gdp
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଅଭିବୃଦ୍ଧି ପ୍ରକାଶ ପାଇଛି। ଜୁଲାଇ ମାସରୁ ସେପ୍ଟେମ୍ୱର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୫% ପ୍ରତିଶତ ଖସିଛି। ଗତ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୪.୪% ରହିଥିଲା। ଶୁକ୍ରବାର କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।
ପ୍ରଥମ ତ୍ରୟମାସରେ ଏହି ଅଭିବୃଦ୍ଧି ହାର ୨୩.୯% ଖସିଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକଡାଉନ୍ ଏବଂ ଶଟଡାଉନ୍ ରହିଥିଲା। ତେଣୁ ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ହାର -୨୩.୯% ରହିଥିଲା। ତେବେ ଲକଡାଉନ୍ ହଟିବା ପରେ ବି ସ୍ଥିତିରେ ସ୍ୱାଭାବିକ ଆସିନାହଁ। ତେଣୁ ଅଭିବୃଦ୍ଧି ହାର ଖରାପ ହେବ ହେବ ବୋଲି ଆକଳନ କରାଯାଉଥିଲା। କିନ୍ତୁ -୭.୫% ଖସିବା ଟିକିଏ ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।
ରେଟିଂ ଏଜେନ୍ସିଗୁଡିକ ଦ୍ୱିତୀୟ ତ୍ରୋୟ ମାସରେ ଜିଡିପି ୧୦ ରୁ ୧୧% ହ୍ରାସ ପାଇବ ବୋଲି ଆକଳନ କରିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୮.୬% ହ୍ରାସ ହେବାର ପୂର୍ବାନୁମାନ କରିଛି। ମୁଡି ୧୦.୬ ପ୍ରତିଶତ, କେୟାର ରେଟିଂ ୯.୯ ପ୍ରତିଶତ, ICRA ୯.୫% ଏବଂ SBI ୧୦.୭ % ହ୍ରାସ ହେବ ବୋଲି ପୂର୍ବାନୁମାନ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/gdp-1.jpg)