Gold Price in Bhubaneswar
ଗ୍ରାହକଙ୍କ ପାଇଁ ଖୁସି ଖବର। ଲକ୍ଷ୍ମୀଙ୍କ ବାରରେ କମିଛି ସୁନା ଦର। ଆଜି (ଗୁରୁବାର) ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ରହିଛି। ଏହା ପୂର୍ବରୁ ଭୁବନେଶ୍ୱର ଓ କଟକରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୩ ହଜାର ୬୫୦ ଟଙ୍କା ରହିଥିଲା। ସୁନା ବ୍ୟତୀତ ରୂପା ଦରରେ ମଧ୍ୟ କିଛିମାତ୍ରାରେ ହ୍ରାସ ଘଟିଛି।
୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୫୬୦ ଟଙ୍କା ରହିଛି। ଗତକାଲି ୨୪ କ୍ୟାରେଟ୍ ସୁନା ଦର ୮୦ ହଜାର ୩୫୦ ଟଙ୍କା ରହିଥିଲା। ଅର୍ଥାତ ୨୪ କ୍ୟାରେଟ୍ ସୁନା ଦର ଗ୍ରାମ ପିଛା ୧୭୯ ଟଙ୍କା କମିଛି। ସେହିଭଳି ୧୮ କ୍ୟାରେଟ ସୁନା ଦର ଉପରେ ନଜର ପକାଇଲେ ଗତକାଲି ଏହା ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୬୦ ହଜାର ୨୬୦ ଟଙ୍କା ରହିଥିଲା। ହେଲେ ଆଜି ଏହା ଖସି ୧୦ ଗ୍ରାମ ପିଛା ୫୮ ହଜାର ୯୧୦ ଟଙ୍କା ହୋଇଛି।
ରୂପା ଦର ମଧ୍ୟ କିଛିମାତ୍ରାରେ କମିଛି। ଭୁବନେଶ୍ୱର ଓ କଟକରେ ଆଜି ୧୦୦ ଗ୍ରାମ ପିଛା ରୂପା ଦର ୧୦ ହଜାର ୨୦୦ ଟଙ୍କା ହୋଇଛି। ଏହା ପୂର୍ବରୁ ରୂପା ଦର ୧୦୦ ଗ୍ରାମ ପିଛା ୧୦ ହଜାର ୫୦୦ ଟଙ୍କା ରହିଥିଲା। ଅର୍ଥାତ ରୂପା ଦର ୧୦୦ ଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ଘଟିଛି।
ଭୁବନେଶ୍ୱର ଓ କଟକ ବ୍ୟତୀତ ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମଧ୍ୟ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୭୨ ହଜାର ଟଙ୍କା ରହିଛି। ସେହିଭଳି ୨୪ କ୍ୟାରେଟ୍ ସୁନା ଦର ୭୮ ହଜାର ୫୬୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୫୮ ହଜାର ୯୧୦ ଟଙ୍କା ହୋଇଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨ ହଜାର ୧୫୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ଓ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଯଥାକ୍ରମେ ୭୮ ହଜାର ୭୧୦ ଓ ୫୯ ହଜାର ୩୦ ଟଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
