ଆକଳନଠୁ ଭଲ, ଦ୍ୱିତୀୟ ତ୍ରୟମାସରେ ଅଭିବୃଦ୍ଧି ହାର -୭.୫%

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଅଭିବୃଦ୍ଧି ପ୍ରକାଶ ପାଇଛି। ଜୁଲାଇ ମାସରୁ ସେପ୍ଟେମ୍ୱର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୫% ପ୍ରତିଶତ ଖସିଛି। ଗତ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୪.୪% ରହିଥିଲା। ଶୁକ୍ରବାର କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ପ୍ରଥମ ତ୍ରୟମାସରେ ଏହି ଅଭିବୃଦ୍ଧି ହାର ୨୩.୯% ଖସିଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକଡାଉନ୍ ଏବଂ ଶଟଡାଉନ୍ ରହିଥିଲା। ତେଣୁ ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ହାର -୨୩.୯% […]

gdp

gdp

Subhransu Sekhar
  • Published: Friday, 27 November 2020
  • Updated: 04 December 2020, 11:54 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଅଭିବୃଦ୍ଧି ପ୍ରକାଶ ପାଇଛି। ଜୁଲାଇ ମାସରୁ ସେପ୍ଟେମ୍ୱର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୫% ପ୍ରତିଶତ ଖସିଛି। ଗତ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୪.୪% ରହିଥିଲା। ଶୁକ୍ରବାର କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ପ୍ରଥମ ତ୍ରୟମାସରେ ଏହି ଅଭିବୃଦ୍ଧି ହାର ୨୩.୯% ଖସିଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକଡାଉନ୍ ଏବଂ ଶଟଡାଉନ୍ ରହିଥିଲା। ତେଣୁ ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ହାର -୨୩.୯% ରହିଥିଲା। ତେବେ ଲକଡାଉନ୍ ହଟିବା ପରେ ବି ସ୍ଥିତିରେ ସ୍ୱାଭାବିକ ଆସିନାହଁ। ତେଣୁ ଅଭିବୃଦ୍ଧି ହାର ଖରାପ ହେବ  ହେବ ବୋଲି ଆକଳନ କରାଯାଉଥିଲା। କିନ୍ତୁ -୭.୫% ଖସିବା ଟିକିଏ ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।

 

ରେଟିଂ ଏଜେନ୍ସିଗୁଡିକ ଦ୍ୱିତୀୟ ତ୍ରୋୟ ମାସରେ ଜିଡିପି ୧୦ ରୁ ୧୧% ହ୍ରାସ ପାଇବ ବୋଲି ଆକଳନ କରିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ  ୮.୬% ହ୍ରାସ ହେବାର ପୂର୍ବାନୁମାନ କରିଛି। ମୁଡି ୧୦.୬ ପ୍ରତିଶତ, କେୟାର ରେଟିଂ ୯.୯ ପ୍ରତିଶତ, ICRA ୯.୫% ଏବଂ SBI ୧୦.୭ % ହ୍ରାସ ହେବ ବୋଲି ପୂର୍ବାନୁମାନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos