Advertisment

ଆଧାର ସଂଯୋଗ ବିନା ସିମ୍ କିଣିଲେ ହୋଇପାରେ ଏପରି ସମସ୍ୟା

ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମୋବାଇଲ୍ ସିମ୍ କିଣିବା ସମୟରେ ଆଧାର ତଥ୍ୟ ଦେବା ବାଧ୍ୟତାମୂଳକ ନୁହେଁ। କିନ୍ତୁ ଏହା ଦ୍ୱାରା ଭେରିଫିକେସନ୍ ଅବଧି ୧୦ ଗୁଣା ବଢ଼ିଯିବାର ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ଆଧାର ତଥ୍ୟ ଦେଇ ମାତ୍ର କିଛି ମିନିଟ୍‌ରେ ସିମ୍‌ଟିଏ ମିଳିଯାଇପାରୁଥ‍ଲା। କିନ୍ତୁ ବର୍ତ୍ତମାନ ପୂର୍ବଭଳି ୫ରୁ ୬ ଦିନ ଅପେକ୍ଷା କରିବାକୁ ହେବ। ଏକପକ୍ଷେ ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କ ଆଧାର ନମ୍ବର ମାଗି ପାରିବେନି କିନ୍ତୁ ଅନ୍ୟପକ୍ଷେ ଏଥିପାଇଁ ଗ୍ରାହକମାନଙ୍କୁ ହଇରାଣ ହେବାକୁ […]

author-image
Hemant Lenka
ଆଧାର ସଂଯୋଗ ବିନା ସିମ୍ କିଣିଲେ ହୋଇପାରେ ଏପରି ସମସ୍ୟା

adhar sim

ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମୋବାଇଲ୍ ସିମ୍ କିଣିବା ସମୟରେ ଆଧାର ତଥ୍ୟ ଦେବା ବାଧ୍ୟତାମୂଳକ ନୁହେଁ। କିନ୍ତୁ ଏହା ଦ୍ୱାରା ଭେରିଫିକେସନ୍ ଅବଧି ୧୦ ଗୁଣା ବଢ଼ିଯିବାର ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ଆଧାର ତଥ୍ୟ ଦେଇ ମାତ୍ର କିଛି ମିନିଟ୍‌ରେ ସିମ୍‌ଟିଏ ମିଳିଯାଇପାରୁଥ‍ଲା। କିନ୍ତୁ ବର୍ତ୍ତମାନ ପୂର୍ବଭଳି ୫ରୁ ୬ ଦିନ ଅପେକ୍ଷା କରିବାକୁ ହେବ।

Advertisment

ଏକପକ୍ଷେ ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କ ଆଧାର ନମ୍ବର ମାଗି ପାରିବେନି କିନ୍ତୁ ଅନ୍ୟପକ୍ଷେ ଏଥିପାଇଁ ଗ୍ରାହକମାନଙ୍କୁ ହଇରାଣ ହେବାକୁ ପଡ଼ିବ। କାରଣ, ଆଧାର ସଂଯୋଗ ସହିତ ବର୍ତ୍ତମାନ ଭେରିଫିକେସନ୍‌ରେ ମାତ୍ର ୩୦ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବର୍ତ୍ତମାନ ଭେରିଫିକେସନ୍ ପାଇଁ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଜଣେ ଅଧିକାରୀଙ୍କୁ ପଠାଯିବ, ଯିଏକି ବ୍ୟକ୍ତିଗତ ଭାବେ ଗ୍ରାହକଙ୍କ ପାଖକୁ ଯାଇ ଭେରିଫିକେସନ୍ କରାଇବେ। ତେଣୁ ଏଭଳି ପକ୍ରିୟା ପାଇଁ ସିମ୍ ପିଚ୍ଛା ୨୫୦ରୁ ୩୦୦ ଟଙ୍କାଯାଏ ଖର୍ଚ୍ଚ ହୋଇପାରେ।

ଏହାର ସମାଧାନ ପାଇଁ ଭର୍ଚ୍ଚୁଆଲ ଆଇଡି ଏକ ବିକଳ୍ପ ହୋଇପାରିବ। ଆଧାର ନମ୍ବର ବଦଳରେ ଏହି ୧୬ ଟିକିଆ ନମ୍ବର ଦିଆଯାଇ ପାରିବ, ଯାହାକି ନିଜ ଇଚ୍ଛାମତେ ବଦଳାଇ ହେବ। ପୂର୍ବରୁ ଏନେଇ ସରକାରଙ୍କ ପକ୍ଷରୁ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆସରିଛି।

Advertisment