Advertisment

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ନଂ-1 ହେଲେ ଗୌତମ ଆଦାନୀ

ହୁରୁନ ଇଣ୍ଡିଆ ରିପୋର୍ଟରେ ପ୍ରକାଶ, ଧନ ସୃଷ୍ଟି ଇଞ୍ଜିନ୍ ଭାବରେ ଉଭା ହେଉଛି ଭାରତ!

author-image
Debibandita Barick
ଅଦ୍ୟତନ ହୋଇଛି
Gautam Adani & Mukesh Ambani

Gautam Adani & Mukesh Ambani

ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା।

Advertisment

ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024 ପର୍ଯ୍ୟନ୍ତ ସମ୍ପତ୍ତି ହିସାବ କରି ତାଲିକା ପ୍ରକାଶ କରିଛି। ଆଦାନୀ ପ୍ରଥମରେ ଏବଂ ଅମ୍ବାନି ଦ୍ୱିତୀୟରେ ଥିବାବେଳେ ଗତ ବର୍ଷ ମଧ୍ୟରେ ଭାରତରେ ପ୍ରତି ପାଞ୍ଚ ଦିନରେ ଜଣେ ବ୍ୟକ୍ତି କୋଟିପତି ହୋଇଥିବା ହୁରୁନ ରିପୋର୍ଟ କରିଛି। ତେବେ ଟପ୍ ଟେନ୍ ଧନୀ ତାଲିକାରେ କେଉଁମାନେ ଅଛନ୍ତି, ଜାଣନ୍ତୁ... 

  • ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ଶୀର୍ଷରେ ଅଛନ୍ତି ଗୌତମ ଆଦାନୀ, ତାଙ୍କ ସମ୍ପତ୍ତି ମୂଲ୍ୟ 11,61,800 କୋଟି ଟଙ୍କା।
  • 10,14,700 କୋଟି ଟଙ୍କା ସମ୍ପତ୍ତି ସହ ମୁକେଶ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
  • HCL ଟେକ୍ନୋଲୋଜିର ମାଲିକ ଶିବ ନାଦର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ 3,14,000 କୋଟି ଟଙ୍କା।
  • ସାଇରସ୍ ଏସ୍ ପୁନାୱାଲା ଏବଂ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ 2,89,800 କୋଟି ଟଙ୍କା।
  • ସନ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜର ଦିଲୀପ ଶାଙ୍ଗଭି ଭାରତର ଧନୀ ବ୍ୟକ୍ତିଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ 2,49,900 କୋଟି ଟଙ୍କା।
  • ଷଷ୍ଠ ସ୍ଥାନରେ ଅଛି କୁମାର ମଙ୍ଗଲମ୍ ବିର୍ଲା ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍। ସମ୍ପତ୍ତି ମୂଲ୍ୟ 2,35,200 କୋଟି ଟଙ୍କା।
  • ହିନ୍ଦୁଜା ଗ୍ରୁପର ଗୋପୀଚାନ୍ଦ ହିନ୍ଦୁଜା ସପ୍ତମ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ 1,92,700 କୋଟି ଟଙ୍କା।
  • ଆଭେନ୍ୟୁ ସୁପରମାର୍ଟର ରାଧାକୃଷ୍ଣ ଦମାନୀ  ଅଷ୍ଟମ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ 1,90,900 କୋଟି ଟଙ୍କା।
  • ୱିପ୍ରୋର ଅଜିମ ପ୍ରେମଜୀ 1,90,700 କୋଟି ଟଙ୍କାର ସମ୍ପତ୍ତି ସହ ନବମ ସ୍ଥାନରେ ଅଛନ୍ତି।
  • ଦଶମ ସ୍ଥାନରେ ବଜାଜ ଅଟୋର ନୀରଜ ବଜାଜ ଅଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ 1,62,800 କୋଟି ଟଙ୍କା।
Advertisment

ହୁରୁନ୍ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଅନୁସନ୍ଧାନକାରୀ ଅନାସ୍ ରେହମାନ ଜୁନାଦ କହିଛନ୍ତି, 'ଭାରତ ଏସିଆରେ ଧନ ସୃଷ୍ଟି ଇଞ୍ଜିନ୍ ଭାବରେ ଉଭା ହେଉଛି! ଚାଇନାରେ ଅରବପତିଙ୍କ ସଂଖ୍ୟା 25% ହ୍ରାସ ପାଇଥିବାବେଳେ ଭାରତରେ 29% ବୃଦ୍ଧି ପାଇ 334 ବିଲିୟନରେ ପହଞ୍ଚିଛି।'

Gautam Adani Mukesh Ambani India's Richest Person Tops Hurun List