Advertisment

ଅମ୍ବାନିଙ୍କୁ ପଛରେ ପକାଇ ଆଦାନୀ ହେଲେ ଏସିଆର ଶ୍ରେଷ୍ଠ ଧନୀ

ହିଣ୍ଡେନବର୍ଗ ରିପୋର୍ଟ ମାମଲାରେ ସୁପ୍ରିମ କୋର୍ଟଙ୍କ କ୍ଲିନ୍ ଚିଟ୍ ପରେ ଗୋଟିଏ ଦିନରେ ଆଦାନୀଙ୍କ ନେଟୱର୍ଥ ୭୭୦ କୋଟି ଡଲାର ବୃଦ୍ଧି।

ଅଦ୍ୟତନ ହୋଇଛି
Goutam Adani

Goutam Adani

Advertisment

ବହୁ ବିବାଦ ଓ ଘାତ ପ୍ରତିଘାତ ମଧ୍ୟରେ ପୁଣି ଏସିଆର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ। ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଏସିଆ ମହାଦେଶ ତଥା ଦେଶର ଧନୀ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଆଦାନୀ।

Advertisment

ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ନେଟୱର୍ଥ ଗୋଟିଏ ଦିନରେ ୭୭୦ କୋଟି ଡଲାର ବୃଦ୍ଧି ପାଇଥିଲା, ଯାହା ପରେ ଆଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୯୭୬୦ କୋଟି ଡଲାରରେ ପହଞ୍ଚିଛି। ଏହି ମୂଲ୍ୟ ସହ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ଏସିଆର ସବୁଠୁ ଧନୀ ବନିଯାଇଛନ୍ତି। ଆଦାନୀଙ୍କଠୁ ସାମାନ୍ୟ ପଛରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଚ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନି। ଅମ୍ବାନୀଙ୍କ ନେଟୱର୍ଥ ୯୭୦୦ କୋଟି ଡଲାର ରହିଛି।

ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ଏକ ଖରାପ ସମୟ ଦେଇ ଗତି କରିଥିଲା। ଆଦାନୀ ଗ୍ରୁପ୍ ‘ଷ୍ଟକ୍‌ ପ୍ରାଇସ୍‌’ରେ ଜାଲିଆତି କରିଥିବା ନେଇ ହିଣ୍ଡେନବର୍ଗ ରିପୋର୍ଟ କରିଥିଲା। ଏହାପରେ ଗତବର୍ଷ ଏକ ସମୟରେ କମ୍ପାନୀ ୧୫,୦୦୦ କୋଟି ଡଲାରରୁ ଅଧିକ ହରାଇଥିଲା। ବାରମ୍ବାର ଆଦାନୀ ଗ୍ରୁପକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। କିନ୍ତୁ ଗତକାଲି ଏହି ମାମଲା ଉପରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଇଥିଲେ ସୁପ୍ରିମକୋର୍ଟ। 

Advertisment

ହିଣ୍ଡେନବର୍ଗ ରିପୋର୍ଟ ଉପରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ତଦନ୍ତକୁ ଯଥେଷ୍ଟ ବୋଲି କହିବା ସହ ଏଥିରେ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT) ହସ୍ତକ୍ଷେପ କରିବାର ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ ଗୋଟିଏ ଦିନରେ ଆଦାନୀ ଗ୍ରୁପର ନେଟୱର୍ଥ ୭୭୦ କୋଟି ଡଲାରକୁ ବୃଦ୍ଧି ପାଇଛି।

ଆଶ୍ଚର୍ଯ୍ୟଜନକ ଭାବେ ଏହି ସଫଳତା ସହ ଗୌତମ ଆଦାନୀ ବନିଯାଇଛନ୍ତି ଏସିଆର ସର୍ବଶ୍ରେଷ୍ଠ ଧନୀ। ଏଥିସହ ସେ ବିଶ୍ୱର ଧନୀ ତାଲିକାରେ ୧୨ ନମ୍ବରରେ ରହିଛନ୍ତି। ସେହିପରି ମୁକେଶ ଅମ୍ବାନୀ ବିଶ୍ୱର ଧନୀ ତାଲିକାରେ ୧୩ ନମ୍ବର ସ୍ଥାନରେ ଅଛନ୍ତି।

ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ଭାରତୀୟ ବ୍ୟବସାୟୀ ମଧ୍ୟ ୫୦ ଜଣ ଅରବପତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଶାପୁର ମିସ୍ତ୍ରୀ ୩୮ ନମ୍ବରରେ ରହିଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୩୪୬୦ କୋଟି ଡଲାର ରହିଛି। ସେହିପରି ଆଇଟି ସେବା ପ୍ରଦାନକାରୀ HCL ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ଶିବ ନାଦର ୪୫୦୦ କୋଟି ଡଲାର ସମ୍ପତ୍ତି ସହ ୪୫ ନମ୍ବରରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe