Advertisment

ବଢ଼ି ଚାଲିଛି ସମ୍ପତ୍ତି, ଗୌତମ ଆଦାନୀ ଏବେ ବିଶ୍ୱର ୨ନଂ ଧନୀ

ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ି ଚାଲିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି। ସ୍ଥିତି ଏମିତି ହୋଇଛି ଯେ ଏବେ ଆଦାନୀ ବିଶ୍ୱ ଧନୀ ତାଲିକାର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର […]

ବଢ଼ି ଚାଲିଛି ସମ୍ପତ୍ତି, ଗୌତମ ଆଦାନୀ ଏବେ ବିଶ୍ୱର ୨ନଂ ଧନୀ

adani

Advertisment

ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ି ଚାଲିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି। ସ୍ଥିତି ଏମିତି ହୋଇଛି ଯେ ଏବେ ଆଦାନୀ ବିଶ୍ୱ ଧନୀ ତାଲିକାର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି।

Advertisment

ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୫ ବିଲିୟନ ଡଲାର ବା ୪% ବୃଦ୍ଧି ପାଇଛି। ଆଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରୁ ହଟାଇ ଦେଇଛନ୍ତି। ଏବେ ଆଦାନୀଙ୍କ ଉପରେ କେବଳ ଟେଲସାର ମୁଖ୍ୟ ଏଲନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩.୫ ବିଲିୟନ ଡଲାର।

ତୃତୀୟ ସ୍ଥାନରେ ଫ୍ରାନ୍ସର ବେରନାର୍ଡ ଅରନଲ୍ଟ ଆଣ୍ଡ ଫ୍ୟାମିଲି ଓ ୪ର୍ଥ ସ୍ଥାନରେ ଆମେରିକାର ଜେଫ ବେଜୋସ ରହିଛନ୍ତି। ଭାରତର ଅନ୍ୟତମ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱ ଧନୀ ତାଲିକାର ୮ମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୯୨ ବିଲିୟନ ଡଲାର ରହିଥିବା ଜଣାପଡ଼ିଛି।

Advertisment

ଶୁକ୍ରବାର ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ଆଦାନୀ ଗ୍ରୁପର ଷ୍ଟକ୍ସ ଯଥା ଆଦାନୀ ଇଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟ ଓ ଆଦାନୀ ଟ୍ରାନ୍ସମିସନର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଏହି ବୃଦ୍ଧି ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ବଢ଼ାଇବାରେ ସହାୟକ ହୋଇଥିଲା।

୨୦୨୨ରେ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୦ ବିଲିୟନ ଡଲାର ବୃଦ୍ଧି ପାଇ ସାରିଲାଣି। ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ଗୌତମ ଆଦାନୀ ଏକମାତ୍ର ବ୍ୟକ୍ତି, ଯାହାଙ୍କ ସମ୍ପତ୍ତି ୨୦୨୨ରେ ଏତେ ପରିମାଣର ବୃଦ୍ଧି ପାଇଛି। ପ୍ରଥମେ ସେ ଏସିଆର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଥିଲେ। ଏହାପରେ ସେ ମାଇକ୍ରୋସଫ୍ଟର ପ୍ରତିଷ୍ଠା ବିଲ ଗେଟ୍ସଙ୍କୁ ମାତ ଦେଇ ବିଶ୍ୱର ୪ର୍ଥ ଧନୀର ମାନ୍ୟତା ହାସଲ କରିଥିଲେ। ଏବେ ସେ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe