Advertisment

ଜର୍ମାନୀର ସ୍ଥିତି ବେହାଲ, ମାନ୍ଦାବସ୍ଥାରେ ଦେଶ

ୟୁରୋର ମୂଲ୍ୟ ରସାତଳକୁ ଖସିଯିବାରୁ ଜର୍ମାନୀ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ପ୍ରବେଶ କରିଛି। ୟୁରୋ ତୁଳନାରେ ଡଲାରର ମୂଲ୍ୟ ଦୁଇ ମାସ ମଧ୍ୟରେ ସବୁଠାରୁ ଉପର ସ୍ତରରେ ପହଞ୍ଚିଛି। ତେଣୁ ଜର୍ମାନୀର ‌ଅର୍ଥନୀତିକ ଅବସ୍ଥା ଭୁଶୁଡ଼ି ପଡ଼ିଛି।

EURO

EURO

Advertisment

ଅର୍ଥନୀତି କ୍ଷେତ୍ରରେ ବିଶ୍ୱର ୪ର୍ଥ ବଡ଼ ଦେଶ ଜର୍ମାନୀ ସ୍ଥିତି ବେହାଲ ହୋଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜର୍ମାନୀ ବିଧିବଦ୍ଧ ଭାବେ ମାନ୍ଦାବସ୍ଥା ମଧ୍ୟରେ ପ୍ରବେଶ କରିଛି। ଗୁରୁବାର ଅର୍ଥନୀତିକ ଦୃଷ୍ଟିକୋଣରୁ ୟୁରୋପର ସବୁଠାରୁ ବଡ଼ ରାଷ୍ଟ୍ର ଜର୍ମାନୀରେ ୟୁରୋର ମୂଲ୍ୟ ହ୍ରାସ ପାଇଛି।

Advertisment

ୟୁରୋର ମୂଲ୍ୟ ରସାତଳକୁ ଖସିଯିବାରୁ ଜର୍ମାନୀ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ପ୍ରବେଶ କରିଛି। ୟୁରୋ ତୁଳନାରେ ଡଲାରର ମୂଲ୍ୟ ଦୁଇ ମାସ ମଧ୍ୟରେ ସବୁଠାରୁ ଉପର ସ୍ତରରେ ପହଞ୍ଚିଛି। ତେଣୁ ଜର୍ମାନୀର ‌ଅର୍ଥନୀତିକ ଅବସ୍ଥା ଭୁଶୁଡ଼ି ପଡ଼ିଛି।

ରେଟିଂ ଏଜେନ୍ସି ଫିଚ୍‌ ଦ୍ୱାରା ସଦ୍ୟତମ ଚିନ୍ତା କଥା କୁହାଯାଇଥିଲା ଯେ ଆମେରିକାକୁ AAA ଋଣ ପ୍ରଦାନ ସଂସ୍ଥାର ରେଟିଂ ନକାରାତ୍ମକ ୱାଚ୍‌ ଶ୍ରେଣୀରେ ରଖିଛି। କାରଣ ଆମେରିକାରେ ଋଣ ସୀମା ବଢ଼ାଇବା ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇ ନଥିଲା।

Advertisment

ଆମେରିକାର ଡଲାରକୁ ନେଇ ସୁରକ୍ଷିତ ବ୍ୟବସ୍ଥା ପାଇଁ ଦାବି କରାଯିବାରୁ ତ୍ୱରିତ ଲାଭ ମିଳିଛି। ଆମେରିକାରେ ଜୁନ ୧ ପୂର୍ବରୁ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଡେବ୍ଟ ସେଇଲିଙ୍ଗକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ଦରକାର। କାରଣ ଆମେରିକାର ଟ୍ରେଜେରର ସରକାରଙ୍କୁ କହି ସାରିଛନ୍ତି ଯେ ବିଲ୍‌ ବାବଦ ଅର୍ଥ ଦେବାକୁ ଆଉ ପାଣ୍ଠି ନାହିଁ।

ଡାନସ୍କେ ବ୍ୟାଙ୍କର ବରିଷ୍ଠ ସମୀକ୍ଷକ ଷ୍ଟେଫାନ ମେଲ୍ଲିନ କହିଛନ୍ତି, “ ଗୋଟିଏ ସପ୍ତାହ ଯାଏ ରିସ୍କ କମ କରିବା ସହ ଏହା ସମାନ। ଏପରି ବ୍ୟବସ୍ଥା ଦ୍ୱାରା ଡଲାରକୁ ହିଁ ସାଧାରଣତଃ ଲାଭ ମିଳିଛି।”

ସେପଟେ ୟୁରୋପରେ ଦେଖାଯାଇଥିବା ଆର୍ଥିକ ଅବସ୍ଥା ଯୋଗୁ ଡଲାର ତୁଳନାରେ ୟୁରୋର ମୂଲ୍ୟ ଏକାଧିକ ମାସ ତଳକୁ ଖସି ଯାଇଛି। ଏବେ ଜର୍ମାନୀରୁ ୟୁରୋ ଦୁର୍ବଳ ହେବାର ଆଉ ଏକ ଚିତ୍ର ଆସିଛି। ଏଠାରେ ପ୍ରଥମ ତ୍ରୈମାସିକରେ ଆର୍ଥିକ ସ୍ଥିତି ସାମାନ୍ୟ ସଙ୍କୁଚିତ ହୋଇଥିଲା। ଏହିକ୍ରମରେ ୨୦୨୨ର ୪ର୍ଥ ତ୍ରୈମାସିକରେ ନକାରାତ୍ମକ ଅଭିବୃଦ୍ଧି ଯୋଗୁ ଜର୍ମାନୀ ମାନ୍ଦାବସ୍ଥାକୁ ଚାଲି ଯାଇଛି।

ଷ୍ଟେଫାନ ମେଲ୍ଲିନ କହିଛନ୍ତି, “ଆମେ ଚଳିତ ସପ୍ତାହରେ ଅଲଗା ଅଲଗା କ୍ରସ-ଆଣ୍ଟଲାଟିକ ମାଇକ୍ରୋ ତଥ୍ୟକୁ ଦେଖିଛୁ। ଜର୍ମାନୀର ୟୁରୋ ସ୍ଥିତି କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି। ଅର୍ଥବ୍ୟବସ୍ଥାର ଗତି ଆଶ୍ଚର୍ଯ୍ୟଜନକ ଭାବେ ଦୁର୍ବଳ ହେଉଛି।”

୬ ପ୍ରମୁଖ କରେନ୍ସିକୁ ଆକଳନ କରୁଥିବା ଆମେରିକା ଡଲାର ସୂଚାକଙ୍କ ଅନୁସାରେ ୟୁରୋର ମୂଲ୍ୟ ହ୍ରାସ ପାଉଥିବା କହିଛି। ଏହା ୦.୩% ବୃଦ୍ଧି ପାଇ ୧୦୪.୧୫ ହୋଇଯାଇଛି। ମାର୍ଚ୍ଚ ୧୭ ପରେ ଏହା ସବୁଠାରୁ ଅଧିକ। ୟୁରୋ ମୂଲ୍ୟ ୦.୨% ହ୍ରାସ ପାଇଛି।

Business Updates Economic Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe