙ୍କା ଲେଖାଏ କମାଇଥିଲେ। ଏହାପରଠୁ ଘରୋଇ ଗ୍ୟାସ୍‌ ଦର ଅପରିବର୍ତ୍ତିତ ରହିଛି।

Gas Price