Advertisment

୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!

ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।

GDP

GDP

Advertisment

ଆର୍ଥିକ ବର୍ଷ ୨୦୨୪-୨୫ରେ କମିବ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ମଙ୍ଗଳବାର ଦିନ ପ୍ରଥମ ଆକଳନରେ ଏହା କହିଛି। ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଇଛି। ଭାରତର ଜିଡିପି ଅଭିବୃଦ୍ଧି ଗତ ୪ ବର୍ଷରେ ସର୍ବନିମ୍ନ ସ୍ତର ଛୁଇଁପାରେ ବୋଲି ଆକଳନ କରିଛି ଏନଏସଓ।

Advertisment

ଏନେଇ ସୂଚନା ଦେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆର୍ଥିକ ବର୍ଷ ୨୦୨୩-୨୪ରେ ଦେଶର ଜିଡିପିର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଥିଲା। ହେଲେ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି କେବଳ ୬.୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଉଲ୍ଲେଖ ଯୋଗ୍ୟ, ୨୦୨୫ ମାର୍ଚ୍ଚରେ ଶେଷ ହେଉଥିବା ଚଳିତ ଆର୍ଥିକ ବର୍ଷରେ ୬.୬ ପ୍ରତିଶତ ଜିଡିପି ଅଭିବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ହେଲେ ଏନଏସଓର ଆକଳନ ରିଜର୍ଭ ବ୍ୟାଙ୍କର ସାମ୍ପ୍ରତିକ ଆକଳନରୁ ମଧ୍ୟ କମ୍।

ବଜେଟ୍ ଗଣନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ଅଗ୍ରୀମ ଜିଡିପି ଆକଳନ। ତେବେ ୨୦୨୪ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ଆଶ୍ଚର୍ଯ୍ୟଜନକ ଭାବେ କେବଳ ୫.୪ ପ୍ରତିଶତରେ ଅଟକିଥିଲା। ଏହି ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଛି। ହେଲେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଆକଳନ ଆହୁରି ଚିନ୍ତାଜନକ।

Advertisment
GDP Growth In India GDP Growth In Financial Year 2024-25 National Statistics Office India Lowest GDP Growth
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe